ETV Bharat / bharat

4 ରୁ ସଂସଦ ଶୀତ ଅଧିବେଶନ: 2 ଆର୍ଥିକ ବିଲ୍‌ ସମେତ ଆଗତ ହେବ 21 ବିଲ୍‌

author img

By ETV Bharat Odisha Team

Published : Dec 2, 2023, 7:15 PM IST

Updated : Dec 2, 2023, 7:43 PM IST

ଆଜି ବସିଲା ସର୍ବଦଳୀୟ ବୈଠକ । 4 ରୁ ଆରମ୍ଭ ହେବ ଶୀତ ଅଧିବେଶନ । 2 ଆର୍ଥିକ ବିଲ ସମେତ ଆଗତ ହେବ 21 ଟି ବିଲ । ଅଧିକ ପଢନ୍ତୁ

ସଂସଦ ଶୀତ ଅଧିବେଶନ: 2 ଆର୍ଥିକ ବିଲ ସହ ଆଗତ ହେବ 19 ବିଲ୍‌
ସଂସଦ ଶୀତ ଅଧିବେଶନସଂସଦ ଶୀତ ଅଧିବେଶନ: 2 ଆର୍ଥିକ ବିଲ ସହ ଆଗତ ହେବ 19 ବିଲ୍‌

ନୂଆଦିଲ୍ଲୀ: ଆସନ୍ତା 4 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦ ଶୀତକାଳୀନ ଅଧିବେଶନ । ଏଥିରେ ଦୁଇଟି ଆର୍ଥିକ ବିଲ୍‌ ସହ ମୋଟ 21 ଟି ବିଲ ଆଗତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଦୁଇଟି ଆର୍ଥିକ ବିଲ୍‌ ଓ 19 ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍କୁ‌ ମିଶାଇ ମୋଟ 21 ଟି ବିଲ ଚଳିତ ଅଧିବେଶନରେ ଗୃହରେ ଆଗତ ହେବ । ଏଥିମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର 3ଟି ବିଲ୍‌ ରହିଛି ।

ଆଜି ସର୍ବଦଳୀୟ ବୈଠକ ଶେଷ ହେବା ପରେ ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ଏହି ଅଧିବେଶନ ଚଳିତ 4 ତାରିଖରେ ଆରମ୍ଭ ହୋଇ 22 ତାରିଖରେ ଶେଷ ହେବ । ଏହି ବିଲ୍‌ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଗତ ହେବାକୁ ଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ ଅଧିନିମୟ ବିଲ ଉପରେ ସମସ୍ତଙ୍କ ନଜର ରହିଛି । ଏହା ଏବେ ଦେଶରେ ପ୍ରଚଳିତ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟର ସଂଶୋଧିତ ବିଲ ଭାବେ ଆଗତ ହେବ । ଏହି ଅଧିବେଶନରେ ମୋଟ 15 ସିଟିଂରେ ମୋଟ 19 ଟି କାର୍ଯ୍ୟଦିବସ ରଖାଯାଇଛି ।

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦୀୟ ପରମ୍ପରା ଅନୁସାରେ, ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ଆୟୋଜିତ ଏହି ବୈଠକ 23 ଟି ରାଜନୈତିକ ଦଳରୁ 30 ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ସରକାର ଗୃହରେ ଫଳପ୍ରଦ ଆଲୋଚନା ଓ ଶୃଙ୍ଖଳିତ ପ୍ରୋସିଡିଂ ପାଇଁ ବିରୋଧୀଙ୍କ ସହଯୋଗ ମାଗିଥିବା ବେଳେ ବିରୋଧୀ ଏକାଧିକ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି ରଖିଛନ୍ତି ।


ଏହା ମଧ୍ୟ ପଢନ୍ତ:-୪ରୁ ସଂସଦ ଶୀତ ଅଧିବେଶନ, ଆଜି ବସିଲା ସର୍ବଦଳୀୟ ବୈଠକ

ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଅଧିବେଶନରେ ସରଗରମ ରହିପାରେ । କ୍ବାସ ଫର କ୍ବାରୀ ମାମଲାରେ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିପାରେ । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଥିକ୍ସ କମିଟି ତଦନ୍ତ ଶେଷ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିସାରିଛି । ଏଥିରେ ମୋଇତ୍ରାଙ୍କ ସଂସଦ ସଦସ୍ୟତା ରବ୍ଦ କରିବାକୁ ସୁପାରିଶ୍ କରାଯାଇଥିବା କୁହାଯାଉଛି । ତେଣୁ ଏହି ଅଧିବେଶନରେ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବାଚସ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2023, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.