ETV Bharat / business

ଭାରତରେ 75 ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ

author img

By

Published : Jul 13, 2020, 3:38 PM IST

କୋରୋନା ଭାଇରସ ସଙ୍କଟ ମଧ୍ୟରେ ଗୁଗୁଲର ବଡ ପଦକ୍ଷେପ । ଭାରତରେ 75 ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ । ସୋମବାର ଏ ନେଇ କମ୍ପାନୀ ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି ।

ଭାରତରେ 75 ହଜାର କୋଟି ଟଙ୍କା  ନିବେଶ  କରିବ ଗୁଗୁଲ
ଭାରତରେ 75 ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ

ନୂଆଦିଲ୍ଲୀ: ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଭାରତରେ 10 ବିଲିୟନ ଡଲାର (75 ହଜାର କୋଟି) ନିବେଶ କରିବ । ଆସନ୍ତା 5ରୁ 7 ବର୍ଷ ମଧ୍ୟରେ ଗୁଗୁଲ ଦେଶରେ ଏହି ପୁଞ୍ଜି ନିବେଶ କରିବ । ସୋମବାର ଏ ନେଇ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି ।

ଏହି ନିବେଶ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ନିବେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟକୁ ପୂରଣ କରିବାରେ ସହଯୋଗ କରିବ ବୋଲି ଗୁଗୁଲ କହିଛି ।

ଗୁଗୁଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି କି, ‘‘ଗୁଗୁଲ ଫର ଇଣ୍ଡିଆ ଡିଜିଟାଇଜେସନ ଫଣ୍ଡର ଘୋଷଣା କରି ମୁଁ ବହୁତ ଖୁସି ଅନୁଭବ କରୁଛି । ଏହା ଜରିଆରେ ଆମେ ଆସନ୍ତା 5ରୁ 7 ବର୍ଷ ମଧ୍ୟରେ ଭାରତରେ 75,000 କୋଟି ଟଙ୍କା ନିବେଶ କରିବୁ । ଆମେ ଏହି ନିବେଶ ଇକୋସିଷ୍ଟମ ଇନଭେଷ୍ଟମେଣ୍ଟରେ ଇକ୍ୟୁଟି ଇନଭେଷ୍ଟମେଣ୍ଟ, ପାର୍ଟନରସିପ ଏବଂ ଅପରେସନାଲ ଇନଫଷ୍ଟ୍ରକ୍ଚର ଜରିଆରେ କରିବୁ ।’’

ଗୁଗୁଲ ନିଜର ଏକ ବିବୃତ୍ତିରେ କହିଛି କି କୋରୋନା ଭାଇରସ ମହାମାରୀ ମଧ୍ୟରେ ଏହା ଏକ ବହୁତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଯାହା ନିବେଶ ଗସ୍ତବ୍ୟ ଭାବେ ଭାରତ ପ୍ରତି ନିବେଶକଙ୍କୁ ଆକର୍ଷିତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.