ETV Bharat / bharat

କାହିଁକି ସ୍ବାମୀ ମୋବାଇଲରୁ ପୋଲିସକୁ ବୋମା ଧମକ ପଠାଇଲା ସ୍ତ୍ରୀ ?

author img

By ETV Bharat Odisha Team

Published : Dec 6, 2023, 8:36 PM IST

ଦମ୍ପତ୍ୟ କଳହରୁ ସ୍ତ୍ରୀର ଜଘନ୍ୟକାଣ୍ଡ: ସ୍ବାମୀ ମୋବାଇଲରୁ ପୋଲିସକୁ ପଠାଇଲା ବୋମା ଧମକ
ଦମ୍ପତ୍ୟ କଳହରୁ ସ୍ତ୍ରୀର ଜଘନ୍ୟକାଣ୍ଡ: ସ୍ବାମୀ ମୋବାଇଲରୁ ପୋଲିସକୁ ପଠାଇଲା ବୋମା ଧମକ

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ବାମୀ ମୋବାଇଲରୁ ପୋଲିସକୁ ବୋମା ଧମକ ପଠାଇଲା ସ୍ତ୍ରୀ । ପୋଲିସ ଲୋକେସନ ଟ୍ରାକ କରି ମହିଳାଙ୍କୁ ଗିରଫ କରିବା ହେଲେ ପର୍ଦ୍ଦାଫାସ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପରକୀୟା ପ୍ରୀତିରୁ ଦାମ୍ପତ୍ୟ କଳହ ଓ ତା ପରେ ଜଘନ୍ୟକାଣ୍ଡ ଭିଆଇଲା ସ୍ତ୍ରୀ । ସ୍ବାମୀଙ୍କୁ ଫସାଇବା ପାଇଁ କଲା ସାଙ୍ଘାତିକ ଷଡଯନ୍ତ୍ର । ସ୍ବାମୀଙ୍କ ମୋବାଇଲରୁ ପୋଲିସକୁ ପଠାଇଲା ବୋମା ବିସ୍ଫୋରଣ ଧମକ । ହେଲେ ପୋଲିସ ମେସେଜ ମିଳିଥିବା ନମ୍ବରର ଲୋକେସନ ଟ୍ରାକ କରିବା ସହ ପ୍ରଥମେ ମୋବାଇଲ ବ୍ୟବହାର କରୁଥିବା ସ୍ବାମୀଙ୍କୁ ଅଟକ ରଖିଲା । ପରେ ସ୍ବାମୀକୁ ଫସାଇବା ପାଇଁ ଏହା ସ୍ତ୍ରୀର ଷଡଯନ୍ତ୍ର ବୋଲି ଜଣାପଡିବା ପରେ ଏବେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏପରି ଏକ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି ।

ପ୍ରାଥମିକ ତଦନ୍ତ ପରେ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଆନେକେଲ ସ୍ଥିତ ମାରୁତି କଲୋନୀରେ କିରଣ ଓ ବିଦ୍ୟାରାଣୀ ନାମକ ଦମ୍ପତି ରହୁଥିଲେ । ପତ୍ନୀ ବିଦ୍ୟାରାଣୀଙ୍କର ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ସହ ବନ୍ଧୁତା ହୋଇଥିଲେ । ସେମାନେ ଗତ 6 ମାସ ଧରି ପରସ୍ପର ସହ ନିୟମିତ ଚାଟିଂ କରୁଥିଲେ । ଗତ କିଛି ଦିନ ତଳେ ସ୍ବାମୀ କିରଣ ଏକଥା ଜାଣିବା ପରେ ସ୍ତ୍ରୀ ବିଦ୍ୟାରାଣୀକୁ ବାରଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ବାରଣ କରିବା ପରେ ମଧ୍ୟ ସ୍ତ୍ରୀ ବିଦ୍ୟାରାଣୀ ସମ୍ପୃକ୍ତ ଯୁବକଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ଜାରି ରଖିବାରୁ କିରଣ ରାଗିଯାଇ ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେଇଥିଲେ ।

ହେଲେ କୌଣସି ପ୍ରକାର ବିଦ୍ୟା ଏକଥା ତାଙ୍କ ସୋସିଆଲ ମିଡିଆ ବନ୍ଧୁଙ୍କୁ ଜଣାଇଥିଲେ । ଉଭୟ ମିଶି ସ୍ବାମୀ କିରଣଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଷଡଯନ୍ତ୍ର କରିଥିଲେ । ଯୁବକଙ୍କ ପରାମର୍ଶ ଅନୁସାରେେ ସ୍ତ୍ରୀ ବିଦ୍ୟାରାଣୀ ସ୍ବାମୀ କିରଣ ବ୍ୟବହାର କରୁଥିବା ମୋବାଇଲ ଫୋନରୁ ବେଙ୍ଗାଲୁରୁ ପୋଲିସକୁ ଡିସେମ୍ବର 5 ତାରିଖରେ କୌଣସି ଏକ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ । ସ୍ବାମୀ କିରଣ ନଜାଣିବା ପାରିବା ପାଇଁ ସେ ମୋବାଇଲରୁ ଉକ୍ତ ମେସେଜକୁ ଡିଲିଟ୍‌ ମଧ୍ୟ କରିଦେଇଥିଲେ । ମାତ୍ର ପୋଲିସ ନମ୍ବର ଲୋକେସନ ଟ୍ରାକ କରି କିରଣଙ୍କ ଫ୍ଲାଟରେ ପହଞ୍ଚିବା ପରେ ଏବେ ପୁରା ଘଟଣା ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ :- ରେଳ ଧାରଣାରେ ଚାଲିଥିଲା ବିକ୍ଷୋଭ, ହଠାତ୍‌ ମାଡିଆସିଲା ଟ୍ରେନ ଆଉ ତାପରେ...

ପୋଲିସ ଏବେ ମହିଳାଙ୍କୁ ଗିରଫ କରିବା ସହ ମେସେଜ ପଠାଯାଇଥିବା ମୋବାଇଲକୁ ଜବତ କରିଛି । ସେ କେଉଁ ଯୁବକଙ୍କ ସହ ସୋସିଆଲ ମିଡିଆରେ ଯୋଗାଯୋଗରେ ଥିଲେ ପୋଲିସ ସେ ନେଇ ତଦନ୍ତ ଜାରି ରଖିଛି । ବେଙ୍ଗାଲୁରୁ-ଗ୍ରାମୀଣ ପୋଲିସ ଏସପି ମଲ୍ଲିକାର୍ଜୁନ ବାଲାଦାନ୍ଦୀ ଏନେଇ ଏକ ମାମଲା ରୁଜୁ ହୋଇଥିବା ଓ ମହିଳାଙ୍କୁ ଜେରା କରାଯାଉଥିବା କହିଛନ୍ତି । ସାଇବର ସେଲ ସହାୟତାରେ ଉକ୍ତ ଯୁବକଙ୍କୁ ମଧ୍ୟ ଠାବ କରି ଗିରଫ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା ସୂଚନା ଦେଇଛନ୍ତି ଏସପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.