ETV Bharat / business

ଟିକସ ଫ୍ରି ରହିବ କୋଭିଡ ଉପକରଣ ଆମଦାନୀ, ଜାଣନ୍ତୁ ଜିଏସଟି ବୈଠକର ନିଷ୍ପତ୍ତି

author img

By

Published : May 28, 2021, 9:49 PM IST

ଟିକସ ଫ୍ରି ରହିବ କୋଭିଡ ଉପକରଣ ଆମଦାନୀ  , ଜାଣନ୍ତୁ ଜିଏସଟି ବୈଠକର  ନିଷ୍ପତ୍ତି
ଟିକସ ଫ୍ରି ରହିବ କୋଭିଡ ଉପକରଣ ଆମଦାନୀ , ଜାଣନ୍ତୁ ଜିଏସଟି ବୈଠକର ନିଷ୍ପତ୍ତି

ବ୍ଲାକ ଫଙ୍ଗସ ଔଷଧ ଓ କୋଭିଡ ସହ ଜଡିତ ରିଲିଫ ସାମଗ୍ରୀ ଆମଦାନୀ ରହିବ ଟିକସ ଫ୍ରି । କ୍ଷୁଦ୍ର କରଦାତାଙ୍କୁ ମିଳିବ ରିଲିଫ । ଏ ନେଇ ଜିଏସଟି ପରିଷଦରେ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଶେଷ ହୋଇଛି ଜିଏସଟି ପରିଷଦର 43 ବୈଠକ । ଗଣମାଧ୍ୟମକୁ ସମ୍ବୋଧନ କରି ବୈଠକରେ ହୋଇଥିବା ଚର୍ଚ୍ଚା ଓ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବୈଠକରେ 7 ଟି ବିଷୟ ଉପରେ ନିଆଯାଇଛି ନିଷ୍ପତି । କୋଭିଡ ସମ୍ବନ୍ଧିକ ସାମଗ୍ରୀ ଉପରେ ସୀମା ଶୁଳ୍କ ଓ ଆଇଜିଏସଟି ରିହାତି ଅବଧି ବଢିଲା । ବୈଠକରେ ନିଆଯାଇଥିବା ନିର୍ଣ୍ଣୟ ଦ୍ବାରା ସାଧାରଣ ଲୋକ ଉପକୃତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

