ETV Bharat / bharat

ରେଳ ଧାରଣାରେ ଚାଲିଥିଲା ବିକ୍ଷୋଭ, ହଠାତ୍‌ ମାଡିଆସିଲା ଟ୍ରେନ ଆଉ ତାପରେ...

author img

By ETV Bharat Odisha Team

Published : Dec 6, 2023, 7:58 PM IST

ବିହାରରେ ଅଭାବନୀୟ କାଣ୍ଡ , ପ୍ରଦର୍ଶନକାରୀଙ୍କ ଉପରେ ଚଢିଗଲା ଟ୍ରେନ
ବିହାରରେ ଅଭାବନୀୟ କାଣ୍ଡ , ପ୍ରଦର୍ଶନକାରୀଙ୍କ ଉପରେ ଚଢିଗଲା ଟ୍ରେନ

Protest at Bihta Railway Station: ବହୁ ପ୍ରତୀକ୍ଷିତ ବିହଟା-ଔରଙ୍ଗାବାଦ ରେଳ ପରିଯୋଜନାକୁ ନେଇ ରେଲୱେ ସଂଘର୍ଷ ସମିତିର ଆନ୍ଦୋଳନ ଚାଲିଥିବା ବେଳେ ଜଣେ ପ୍ରଦର୍ଶନକାରୀଙ୍କ ଉପରେ ଚଢିଗଲା ଟ୍ରେନ । ସୌଭାଗ୍ୟବଶତଃ ତାଙ୍କର କୌଣସି କ୍ଷତି ହୋଇନ ଥିଲା । ଅଧିକ ପଢନ୍ତୁ

ବିହାରରେ ଅଭାବନୀୟ କାଣ୍ଡ , ପ୍ରଦର୍ଶନକାରୀଙ୍କ ଉପରେ ଚଢିଗଲା ଟ୍ରେନ

ପାଟନା: ରେଳ ଧାରଣାରେ ପ୍ରତିବାଦ କରୁଥିବା ବେଳେ ମାଡିଗଲା ଟ୍ରେନ । ସୌଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ବିକ୍ଷୋଭକାରୀ । ଏପରି ଏକ ଘଟଣା ବିହାରର ବିହଟାରେ ଦେଖିବାକୁ ମିଳିଛି । ବିହଟା - ଔରଙ୍ଗାବାଦ ରେଳ ପରିଯୋଜନାକୁ ନେଇ ଆଜି ବିକ୍ଷୋଭ କରୁଥିଲେ ରେଲୱେ ସଂଘର୍ଷ ସମିତିର ଶତାଧିକ ସଦସ୍ୟ ।

ଆଜି (ବୁଧବାର) ରେଳ ଧାରଣା ଉପରେ ରେଲୱେ ସଂଘର୍ଷ ସମିତିର ଆନ୍ଦୋଳନକାରୀ ମାନେ ବିକ୍ଷୋଭ କରୁଥିଲେ । କିନ୍ତୁ ସେହି ସମୟରେ ରେଳ ଲାଇନ ଉପରେ ଗୋଟିଏ ଏକ୍ସପ୍ରେସ ଟ୍ରେନ ଅତିକ୍ରମ କରିଥିଲା । ସୌଭାଗ୍ୟ ବଶତଃ ଟ୍ରେନ ଧାରଣା ଉପରୁ ସମସ୍ତ ଲୋକ ଓହ୍ଲାଇ ଆସିଥିଲେ । କିନ୍ତୁ ଚନ୍ଦନ ବର୍ମା ନାମକ ଜଣେ ପ୍ରଦର୍ଶନକାରୀ ସେଠାରୁ ହଟି ନଥିଲେ ଓ ଟ୍ରେନ ଆସିବା ଦେଖି ସେ ଲାଇନ ମଧ୍ୟରେ ଶୋଇ ପଡିଥିଲେ । ଫଳରେ ସେହି ଆନ୍ଦୋଳନକାରୀଙ୍କ ଉପରେ ଟ୍ରେନ ପଳାଇଥିଲା । ସୌଭାଗ୍ୟ ବଶତଃ ତାଙ୍କର କିଛି କ୍ଷତି ହୋଇନଥିଲା ।

ମିଳିଥିବା ତଥ୍ୟ ଅନୁସାରେ ବହୁ ପ୍ରତୀକ୍ଷିତ ବିହଟା-ଔରଙ୍ଗାବାଦ ରେଳ ପରିଯୋଜନାକୁ ନେଇ ରେଲୱେ ସଂଘର୍ଷ ସମିତିର ଶତାଧିକ କର୍ମୀ ଦାନାପୁର ରେଳମଣ୍ଡଳର ବିହଟା ଷ୍ଟେସନରେ ପଦଯାତ୍ରା କରି ସେଠାରେ ପହଞ୍ଚି ପାଟନା ଦିଲ୍ଲୀ ଅପ୍ ମେନ ଲାଇନକୁ ଜାମ କରି ଦେଇଥିଲେ । ଏହାର ପୂର୍ବ ସୂଚନା ଆନ୍ଦୋଳନକାରୀ ମାନେ ରେଳ ପ୍ରଶାସନକୁ ମଧ୍ୟ ଜଣାଇଥିଲେ । ଏହାପରେ ସମସ୍ତେ ଟ୍ରାକ ଉପରେ ବସି ନାରାବାଜି ଏବଂ ପ୍ରଦର୍ଶନ ଜରିଆରେ ବିରୋଧ କରିଥିଲେ । ଏହି ସମୟରେ ଟ୍ରେନ ନଂ ୮୨୩୫୫ ପାଟନା ଛତ୍ରପତି ଶିବାଜୀ ଟର୍ମିନସ ଏକ୍ସପ୍ରେସ ଟ୍ରେନ ଅତିକ୍ରମ କରିଥଲା ।

ଏହା ମଧ୍ୟ ପଢନ୍ତୁ ... ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଆଣିଲା ରେଳବାଇ

ପାଟନା ଛତ୍ରପତି ଶିବାଜୀ ଟର୍ମିନସ ଏକ୍ସପ୍ରେସ ଅଚାନକ ଅପ ଲାଇନରେ ଆସିଯାଇଥିବାରୁ ଅଭାବନୀୟ ଘଟଣା ଘଟିଥିଲା । ଫଳରେ ରେଳ ଧାରଣାରେ ଆନ୍ଦୋଳନକାରୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଆନ୍ଦୋଳନ ଚାଲିଥିବା ସମୟରେ ରେଳ ପ୍ରଶାସନ ତରଫରୁ ଏଭଳି ବଡ ଦାୟିତ୍ବ ହୀନତା ଦେଖିବାକୁ ମିଳିଛି । ଏହି ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ବେଳେ ଏଭଳି ଗୁରୁତର ଦାୟିତ୍ବ ହୀନତା ପାଇଁ ଆନ୍ଦୋଳନକାରୀ ମାନେ ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ରେଳ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୦୭ ମସିହାରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପାଲିଗଞ୍ଜରେ ବିହଟା - ଔରଙ୍ଗାବାଦ ରେଳ ପରିଯୋଜନାର ଶିଳାନ୍ୟାସ କରିଥିଲେ । କିନ୍ତୁ ବହୁ ବର୍ଷ ବିତିବା ପରେ ମଧ୍ୟ ଏହି ପରିଯୋଜନାର ଶୁଭାରମ୍ଭ ହୋଇପାରିନାହିଁ ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଲଗାତାର ବିରୋଧ କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.