UP Poll: BJP କ୍ୟାମ୍ପ ଛାଡୁଥିବା ନେତାଙ୍କୁ ଦଳରେ ସାମିଲ କରିବେନି ଅଖିଳେଶ

author img

By

Published : Jan 15, 2022, 5:25 PM IST

UP Poll: ଆଉ ବିଜେପି କ୍ୟାମ୍ପ ଛାଡୁଥିବା ନେତାଙ୍କୁ ଦଳରେ ସାମିଲ କରିବେନି ଅଖିଳେଶ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବଙ୍କ ଘୋଷଣା । ଯୋଗୀ ଶିବିର ଛାଡିଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ଆଉ ଦଳରେ ସାମିଲ କରାଯିବନି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଚାଲିଥିବାବେଳେ ବିଜେପି ଛାଡି ଏକାଧିକ ମନ୍ତ୍ରୀ ଓ ବିଧାୟକ ବିରୋଧୀ ସମାଜବାଦୀ ପାର୍ଟି(ସପା) ଶିବିରରେ ସାମିଲ ହୋଇସାରିଛନ୍ତି । ତେବେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହେବାକୁ ଚାହୁଁଥିବା କୌଣସି ନେତାଙ୍କୁ SP ପକ୍ଷରୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ଅଖିଳେଶ ଯାଦବ ।

ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ କହିଛନ୍ତି, ଆଉ ଭାରତୀୟ ଜନତା ପାର୍ଟି ଛାଡୁଥିବା ମନ୍ତ୍ରୀ କିମ୍ବା ବିଧାୟକଙ୍କୁ SP ରେ ଯୋଗଦେବାକୁ ଦିଆଯିବ ନାହିଁ । ଓବିସି ସମ୍ପ୍ରଦାୟର ବିଶିଷ୍ଟ ନେତା ତଥା ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ଏକାଧିକ ମନ୍ତ୍ରୀ ଓ ବିଜେପି ବିଧାୟକ BJP ଛାଡି SP କ୍ୟାମ୍ପରେ ସାମିଲ ହେବ ପରେ ଅଖିଳେଶଙ୍କ ଏପରି ବିବୃତ୍ତି ସାମ୍ନାକୁ ଆସିଛି ।

ବର୍ତ୍ତମାନର ବିଜେପି ବିଧାୟକ ଭାଗବତ ସାଗର, ବିନୟ ଶକିଆ, ରୋଶନ ଲାଲ ବର୍ମା, ମୁକେଶ ବର୍ମା ଏବଂ ବ୍ରଜେଶ କୁମାର ପ୍ରଜାପତି ମଧ୍ୟ ଯୋଗୀ ଶିବିର ଛାଡି ଅଖିଳେଶଙ୍କ କ୍ୟାମ୍ପରେ ଡେରା ପକାଇଛନ୍ତି । ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଛୋଟ ଦଳକୁ ନେଇ ଏକ ମିଳିତ ମଞ୍ଚ ଗଠନ କରି ରାଜ୍ୟରେ ଶାସନାଧୀନ ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ନଜର ଆସିଲାଣି ।

ଏହା ମଧ୍ୟ ପଢନ୍ତୁ:-UP Polls: ଗୋରଖପୁରରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ

ଫେବୃଆରୀ 10 ତାରିଖରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ସମସ୍ତ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃଆରୀ 10, 14, 20, 23, 27 ଏବଂ ମାର୍ଚ୍ଚ 3 ଏବଂ 7 ତାରିଖରେ ରାଜ୍ୟରେ ମତଦାନ ହେବ । ସେହିପରି ମାର୍ଚ୍ଚ 10 ତାରିଖରେ ମତ ଗଣନା ଓ ଫଳାଫଳ ଘୋଷଣା ହେବା ନେଇ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ କମିଶନ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.