ETV Bharat / business

ଆଜି ଜିଏସଟି ପରିଷଦର ବୈଠକ

author img

By

Published : Mar 14, 2020, 10:01 AM IST

gst council meeting today
ଆଜି ଜିଏସଟି ପରିଷଦର ବୈଠକ

ଶନିବାର ବସିବ ଜିଏସଟି ପରିଷଦର 39ତମ ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ନୂଆଦିଲ୍ଲୀ: ଶନିବାର ବସିବ ଜିଏସଟି ପରିଷଦର 39ତମ ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏଥିସହ ମୋବାଇଲ ଫୋନ, ଜୋତା-ଚପଲ ଓ କପଡା ଭଳି 5 ସେକ୍ଟର ବସ୍ତୁ ଦାମ ହ୍ରାସ ହୋଇପାରେ ।

ଜିଏସଟି ପରିଷଦର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏଥିରେ ଅଟୋ ମୋବାଇଲ ଉପରେ ଲାଗୁଥିବା ସେସ ହଟାଯିବ ନାହିଁ । ହେଲେ ଏହାର ଟିକସ ସଂରଚନାରେ ଅସଙ୍ଗତିକୁ ଦୂର କରିବା ପରାଇଁ ଚର୍ଚ୍ଚା ହେବ ।

ସେହିପରି କାର ,ତବାଖୁ,ଏରେଟେଡ ଡ୍ରିଙ୍କ୍ସ ଉପରେ ଲାଗୁ ସେସକୁ ବଢାଯାଇପାରେ । ତେବେ ରାଜ୍ୟର ସହମତି ପରେ ଏହା ଉପରେ ନୂଆ ଦର ଲାଗୁ ହେବ । କାରଣ ରାଜ୍ୟକୁ ହେଉଥିବା ଜିଏସଟି କ୍ଷତିପୂରଣର ଭରଣା ବାବଦରେ ଏହି ସେସ ଲଗାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.