ETV Bharat / bharat

ମେଟ୍ରୋ ଟ୍ରେନରେ ଅଟକିଗଲା ମହିଳାଙ୍କ ଶାଢୀ, ଘୋଷାଡି ନେବାରୁ ଚାଲିଗଲା ଜୀବନ

author img

By ETV Bharat Odisha Team

Published : Dec 17, 2023, 9:00 AM IST

ମହିଳାଙ୍କୁ ଘୋଷାଡି ନେଲା ଟ୍ରେନ
Woman gets dragged by Metro train

Metro Train Dragged Woman: ଦିଲ୍ଲୀ ମେଟ୍ରୋରେ ଅଘଟଣ । ମହିଳାଙ୍କୁ ଟ୍ରେନ ଘୋଷାଡି ନେବାରୁ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମେଟ୍ରୋରେ ଯାତ୍ରା ସମୟରେ ଅଘଟଣ । ମେଟ୍ରୋ ଟ୍ରେନ ଡୋରରେ ଅଟକି ଗଲା ମହିଳା ଶାଢୀ ଓ ଜ୍ୟାକେଟ । ଟ୍ରେନ ଘୋଷାଡି ନେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ମେଟ୍ରୋରେ ଏପରି ଘଟଣା ଘଟିଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଗତ 14 ତାରିଖର ଦିନ ଏହି ଘଟଣା ଘଟିଥିବା ବେଳେ ମହିଳା ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ଥିଲା । ଶନିବାର ତାଙ୍କର ମୃତ୍ୟୁ ହୋଇଛି ।

ଡିସେମ୍ବର 14 ତାରିଖରେ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଥିଲା । ଯେତେବେଳେ ମହିଳା ଯାତ୍ରୀ ଜଣକ ତାଙ୍କ ପୁଅଙ୍କ ସହ ନାଙ୍ଗଲୋଇରୁ ମୋହନ ନଗର ଅଭିମୁଖେ ଯାତ୍ରା କରୁଥିଲେ। ସେ ଟ୍ରେନରୁ ବାହାରିବା ସମୟରେ ପ୍ରବେଶ ଦ୍ବାରରେ ତାଙ୍କ ଶାଢୀର କାନି ଅଟକିଯାଇଥିଲା । ଫଳରେ ଟ୍ରେନଟି ଯାତ୍ରୀ ଆରମ୍ଭ କରିବା ସମୟରେ ମହିଳାଙ୍କୁ ଘୋଷାଡି ନେଇଥିଲା । ଏହାପରେ ସେ ଟ୍ରାକ ଉପରେ ପଡିଯାଇଥିଲେ । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଅ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନ୍ୟୁରୋ ସର୍ଜରୀର ଆଇସିୟୁ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମେଟ୍ରୋ ଟ୍ରାକରୁ ଡେଇଁବାକୁ ଧମକ ଦେଲେ ଯୁବତୀ, ଆଉ ତା ପରେ...

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମେଟ୍ରୋ ପ୍ରବେଶ ଦ୍ବାରରେ ଲାଗିଥିବା ସେନସର ମହିଳାଙ୍କ ଶାଢୀକୁ ଚିହ୍ନଟ କରି ପାରିନଥିଲା । ଯେଉଁଥି ପାଇଁ ଏପରି ଦୁର୍ଘଟଣା ଘଟିଲା । ମେଟ୍ରୋ ରେଲଓ୍ବେ ସେଫ୍ଟି କମିଶନର ଏହି ଘଟଣା ନେଇ ତଦନ୍ତ କରୁଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ଘର କେଉଁଠି ଓ ତାଙ୍କ ନାମ କଣ ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତାଙ୍କ ପରିବାର ଲୋକଙ୍କୁ ଏନେଇ ଅବଗତ କରାଯାଇଛି ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି ।

କିଛିଦିନ ତଳେ ଦିଲ୍ଲୀ ମେଟ୍ରୋ ଷ୍ଟେସନ ଟ୍ରାକରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶାଦିପୁର ମେଟ୍ରୋ ଷ୍ଟେସନର ରେଲୱେ ଟ୍ରାକର ରେଲିଂ ଉପରେ ଚଢି ତଳକୁ ଡେଇଁବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ମେଟ୍ରୋ କର୍ମଚାରୀ ଓ ସିଆରପିଏଫ ଯବାନ ତାଙ୍କୁ ଉଦ୍ଧାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.