  • ପ୍ରାୟ 7 ମାସ ପରେ ଜିଏସଟି ପରିଷଦର ବୈଠକ ହୋଇଛି । କୋରୋନା ଯୋଗୁଁ ବାରମ୍ବାର ଜିଏସଟି ପରିଷଦର ବୈଠକକୁ ଘୁଞ୍ଚାଯାଇଛି । ଏଥର ବୈଠକରେ କୋରୋନା ଯୋଗୁଁ ରାଜ୍ୟକୁ ହୋଇଥିବା ପ୍ରଭାବ ଉପରେ ଚର୍ଚ୍ଚା ହୋଇଛି । ଚଳିତ ଆର୍ଥିକ ବର୍ଷର ଜିଏସଟି ପରିଷଦର ଏହା ପ୍ରଥମ ବୈଠକ । ତେବେ ଜାଣନ୍ତୁ ଜିଏସଟି ପରିଷଦରେ ନିଆଯାଇଛିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ..
  • 1. କୋଭିଡ ସମ୍ବନ୍ଧୀ ସାମଗ୍ରୀ ଉପରେ ନୂଆ ଜିଏସଟି ଦର ବିଷୟରେ ନିର୍ଣ୍ଣୟ ନେବାକୁ ମନ୍ତ୍ରୀ ସମୂହ ଗଠନ ହେବ । ଏହି ଗ୍ରୁପ ଜୁନ 8 ସୁଦ୍ଧା ରିପୋର୍ଟ ପ୍ରଦାନ କରିବ । ସେମାନେ ନିର୍ଦ୍ଧାରିତ କରିଥିବା ଜିଏସଟି ହାରରେ ଆଉ ହ୍ରାସ କରାଯିବ କି ନାହିଁ ? ସେ ଉପରେ ବିଚାର କରି ଆବଶ୍ୟକତା ଅନୁସାରେ କର ହାର ହ୍ରାସ ହେବ ।
  • 2ଏଥର ଜିଏସଟି ପରିଷଦର ବୈଠକରେ କୋରୋନା ସହ ଜଡିତ ଉପକରଣ ଉପଲବ୍ଧତାକୁ ବଢାଇବା ପାଇଁ ଆଲୋଚନା ହୋଇଛି । ଏଥିପାଇଁ କୋଭିଡ ରିଲିଫ ସମ୍ବନ୍ଧୀୟ ସାମଗ୍ରୀ ଆମଦାନୀ ଉପରେ ଜିଏସଟି ଛାଡ ଅବଧିକୁ 2021 ଅଗଷ୍ଟ 31 ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି କି କୋଭିଡ ସମ୍ବନ୍ଧିତ ଉପକରଣର ପ୍ରସଙ୍ଗ ବୈଠକର ମୁଖ୍ୟ ଏଜେଣ୍ଡା ରହିଥିଲା । ଆଉ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଛି ।
  • 3 ବ୍ଲାକଫଙ୍ଗସ ମାମଲା ବଢିବା ଯୋଗୁଁ ଆଣ୍ଟି-​ଫଙ୍ଗଲ୍ ଔଷଧ ଆମ୍ଫୋଟେରାଇସିନ୍-ବି କୁ ଜିଏସଟି ଛାଡ ଲିଷ୍ଟରେ ସାମିଲ କରାଗଲା ।
  • 4 ସେହିଭଳି କୋଭିଡ ରିଲିଫ ସାମଗ୍ରୀ ଆମଦାନୀ ଉପରେ ଆଜିଏସଟି ଛାଡକୁ 2021 ଅଗଷ୍ଟ 31 ଯାଏଁ ବୃଦ୍ଧି ହେଲା ।
  • 5. ବାର୍ଷିକ ରିଟର୍ଣ୍ଣ ଦାଖକୁ ସହଜ, ସରଳ କରାଯାଇଛି । CGST ଆକ୍ଟରେ ପରିବର୍ତ୍ତନ କରାଯିବ ବୋଲି ପରିଷଦ ନିଷ୍ପତ୍ତି ନେଇଛି । ଯାହା ଫଳରେ ରିକ୍ସିଲେସନ ଷ୍ଟେଟମେଣ୍ଟ (reconciliation statements) ର ସେଲଫ ସାର୍ଟିଫିକେସନକୁ ଅନୁମତି ମିଳିପାରିବ , ନା କି ଏହାକୁ କୌଣସି ଚାର୍ଟାର୍ଡ ଆକାଉଣ୍ଟ ସହ ସାର୍ଟିଫାଇ କରାଇବା ଆବଶ୍ୟକ ।
  • 6. କେନ୍ଦ୍ର 1.58 ଲକ୍ଷ କୋଟି ଟଙ୍କା ଋଣ ନେଇ ରାଜ୍ୟକୁ ଜିଏସଟି କ୍ଷତିପୂରଣ ପ୍ରଦାନ କରିବ ।
  • 7. ଆର୍ଥିକ ବର୍ଷ 2020-21 ରେ କ୍ଷୁଦ୍ର କର୍ମଚାରୀଙ୍କ ପାଇଁ ବାର୍ଷିକ ରିଟର୍ଣ୍ଣ ଫାଇଲିଂ କରିବା ପ୍ରକ୍ରିୟା ଜାରି ରହିବ । ଯାହାର ଟନଓଭର ବାର୍ଷିକ 2 କୋଟି ଥିବ ସେମାନଙ୍କ ପାଇଁ ଏହା ପ୍ରଯୁଯ୍ୟ । ଆଉ ଯେଉଁ କାରୋବାରୀଙ୍କ ଟନଓଭର 5 କୋଟି କିମ୍ବା ଏହା ଠାରୁ ଅଧିକ , ସେମାନଙ୍କୁ ଆର୍ଥିକ ବର୍ଷ 2020-21 ର ପାଇଁ ରିକ୍ସିଲେସନ ଷ୍ଟେଟମେଣ୍ଟ ଦେବାକୁ ପଡିବ ।
  • 8. ଆଡଭାନ୍ସ ପେମେଣ୍ଟ ଭାବେ 2 ଭ୍ୟାକ୍ସିନ ନିର୍ମାତାଙ୍କୁ 4500 କୋଟି ଟଙ୍କା ଦିଆଯାଇସାରିଛି । ଭାରତ ଏବେ ଜାପାନ , ୟୁରୋପ ଭ୍ୟାକ୍ସିନ ନିର୍ମାତା ଓ ସପ୍ଲାୟର୍ସଙ୍କ ସହ ଆଲୋଚନା କରୁଛି । ଯାହା ଦ୍ବାରା ଆଗାମୀ ଦିନରେ ଟିକା ଯୋଗାଣ ବଢିବ .
  • 9. ଏବେ କରଦାତା ପେଣ୍ଡିଂ ରିଟର୍ଣ୍ଣ ଦାଖଲ କରିପାରିବେ । ଆଉ କମ ହୋଇଥିବା ବିଳମ୍ବିତ ଫିସ ସହ ଏମନେଷ୍ଟି ସ୍କିମ (Amnesty scheme) ର ଫାଇଦା ନେଇପାରିବେ ।
  • 10 ଲେଟ ଫିସକୁ ନେଇ ବି ଏକ ନୂଆ ବ୍ୟବସ୍ଥା କରାଯାଇଛି । କ୍ଷୁଦ୍ର କରଦାତାଙ୍କ ପାଇଁ ସର୍ବାଧିକ ଲେଟ ଫିସରେ ହ୍ରାସ ହୋଇଛି । ଯାହା ଆସନ୍ତା ଟିକସ ଅବଧିରେ ଲାଗୁ ହେବ । ଏହା ଦ୍ବାରା କ୍ଷୁଦ୍ର କରଦାତା ଉପକୃତ ହେବ ।
  • ତେବେ ଯଦି କୋଭିଡ ସମ୍ବନ୍ଧୀୟ ବସ୍ତୁ ଆପଣ ବିଦେଶୀକୁ ଆମଦାନୀ କରୁଛନ୍ତି , ଆଉ ତାର ପର୍ସନାଲ ବ୍ୟବହାର କରୁଛନ୍ତି, ତେବେ ତା ଉପରେ 28 ପ୍ରତିଶତ ଜିଏସଟି ଲାଗିବ । ଆଉ ଏହାକୁ ଅଭାବୀଙ୍କୁ ବଣ୍ଟନ ପାଇଁ ଆଣୁଥିଲେ , ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ତେବେ ଏହା ଉପରେ ଆପଣଙ୍କୁ ଜିଏସଟି ଛାଡ ସୁବିଧା ମିଳିବ ।
  • ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବୈଠକ ବସିଥିଲା । ଏହି ବୈଠକରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ , ଏଥିସହ କେନ୍ଦ୍ର ଓ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ରହିଥିଲେ । 5 ରାଜ୍ୟରେ ନୂଆ ସରକାର ଗଠନ ପରେ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.