ETV Bharat / bharat

ସ୍ବାମୀ ହାତରେ ରାଖି ବାନ୍ଧିଲା ସ୍ତ୍ରୀ, ସୋନୁ ସୁଦଙ୍କୁ ଲେଖିଲେ ଚିଠି

author img

By

Published : Jun 12, 2023, 9:48 PM IST

Etv Bharat
Etv Bharat

ସ୍ବାମୀଙ୍କ ହାତରେ ରାଖି ବାନ୍ଧିବା ପରେ କାହିଁକି ଅଭିନେତା ସୋନୁ ସୁଦ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଛତିଶଗଡ଼ର ମହିଳା ତରୁଣା ଶର୍ମା । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

ରାୟପୁର: ଛତିଶଗଡ଼ ଆଦିବାସୀ ବହୁଳ ଅଞ୍ଚଳ କାଙ୍କେରରେ ଜଣେ ମହିଳା ନିଜ ସ୍ବାମୀଙ୍କ ହାତରେ ବାନ୍ଧିଛନ୍ତି ରାଖି । ଆଉ ରାଖି ବାନ୍ଧିବା ସହିତ ନିଜର ସୁରକ୍ଷା ପାଇଁ ସେ ବଲିଉଡ ଅଭିନେତା ସୋନୁ ସୁଦ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟ୍ବିଟ ଜରିଆରେ ସୁରକ୍ଷାର ଭିକ୍ଷା ମାଗିଛନ୍ତି । ଏହି ଟ୍ବିଟ ପରେ ଏବେ ଘଟଣାକୁ ନେଇ ବେଶ ଚର୍ଚ୍ଚା ହେଉଛି । ପୂର୍ବରୁ ନିଜ ପ୍ରେମିକଙ୍କୁ ବିବାହ କରିଥିବା ତରୁଣା ଶର୍ମାଙ୍କ ପରିବାର ତାଙ୍କର ଆଉ ଥରେ ବିବାହ କରିବା ପରେ ଦେଖିବାକୁ ମିଳିଛି ଏହି ନାଟକୀୟ ଘଟଣା । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

ତରୁଣା ଶର୍ମା ଓରଫ ତାନ୍ୟା ଶର୍ମାଙ୍କ ଟ୍ବିଟ
ତରୁଣା ଶର୍ମା ଓରଫ ତାନ୍ୟା ଶର୍ମାଙ୍କ ଟ୍ବିଟ

ରାୟପୁର ହସ୍ପିଟାଲରୁ ଏହି ଟ୍ବିଟ ହୋଇଥିବା ବେଳେ ଅସହାୟ ମହିଳା ତରୁଣା ଶର୍ମା ନିଜ ଟ୍ବିଟରେ ଲେଖିଛନ୍ତି, " ମୁଁ ପଢିବାକୁ ଚାହେଁ, ହେଲେ ମୋର ସ୍ବପ୍ନ ଭାଙ୍ଗିଯାଇଛି । ଜୋର ଜବରଦସ୍ତ ମୋର ବିବାହ କରିଦିଆଯାଇଛି । ମୁଁ ବଞ୍ଚିବାକୁ ଚାହେଁ...ମୋତେ ବଞ୍ଚାଇ ଦିଅନ୍ତୁ । " ତରୁଣା ଏହି ଟ୍ବିଟ କରିବା ସହ ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କ ସମତେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ତରୁଣା ହେଉଛନ୍ତି ରାଜସ୍ଥାନ ଯୋଧପୁରର ବାଲେସର ଅଞ୍ଚଳର ଅଧିବାସୀ । ସେ ସୁରେନ୍ଦ୍ର ସାଙ୍ଖଲା ନାମରେ ନିଜ ପ୍ରେମିକଙ୍କୁ ବିବାହ କରିଥିଲେ । ତରୁଣା ଓ ସୁରେନ୍ଦ୍ର ପରିବାରର ବିନା ସହମତିରେ ବିବାହ କରିଥିଲେ ।

ଏହା ବି ପଢନ୍ତୁ- Wrestlers allegations: କାଜାଖସ୍ତାନ, ମଙ୍ଗୋଲିଆ ଓ ଇଣ୍ଡୋନେସିଆରୁ ଭିଡିଓ ଫୁଟେଜ ସଂଗ୍ରହ କରିବ ଦିଲ୍ଲୀ ପୋଲିସ

