ETV Bharat / bharat

ଗୁଜୁରାଟରେ ଅଦିନିଆ ବର୍ଷା ବିତ୍ପାତ, ବଜ୍ରାଘାତରେ 14 ମୃତ

author img

By ETV Bharat Odisha Team

Published : Nov 26, 2023, 10:28 PM IST

ଗୁଜୁରାଟରେ ବର୍ଷା ପାଇଁ ଏଲୋ ଓ୍ବାର୍ଣ୍ଣିଂ ଜାରି: ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଓ ବଜ୍ରାଘାତରେ 14 ମୃତ
ଗୁଜୁରାଟରେ ବର୍ଷା ପାଇଁ ଏଲୋ ଓ୍ବାର୍ଣ୍ଣିଂ ଜାରି: ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଓ ବଜ୍ରାଘାତରେ 14 ମୃତ

ଗୁଜୁରାଟରେ ଅଦିନିଆ ବର୍ଷା ବିତ୍ପାତ ଜାରି । ଆଜି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ 14 ମୃତ । ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଏଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଶୀତଦିନ ଆରମ୍ଭରେ ପଶ୍ଚିମ-ଉପକୂଳ ରାଜ୍ୟ ଗୁଜରାଟରେ ହଠାତ ମୌସୁମୀ ସକ୍ରିୟ ହେବା ପରି ସ୍ଥିତି ଦେଖାଯାଇଛି । ଆଜି ଗୁଜୁରାଟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ଆସନ୍ତାକାଲି (ନଭେମ୍ବର 27) ରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ । ସେଥିପାଇଁ ରାଜ୍ୟରେ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ଏଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗୋଟିଏ ଦିନ ଅଦିନିଆ ବର୍ଷା ପ୍ରଭାବରେ ବଜ୍ରପାତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ 14 ଜଣଙ୍କ ଜୀବନ ଯାଇଛି।

ରାଜ୍ୟ ଏମରଜେନ୍ସି ଅପରେସନ ସେଣ୍ଟର (SIOC) ପକ୍ଷରୁ ଇଟିଭି ଭାରତକୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଓ ବଜ୍ରପାତ କାରଣରୁ ବିଭିନ୍ନ ସ୍ଥାନରେ 14 ଜଣଙ୍କର ମୃତ୍ୟୁ ଘଟିଛି । ଦାହୋଡ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ଆମରେଲି, ସୁରେନ୍ଦ୍ରନଗର, ମେହସାନା, ବୋତାଡ, ପଞ୍ଚମହଲ, ଖେଡା, ସାବରକାନ୍ତ, ଅହମ୍ମଦାବାଦ ଓ ସୁରଟରେ ଜଣେ ଲେଖାଏଁ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେହିପରି ଭରୁଚ ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ଏହି ସମସ୍ତ ମୃତ୍ୟୁ ଘଟଣା ବଜ୍ରପାତ ଯୋଗୁଁ ଘଟିଛି । ବର୍ଷା କାରଣରୁ ରାଜ୍ୟରେ ପ୍ରାୟ 39 ପ୍ରାଣୀଙ୍କର ମୃତ୍ୟୁ ଘଟିଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି :-

ରାଜ୍ୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି (26 ନଭେମ୍ବର) ସକାଳ 8.30 ରୁ ଆସନ୍ତାକାଲି (27 ତାରିଖ) ସକାଳ ସାଢେ 8 ଯାଏ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେତେକ ଜିଲ୍ଲାରେ ଆସନ୍ତାକାଲି ସାଧାରଣ ମାତ୍ରାରେ ବର୍ଷା ଓ ପ୍ରବଳ ପବନ ହେବାର ଆଶଙ୍କା ରହିଛି । 28 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ରର ଭବନଗର-ଆମରେଲି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସ୍ଥିତି ଲାଗି ରହିବାର ପୂର୍ବାନୁମାନ କରାଯାଇଛି । ଏହି ସବୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକେ ମଧ୍ୟ ବଜ୍ରାପାତରୁ ବର୍ତ୍ତିବା ପାଇଁ ଘରେ ତଥା ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସ୍ଥାନୀୟ ସରକାର ଓ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ହାଇକୋର୍ଟଙ୍କ ଆଦେଶକୁ ଅବମାନନା, ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ

ଆଜି ହୋଇଥିବା ବର୍ଷା ରେକର୍ଡ ଅନୁସାରେ, ରାଜ୍ୟର 43 ତାଲୁକା (ସବଡିଭିଜନ)ରେ ଏକ ଇଞ୍ଚରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସକାଳ 6 ଟାରୁ ସଂଧ୍ୟା 6 ଟା ମଧ୍ୟରେ ଏହି ସବୁ ଜିଲ୍ଲାଗୁଡିକରେ ପ୍ରାୟ 25 ମିଲିମିଟରରୁ ଅଧିକ ବର୍ଷା ହୋଇଛି । 186 ଟି ତାଲୁକାରେ 1 ମିଲିମିଟରରୁ 24 ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । ଏଥିରେ ବିଶେଷ ଭାବେ ଫସଲ ନଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.