ETV Bharat / bharat

ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା' ଦୁର୍ଗା

author img

By

Published : Sep 29, 2022, 7:05 AM IST

ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା' ଦୁର୍ଗା
ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା' ଦୁର୍ଗା

ଆଜି ନବରାତ୍ରୀର ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା' ଦୁର୍ଗା । ମା'ଙ୍କୁ ସୃଷ୍ଟିର ଆଦିସ୍ବରୂପା ତଥା ଆଦି ଶକ୍ତି କୁହାଯାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା, ଆଉ ମାତ୍ର ଦିନ କେଇଟା ପରେ ଦଶହରା । ଏନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ପୂଜା ମଣ୍ଡପ । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା' ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇବା ପରେ ଆଜି ନବରାତ୍ରୀର ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ଜଗତଜନନୀ । ମା'ଙ୍କର ଏହି ରୂପକୁ ନେଇ ମାନ୍ୟତା ରହିଛି ଯେ ସେ ହିଁ ଏହି ସଂସାରର ରଚନା କରିଛନ୍ତି । ତେଣୁ ମା'ଙ୍କୁ ସୃଷ୍ଟିର ଆଦିସ୍ବରୂପା ତଥା ଆଦି ଶକ୍ତି କୁହାଯାଏ ।

ଏହା ମଧ୍ୟ ପଢନ୍ତୁ-ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

ଦେବୀ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । କୁଷ୍ମାଣ୍ଡାଙ୍କୁ ଅଷ୍ଟଭୂଜା ମଧ୍ୟ କୁହାଯାଏ । ମା'ଙ୍କର ଆଠଟି ହସ୍ତ ରହିଛି । ଯେଉଁ ହାତରେ ଧନୁସର-ବାଣ, ଚକ୍ର, ଗଦା, ଅମୃତ କଳସ, ପଦ୍ମ ଓ କମଣ୍ଡୁଳ ଧାରଣ କରିଛନ୍ତି । ସେହିପରି ଅନ୍ୟଏକ ହାତରେ ଜପ ମାଳା ଧରିଛନ୍ତି । ଭକ୍ତମାନଙ୍କୁ ତାଙ୍କର ଗୋଟିଏ ହାତରେ ଥିବା ଅଭୟ ମୁଦ୍ରା ସାହାଯ୍ୟରେ ସେ ଆଶୀର୍ବାଦ ଦିଅନ୍ତି ।

ପୌରାଣିକ ବିଶ୍ବାସ ଅନୁଯାୟୀ, ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ମାତା କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ବାରା ଆୟୁ, ଖ୍ୟାତି, ଶକ୍ତି ଏବଂ ସ୍ବାସ୍ଥ୍ୟ ବୃଦ୍ଧି ହୋଇଥାଏ । ବିଧି ଅନୁସାରେ ମା' କୁଷ୍ମାଣ୍ଡାଙ୍କୁ ପୂଜା କଲେ ଇଚ୍ଛାନୁସାରେ ଫଳାଫଳ ପ୍ରାପ୍ତି ହୋଇଥାଏ । ବିଶ୍ବାସ କରାଯାଏ ଯେ, ମାତା କୁଷ୍ମାଣ୍ଡା ସମଗ୍ର ସଂସାରକୁ ଅନେକ ଅସୁବିଧା ଏବଂ ସଙ୍କଟରୁ ମୁକ୍ତ କରନ୍ତି ।

ମା' କୁଷ୍ମାଣ୍ଡାଙ୍କ ପୂଜା ବିଧି

ଏହି ଦିନ ମାତା କୁଷ୍ମାଣ୍ଡଙ୍କୁ ନାଲି ରଙ୍ଗର ଫୁଲ ସହିତ ପୂଜା କରିବା ଏକ ପରମ୍ପରା ରହିଛି । ତେଣୁ ପୂଜା ସମୟରେ ମା'ଙ୍କୁ ନାଲି ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । କାରଣ ମାତା କୁଷ୍ମାଣ୍ଡାଙ୍କର ନାଲି ରଙ୍ଗର ଫୁଲ ଅତି ପ୍ରିୟ ବୋଲି କୁହାଯାଏ । ମନ୍ଦାର କିମ୍ବା ଗୋଲାପର ଫୁଲ ମଧ୍ୟ ଚଢାଇ ପାରିବେ । ଏହାପରେ ସିନ୍ଦୁର, ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରନ୍ତୁ । ଦହି ଓ ଅନ୍ୟ ଭୋଗ ଲଗାନ୍ତୁ ଆଉ ଏହାପରେ ପ୍ରସାଦ ବଣ୍ଟନ କରିପାରିବେ । ପଦ୍ଧତି ଅନୁସାରେ ମାତା କୁଷ୍ମାଣ୍ଡାଙ୍କ ପୂଜା କରିବା ପରେ ଦୁର୍ଗା ଚାଳିଶା ଏବଂ ମାତା ଦୁର୍ଗାଙ୍କ ଆରତୀ କରିବାର ବିଧି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.