ତରୁଣାଙ୍କ କହିବା ଅନୁସାରେ ବିବାହ ପରେ ତାଙ୍କୁ ଓ ସୁରେନ୍ଦ୍ରଙ୍କୁ ଥାନାକୁ ନିଆଯିବା ପରେ ଅଲଗା କରିଦିଆଯାଇଥିଲା । ଏହାସହିତ ତରୁଣାଙ୍କଠାରୁ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ ପରିବାର । ଫଳରେ ସେ ସ୍ବାମୀ ସୁରେନ୍ଦ୍ରଙ୍କ ସହିତ ଯୋଗାଯୋଗ କରିପାରୁନଥିଲେ । ତରୁଣାଙ୍କୁ ଘରେ ପ୍ରାୟ ୫ ମାସ ବନ୍ଦୀ କରି ରଖାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ୫ ମାସ ମଧ୍ୟରେ ରାଜସ୍ଥାନ ଓ ଗୁଜୁରାଟରେ ତାଙ୍କୁ ରଖାଯାଇଥିଲା । ଏପ୍ରିଲ ମାସରେ ସେ କୌଣସି ସମ୍ପର୍କୀୟଙ୍କ ସହାୟତାରେ ତାଙ୍କୁ ଛତିଶଗଡ଼ ଅଣାଯାଇଥିଲା । ଅନ୍ତାଗଢଠାରେ ଏକ ଯୋଶୀ ପରିବାରକୁ ପସନ୍ଦ ଆସିଥିଲେ ତରୁଣା । ଏହାପରେ ତରୁଣାଙ୍କ ଦ୍ବିତୀୟ ବିବାହ ଜିତେନ୍ଦ୍ରଙ୍କ ସହିତ କରାଯାଇଥିଲା ବୋଲି ସେ କହିଛନ୍ତି ।

ବିବାହର ୧୦ ଦିନ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ରାୟପୁର ହସ୍ପିଟାଲକୁ ଅଣାଯାଇଥିଲା । ଏହି ସମୟରେ ସେ ଜଣେ ଅଜଣା ବ୍ୟକ୍ତିଙ୍କୁ ମୋବାଇଲ ମାଗିବା ସହିତ ଏଥିରୁ ଟ୍ବିଟ କରି ଅଭିନେତା ସୋନୁ ସୁଦ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଏହି ଟ୍ବିଟ ଭାଇରାଲ ହେବା ପରେ ତରୁଣାଙ୍କ ଦ୍ବିତୀୟ ସ୍ବାମୀଙ୍କ ଘରେ ପହଞ୍ଚିଥିଲା ଅନ୍ତାଗଢ ପୋଲିସ । ଏଠାରେ ତାଙ୍କୁ ପଚରା ଉଚରା କରାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା । ପଚରାଉଚରା ସମୟରେ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲେ ମହିଳା ।

ତରୁଣା ଶର୍ମାଙ୍କ କହିବା ଅନୁସାରେ, "ମୁଁ ପୂର୍ବରୁ ବିବାହିତ ଥିଲି । ମୋର ଦ୍ବିତୀୟ ଥର ଜୋର ଜବରଦସ୍ତ ବିବାହ କରାଯାଇଛି । ହେଲେ ଏହି ବିବାହ ମୁଁ ଖୁସିରେ କରୁଛି ବୋଲି କହିବା ଲାଗି ଚାପ ପକାଯାଇଥିଲା । ଏହାପରେ ଦ୍ବିତୀୟ ବିବାହ କରାଗଲା । ମୋତ ୫ ମାସ ଲାଗି ବନ୍ଦୀ କରି ରଖାଯାଇଥିଲା । ମୋ ବିବାହ ନ ହେବା ପର୍ଯ୍ୟନ୍ତ ମୋ ପ୍ରଥମ ସ୍ବାମୀଙ୍କ ଉପରେ ନଜର ରଖାଯାଇଥିଲା । ଏ ସମସ୍ତ ଘଟଣା ନେଇ ଦ୍ବିତୀୟ ସ୍ବାମୀଙ୍କୁ କହିବା ପରେ ସେ ମୋତେ କେତେବେଳେ ଭଉଣୀ ତ କେତେବେଳେ ଆଣ୍ଟି ଡାକୁଥିଲେ । ଏହାପରେ ମୁଁ ତାଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଛି ।" ସେପଟେ ଦ୍ବିତୀୟ ସ୍ବାମୀଙ୍କ କହିବା ଅନୁସାରେ ତରୁଣା ତାଙ୍କୁ ଧମକ ଚମକ ଦେଉଛନ୍ତି । କରୁଣାଙ୍କ ବିବାହ ପରେ ତାଙ୍କ ଜୀବନ ନଷ୍ଟ ହୋଇଛି । ଏପରି ଘଟଣା ସମ୍ପର୍କରେ ଜାଣିଥିଲେ ସେ ବିବାହ କରିନଥାନ୍ତେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.