ETV Bharat / bharat

ପରକୀୟା ପ୍ରୀତିର କରୁଣ ପରିଣତି, ପତ୍ନୀ ବିରୋଧ କରିବାରୁ ହତ୍ୟା କଲା ସ୍ବାମୀ

author img

By

Published : Mar 6, 2023, 7:16 AM IST

Wife killed for opposing extra marital affairs
ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା

ବିହାରର ବାଙ୍କାରେ ଅଭାବନୀୟ ଘଟଣା । ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପତ୍ନୀକୁ ପିଟିପିଟି ମାରିଦେଲା ସ୍ବାମୀ । ଅଧିକ ପଢ଼ନ୍ତୁ

ପାଟନା: ପାରିବାରିକ କଳହର କରୁଣ ପରିଣତି । ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ମାରିଦେଲା ସ୍ବାମୀ । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାବେଳେ ଧରିପଡ଼ିଲା ହତ୍ୟାକାରୀ ସ୍ବାମୀ । ଏହାପରେ ସ୍ତ୍ରୀର ମୃତଦେହକୁ ସ୍କୁଟିରେ ଧରି ଥାନାରେ ପହଞ୍ଚିଥିଲା । ବିହାରର ବାଙ୍କା ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ଟାଉନ ଥାନା ଅନ୍ତର୍ଗତ ସୁଢାକୋଲର ମହୁଆଡିହ ଅଞ୍ଚଳର ସଞ୍ଜୟ ଦାସଙ୍କ ପତ୍ନୀ ଶିଳ୍ପୀ କୁମାରୀ । ଜଣେ ସମ୍ପର୍କୀୟଙ୍କ ସହ ସଞ୍ଜୟଙ୍କ ପରକୀୟା ପ୍ରୀତି ଚାଲିଥିବା ଶିଳ୍ପୀ ଜାଣିବାକୁ ପାଇଥିଲେ । ଯାହାକୁ ସେ ବିରୋଧ କରିଥିଲେ । ଗତ ଶନିବାର ଶିଳ୍ପୀ ଉଭୟଙ୍କୁ ଏକାଠି ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ବିରୋଧ କରିଥିଲେ । ଏଥିରେ ସଞ୍ଜୟ ରାଗିଯାଇଥିଲେ ଏବଂ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ କଳହ ଉଗ୍ର ରୂପ ନେଇଥିଲା । ପତ୍ନୀ ଶିଳ୍ପୀଙ୍କୁ ପିଟିପିଟି ସଞ୍ଜୟ ହତ୍ୟା କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଶିଳ୍ପୀଙ୍କ ମୃତଦେହକୁ ଫାଶୀରେ ଲଗାଇବାକୁ ଉଦ୍ୟମ କରିଥିଲା ହତ୍ୟାକାରୀ ସ୍ବାମୀ । ମାତ୍ର ସେଥିରେ ବିଫଳ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Shocking News: ୟୁଟ୍ୟୁବ ଦେଖି ସନ୍ତାନକୁ ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

ଏହି ଘଟଣା ନେଇ ସ୍ଥାନୀୟ ଲୋକ ଜାଣିବା ପରେ ଅଭିଯୁକ୍ତକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସ୍କୁଟିରେ ପତ୍ନୀର ମୃତଦେହକୁ ବାନ୍ଧି ଦୌଡିବାକୁ ଲାଗିଲା । ଗ୍ରାମବାସୀ ତାକୁ ଗୋଡ଼ାଇବାରୁ ଭୟଭୀତ ହୋଇ ମୃତଦେହ ଧରି ଥାନାରେ ପହଞ୍ଚିଥିଲା । ଏଥିସହ ପତ୍ନୀକୁ ହତ୍ୟା କରିଥିବା ସ୍ବୀକାର କରିଥିଲା । ଏହି ଘଟଣା ଜାଣିବା ପରେ ଶିଳ୍ପୀଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ମୃତ ମହିଳାଙ୍କ ବାପା ବାଲେଶ୍ବର ଦାସ କହିଛନ୍ତି ଯେ, " ଜ୍ବାଇଁ ସଞ୍ଜୟ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ଝିଅ ଜାଣିବା ପରେ ଏହାକୁ ବିରୋଧ କରିଥିଲା । ତେଣୁ ସଞ୍ଜୟ ଝିଅକୁ ପିଟିପିଟି ହତ୍ୟା କରିଛି ।" ଅନ୍ୟପଟେ ପୋଲିସ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ଏବଂ ତାର ପୁତୁରାକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.