ETV Bharat / business

ଜୁନ 14ରେ ଜିଏସଟି ପରିଷଦର 40 ତମ ବୈଠକ !

author img

By

Published : Jun 1, 2020, 1:06 PM IST

GST
ଜୁନ 14ରେ ଜିଏସଟି ପରିଷଦର 40 ତମ ବୈଠକ !

ଜିଏଟି ପରିଷଦର 40ତମ ବୈଠକ ଜୁନରେ 14ରେ ହେବ । ରାଜସ୍ବ ବୃଦ୍ଧି ନେଇ ଏଥିରେ ଚର୍ଚ୍ଚା ହେବ । ତେବେ ବର୍ତ୍ତମାନ ସମୟରେ ଜିଏସଟି ସଂଗ୍ରହ ବୃଦ୍ଧି ପରିଷଦ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: କର ସଂଗ୍ରହ ହ୍ରାସ ବୋଝ ମଧ୍ୟରେ ଦ୍ରବ୍ୟ ଓ ସେବା କର(ଜିଏସଟି) ପରିଷଦର 40 ତମ ବୈଠକ ଜୁନ 14ରେ ହୋଇପାରେ । କୋରୋନା ଭାଇରସ ମହାମାରୀ ସଙ୍କଟ ଆରମ୍ଭ ପରେ ଏହା ଜିଏସଟି ପରିଷଦର ପ୍ରଥମ ବୈଠକ ।

କୋରୋନା ଭାଇରସ ମହାମାରୀ ପ୍ରସାରକୁ ରୋକିବା ପାଇଁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଫଳରେ ଆର୍ଥିକ କାର୍ଯ୍ୟକଳାପ ଠପ ରହିବା ସହ କାମଧନ୍ଦା ବନ୍ଦ ରହିଛି । ଯେଉଁଥିପାଇଁ କର ସଂଗ୍ରହ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ବୈଠକ ବସିବ । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ସାମିଲ ହୋଇଥାନ୍ତି । ତେବେ କୋରାନା କଟକଣା ଯୋଗୁଁ ଆଗାମୀ ବୈଠକ ଭିଡିଓ କନଫରେନ୍ସି ଜରିଆରେ ହେବ ।

ତେବେ କର ସଂଗ୍ରହ ବୃଦ୍ଧି ପାଇଁ ଅଣ ଆବଶ୍ୟକ ବସ୍ତୁ ଉପରେ ଜିଏସଟି ଦର ବଢାଇବା ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଦର ବଢିଲେ ଲୋକଙ୍କ ଉପଯୋଗୀତା ହ୍ରାସ ପାଇବ ଓ ଆର୍ଥିକ ସୁଧାର ବାଧାପ୍ରାପ୍ତ ହେବ । ଏ ନେଇ ଯୁକ୍ତି ବାଢି ଅର୍ଥମନ୍ତ୍ରାଳୟ ଜିଏସଟି ବୃଦ୍ଧିକୁ ଖଣ୍ଡନ କରିଛି ।

ସୌଜନ୍ୟ: PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.