ETV Bharat / bharat

ମାଡି ଆସୁଛି ମହାମାରୀର 3ୟ ଲହର, ସତର୍କ କରାଇଲା WHO

author img

By

Published : Jul 15, 2021, 1:05 PM IST

ମାଡି ଆସୁଛି ମହାମାରୀର 3ୟ ଲହର, ସତର୍କ କରାଇଲା WHO
ମାଡି ଆସୁଛି ମହାମାରୀର 3ୟ ଲହର, ସତର୍କ କରାଇଲା WHO

ବିଶ୍ବ ବର୍ତ୍ତମାନ କୋଭିଡର 3ୟ ଲହରର ପ୍ରାଥମିକ ପର୍ଯ୍ୟାୟରେ ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି । ଅଧିକ ପଢନ୍ତୁ...

ଜେନେଭା: ପ୍ରଥମ, ଦ୍ବିତୀୟ ଲହର ପରେ ବିଶ୍ବକୁ ମାଡି ଆସୁଛି କୋରୋନାର ତୃତୀୟ ଲହର । ବିଶ୍ବ ବର୍ତ୍ତମାନ ତୃତୀୟ ଲହରର ପ୍ରାଥମିକ ପର୍ଯ୍ୟାୟରେ ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ମୁଖ୍ୟ ଟେଡ୍ରସ ଅଧାନମ ଘେବ୍ରେସସ ଗୁରୁବାର ସୂଚନା ଦେଇଛନ୍ତି ।

ଟେଡ୍ରସ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ବିଶ୍ବ ବର୍ତ୍ତମାନ ମହାମାରୀର 3ୟ ଲହରର ପ୍ରାଥମିକ ପର୍ଯ୍ୟାୟରେ ଅଛି । ତୃତୀୟ ଲହର ବା କୋଭିଡ ଭାଇରସ ନୂଆ ଷ୍ଟ୍ରେନ ଡେଲଟା ଭ୍ୟାରିଆଣ୍ଟ ବ୍ୟାପିଲେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ । ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହିତ ସମସ୍ତ କୋଭିଡ ନିୟମ ମାନିବା ନିହାତି ଆବଶ୍ୟକ ବୋଲି ସଂଗଠନର ମୁଖ୍ୟ ବୁଧବାର ବିଶ୍ବବାସୀଙ୍କ ସତର୍କ କରାଇଛନ୍ତି ।

ବିଶ୍ବବାସୀଙ୍କ ସମେତ ସରକାର ମହାମାରୀ ବିରୋଧରେ ଲଢେଇ କରି କିଛି ମାସ ମଧ୍ୟରେ ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିଛନ୍ତି । ଟୀକାକରଣ ସହିତ ଲକଡାଉନ ସଟଡାଉନ ଆଦି ନିୟମ ଲାଗୁ ହେବା ଦ୍ବାରା ଏହି ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ନୂଆ ଭାରିଆଣ୍ଟକୁ ନେଇ ସତର୍କ କରାଯାଇଛି । ଏହି ଡେଲଟା ଭ୍ୟାରିଆଣ୍ଟ ବିଶ୍ବର ପ୍ରାୟ 111ଟି ଦେଶରେ ରହିଛି । ତେବେ ଏହା ଖୁବଶୀଘ୍ର କୋଭିଡ ଭାଇରସର ସକ୍ରିୟ ଷ୍ଟ୍ରେନ ହୋଇ ବିଶ୍ବରେ ବ୍ୟାପିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ଏପର୍ଯ୍ୟନ୍ତ ଟୀକାକରଣ ହୋଇନାହିଁ । ପ୍ରତିଟି ଦେଶ ନିଜ ଜନସଂଖ୍ୟାର ପ୍ରାୟ 10 ପ୍ରତିଶତଙ୍କୁ ସେପ୍ଟେମ୍ବର ସୁଦ୍ଧା ଟିକା ଦିଅନ୍ତୁ ବୋଲି ସଂଗଠନ ଅପିଲ କରିଛି । ଏହାସହିତ 2021 ସୁଦ୍ଧା ମୋଟ ଜନସଂଖ୍ୟାର 40 ପ୍ରତିଶତ ଓ 2022 ମଧ୍ୟ ସୁଦ୍ଧା 70 ପ୍ରତିଶତ ଲୋକଙ୍କୁ ଟିକା ଦେବା ପାଇଁ ସେ ଅପିଲ କରିଛନ୍ତି । କେବଳ ଟିକା ମହାମାରୀକୁ ରୋକି ପାରିବ ନାହିଁ । ଆମକୁ ଲଗାତର ଭାବରେ ସମସ୍ତ ନିୟମ ମାନିବାକୁ ପଡିବ ବୋଲି ଟେଡ୍ରସ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.