ETV Bharat / bharat

1 Nation 1 Poll: ବିରୋଧ କାହିଁକି, ଟଙ୍କା ଓ ସମୟ ଉଭୟ ବଞ୍ଚିପାରିବ କହିଲେ ଅନୁରାଗ

author img

By ETV Bharat Odisha Team

Published : Sep 4, 2023, 6:31 AM IST

ବିରୋଧ କାହିଁକି, ଟଙ୍କା ଓ ସମୟ ଉଭୟ ବଞ୍ଚିପାରିବ କହିଲେ ଅନୁରାଗ
ବିରୋଧ କାହିଁକି, ଟଙ୍କା ଓ ସମୟ ଉଭୟ ବଞ୍ଚିପାରିବ କହିଲେ ଅନୁରାଗ

ଏକକ ନିର୍ବାଚନକୁ ବିରୋଧ କାହିଁକି । ଟଙ୍କା ଓ ସମୟ ଉଭୟ ବଞ୍ଚିପାରିବ କହିଲେ ଅନୁରାଗ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକକ ନିର୍ବାଚନ ଏଜେଣ୍ଡା ପ୍ରକାଶ ପାଇବା ପରେ ବିରୋଧୀମାନେ ଏହାକୁ ବିରୋଧ କରିବା ଆରମ୍ଭ କରିସାରିଲେଣି । ବିଭିନ୍ନ ତର୍କ ମାଧ୍ୟମରେ ସେମାନେ ଏହାକୁ ଅଗଣତାନ୍ତ୍ରିକ ବୋଲି କହି ବିଜେପି ଉପରେ ବର୍ଷିବାରେ ଲାଗିଛନ୍ତି । ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ଏକ ସଠିକ ନିଷ୍ପତ୍ତି ହେବ ବୋଲି କହିବାକୁ ପ୍ରୟାସ କରିଛନ୍ତି ଅନୁରାଗ । ଏହି ଏକକ ନିର୍ବାଚନ କାର୍ଯ୍ୟକାରୀ ହେଲେ ଦେଶର ସୟମ ଓ ଅର୍ଥ ଏକାସାଙ୍ଗରେ ବଞ୍ଚିପାରିବା ନେଇ ଅନୁରାଗ କହିଛନ୍ତି । ଏପରି ସ୍ଥଳେ ଏହାକୁ ବିରୋଧ କାହିଁକି ବୋଲି ମଧ୍ୟ ସେ ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ 8 ଜଣିଆ କମିଟି ଗଠନ ହେବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି । ଅନୁରାଗ କହିଛନ୍ତି ,‘‘ଏକକାଳୀନ ନିର୍ବାଚନ ଆୟୋଜନ କରିବାରେ ଅସୁବିଧା କ’ଣ ? ଯଦି ଏକକାଳୀନ ନିର୍ବାଚନ ହୁଏ ତେବେ ଦେଶର ସମୟ, ଅର୍ଥ ସଞ୍ଚୟ କରାଯାଇପାରିବ । ସରକାର ଏହି ସଞ୍ଚିତ ସମୟକୁ ଗରିବ ଲୋକଙ୍କ ବିକାଶ ପାଇଁ ତଥା ଦେଶର ବିକାଶ ପାଇଁ ବ୍ୟବହାର କରିପାରିବେ । ଏହା ଲାଭ ଦାୟକ ହେବ । ତେବେ ଏହାକୁ ଏତେ ବିରୋଧ କାହିଁକି ।’’

ସେହିପରି ସେ, ସେପ୍ଟେମ୍ବର 18 ରୁ 22 ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କ ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନୁରାଗ କହିଛନ୍ତି, ଏଭଳି ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ସରକାରଙ୍କର ସମସ୍ତ ଅଧିକାର ଅଛି । ତେଣୁ ଆବଶ୍ଯକତା ଅନୁସାରେ ସରକାର ସ୍ବତନ୍ତ୍ର ଅଧିବେଶନ ଆହୁତ କରିପାରିବେ । ଏଥିରେ ସମସ୍ୟା କଣ ରହିଛି । ସେମାନେ (ବିରୋଧୀ) ଖୁସି ହେବା ଉଚିତ ଯେ ସରକାର ସଂସଦ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହା ଏକ ଗଣତାନ୍ତ୍ରିକ ଅଭ୍ୟାସ । ସେହିପରି ଏକକ ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ର ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ବିରୋଧୀ ଦଳର ସଦସ୍ୟ ଅଛନ୍ତି ବୋଲି ଅନୁରାଗ କହିଛନ୍ତି । ଯାହାଦ୍ୱାରା ସେମାନେ ସେମାନଙ୍କର ମତାମତ ଦେଇପାରିବେ ।

ଏହା ମଧ୍ୟ ପଢନ୍ତୁ:- One Nation, One Election: ଷ୍ଟାଲିନ କହିଲେ, ଷଡଯନ୍ତ୍ର ଓ ଏକଛତ୍ରବାଦ

ଇଣ୍ଡିଆ ମେଣ୍ଟର ବଡ ତଥା ପ୍ରମୁଖ ଦଳ କଂଗ୍ରେସ ମଧ୍ୟ ଏହି ଏକକ ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିଛି । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯାଇଥିଲା । ହେଲେ କଂଗ୍ରେସ ନେତା ଅଧିର ଏହି କମିଟିରେ ସାମିଲ ହେବା ପାଇଁ ମନା କରିଛନ୍ତି । ଗତକାଲି(ରବିବାର) ରାହୁଲ ଗାନ୍ଧୀ କହିଛନ୍ତି, ଏହି ବିଚାର ସମଗ୍ର ଦେଶ ଓ ସମସ୍ତ ରାଜ୍ୟଗୁଡିକ ଉପରେ ଆକ୍ରମଣ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.