ETV Bharat / bharat

Wrestlers Protest: କାଜାଖସ୍ତାନ, ମଙ୍ଗୋଲିଆ ଓ ଇଣ୍ଡୋନେସିଆରୁ ଭିଡିଓ ଫୁଟେଜ ମାଗିଲା ପୋଲିସ

author img

By

Published : Jun 12, 2023, 9:11 PM IST

15 ତାରି ମଧ୍ୟରେ ଶେଷ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଜାରି ରହିଥିବା ଅଭିଯୋଗର ତଦନ୍ତ । ଏସିଆନ ଗେମ୍ସ ଆୟୋଜନ ହୋଇଥିବା 3 ଦେଶରୁ ତଥ୍ୟ ଓ ଭିଡିଓ ଫୁଟେଜ ମାଗିଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Wrestlers allegations: ଖାଜାକସ୍ତାନ, ମଙ୍ଗୋଲିଆ ଓ ଇଣ୍ଡୋନେସିଆରୁ ଭିଡିଓ ଫୁଟେଜ ସଂଗ୍ରହ କରିବ ପୋଲିସ
Wrestlers allegations: ଖାଜାକସ୍ତାନ, ମଙ୍ଗୋଲିଆ ଓ ଇଣ୍ଡୋନେସିଆରୁ ଭିଡିଓ ଫୁଟେଜ ସଂଗ୍ରହ କରିବ ପୋଲିସ

ନୂଆଦିଲ୍ଲୀ: କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ଜାରି ରଖିଥିବା ଦିଲ୍ଲୀ ପୋଲିସ ବିଦେଶରୁ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରିବ । ଏଥିପାଇଁ 3 ଦେଶରୁ ସହଯୋଗ ଲୋଡିଛି ଦିଲ୍ଲୀ ପୋଲିସ । କାରଣ ଏହି ତିନି ଦେଶରେ ଆୟୋଜିତ ଏସିଆନ ଗେମ୍ସ ବେଳେ ଯୌନ ଶୋଷଣର ଶିକାର ହୋଇଥିବା ସୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମର ଭିଡିଓ, ସିସିଟିଭି ଫୁଟେଜ ଏବଂ ଫଟୋ ପ୍ରଦାନ କରିବା ପାଇଁ ଦିଲ୍ଲୀ ପୋଲିସ କାଜାଖସ୍ତାନ, ମଙ୍ଗୋଲିଆ ଏବଂ ଇଣ୍ଡୋନେସିଆର କୁସ୍ତି ଫେଡେରେଶନକୁ ନୋଟିସ ପଠାଇଛି । ମହିଳା କୁସ୍ତିଯୋଦ୍ଧାମାନେ ଏହି ଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି । ସର୍ବାଧିକ ପ୍ରମାଣ ସଂଗ୍ରହ ପାଇଁ ପୋଲିସ ଏବେ ବ୍ୟାପକ ପ୍ରୟାସ ଜାରି ରଖିଛି । କାରଣ 15 ତାରିଖ ସୁଦ୍ଧା ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ ଦାଖଲ ହେବା ନେଇ କୁସ୍ତିଯୋଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିସାରିଛି ।

2022 ମସିହାରେ ମଙ୍ଗୋଲିଆରେ ଅନୁଷ୍ଠିତ ଏସିଆ ଚାମ୍ପିଅନସିପ୍ ସମୟରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଜଣେ କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଜଣେ କୁସ୍ତିଯୋଦ୍ଧା 2016 ମସିହାରେ ମୋଙ୍ଗୋଲିଆରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନସିପରେ ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ତୃତୀୟ କୁସ୍ତିଯୋଦ୍ଧା 2018 ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ବ୍ରିଜଭୂଷଣ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ତୃତୀୟ କୁସ୍ତିଯୋଦ୍ଧା ମଧ୍ୟ ତାଙ୍କୁ କାଜାଖସ୍ତାନରେ ନିର୍ଯାତନା ବ୍ରିଜଭୂଷଣଙ୍କ ଦ୍ବାରା ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ଏହି ମାମଲାରେ ଜୁନ୍ 15 କିମ୍ବା ତା’ ପୂର୍ବରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଦିଲ୍ଲୀ ପୋଲିସ ପ୍ରସ୍ତୁତ ହେଉଛି । ମାମଲାରେ ଦିଲ୍ଲୀ ପୋଲିସ ଏହି ଅଭିଯୋଗ ଆଣିଥିବା ସମସ୍ତ କୁସ୍ତିଯୋଦ୍ଧାଙ୍କ ସମେତ ମୋଟ 230 ରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିସାରିଛି । ଏହା ବ୍ୟତୀତ ଅଭିଯୁକ୍ତ ବ୍ରିଜଭୂଷଣଙ୍କ ସହକର୍ମୀ, କୁସ୍ତି ମହାସଂଘର କାର୍ଯ୍ୟାଳୟର କିଛି କାର୍ଯ୍ୟକର୍ତ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଏବେ ପୋଲିସ ମାମଲାର ତଦନ୍ତର ଶେଷ ପର୍ଯ୍ୟାୟରେ ବିଦେଶରୁ ମଧ୍ୟ ପ୍ରମାଣ ସଂଗ୍ରହ କରିବା ପ୍ରୟାସ ଆରମ୍ଭ କରିଛି । ଅନ୍ୟପଟେ ଅଭିଯୋଗ ଆରମ୍ଭରୁ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେ ତଦନ୍ତର ସାମ୍ନା କରିବେ ବୋଲି ବ୍ରିଜଭୂଷଣ କହିସାରିଛନ୍ତି । ତାଙ୍କ ବିରୋଧରେ ଯଦି କୌଣସି ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ଦଣ୍ଡ ଦେବାର କୌଣସି ଆବଶ୍ୟକତା ନାହିଁ ବରଂ ସେ ନିଜେ ଝୁଲିପଡିବେ ବୋଲି ମଧ୍ୟ କହିବାକୁ ପଛାଇନଥିଲେ ବ୍ରିଜଭୂଷଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.