ETV Bharat / bharat

One Nation, One Election: ଷ୍ଟାଲିନ କହିଲେ, ଷଡଯନ୍ତ୍ର ଓ ଏକଛତ୍ରବାଦ

author img

By ETV Bharat Odisha Team

Published : Sep 3, 2023, 9:43 PM IST

ପୁଅର ମନ୍ତବ୍ୟ ନେଇ ବିବାଦ ମଧ୍ଯରେ କେନ୍ଦ୍ରର ଏକକ ନିର୍ବାଚନ ଏଜେଣ୍ଡାକୁ ନେଇ ବର୍ଷିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । କହିଲେ ଏହା କେବଳ ଷଡଯନ୍ତ୍ର ଓ ଏକଛତ୍ରବାଦ । ଅଧିକ ପଢନ୍ତୁ

One Nation, One Election: ଷ୍ଟାଲିନ କହିଲେ, ଷଡଯନ୍ତ୍ର ଓ ଏକଛତ୍ରବାଦ
One Nation, One Election: ଷ୍ଟାଲିନ କହିଲେ, ଷଡଯନ୍ତ୍ର ଓ ଏକଛତ୍ରବାଦ

ଚେନ୍ନାଇ: ପୁଅ ତଥା ରାଜ୍ୟ କ୍ରୀଡାମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ଧାର୍ମିକ ବିବାଦୀୟ ବୟାନକୁ ନେଇ ବିଭିନ୍ନ ଆଡୁ ସମାଲୋଚନା ଜାରି ରହିଥିବା ବେଳେ ଏକକ ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ପାଲଟା ଟାର୍ଗେଟ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଏହି ପ୍ରସ୍ତାବକୁ ସିଧା ବିରୋଧ କରିବା ସହ ଏହା ବିଜେପି ସରକାରର ଏକ ଷଡ଼ଯନ୍ତ୍ର ଏବଂ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି । ପୂର୍ବରୁ କଂଗ୍ରେସ ସମେତ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ଏହାକୁ ବିରୋଧ କରି ସାରିଛନ୍ତି । ଡିଏମ୍‌କେ ମଧ୍ୟ ଏହି ଧାରାରେ ସାମିଲ ହୋଇ ବିଜେପିକୁ ଟାର୍ଗେଟ କରିଛି ।

ଉଭୟ ସାଧାରଣ ତଥା ରାଜ୍ୟ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ କରିବାର ଧାରଣା ବା ପ୍ରସ୍ତାବ ସମ୍ପର୍କରେ ନିଜର ସ୍ପଷ୍ଟ ବିରୋଧାଭାଷ ପ୍ରକାଶ କରିଛନ୍ତି ଷ୍ଟାଲିନ । କହିଛନ୍ତି, "ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କ୍ଷମତାକୁ ଏକୀକରଣ କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ମନସ୍ଥ କରିଛି । ଏକକ ନିର୍ବାଚନ ଏଜେଣ୍ଡାକୁ ଏହି ଷଡ଼ଯନ୍ତ୍ରର ଏକ ଉପକରଣ ଭାବରେ ବ୍ୟବହାର କରିବାକୁ ବିଜେପି ସରକାର ଚାହୁଁଛି । ଏହି ଏକକ ନିର୍ବାଚନ ପ୍ରସ୍ତାବ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଓ ଏକ ଛାତ୍ରବାଦ ଶାସନର ଉଦାହରଣ ।"

ସେହିପରି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଗଠନ କରିଥିବା 8ଜଣିଆ ଉଚ୍ଚସ୍ତରୀୟ ଅନୁଧ୍ୟାନ କମିଟିରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଭାବେ ଚୟନ କରିବାକୁ ମଧ୍ୟ ଷ୍ଟାଲିନ କଡ଼ା ସମାଲୋଚନା କରିଛନ୍ତି । ଜଣେ ପୂର୍ବତନ ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କୁ ଏହି କିମିଟିରେ ଚୟନ କରାଯିବା ଉଚିତ ନଥିଲା । ପୂର୍ବତନ ରାଷ୍ଟ୍ରପତି ଭାବେ ସେ ରାଜନୀତିଠାରୁ ଦୂରେଇ ରହିଥିଲେ ଭଲ ହୋଇଥାଆନ୍ତା ବୋଲି ମଧ୍ୟ ଷ୍ଟାଲିନ୍‌ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-'One nation, one election': ଏକକ ନିର୍ବାଚନ ବିଚାର ଦେଶ ଓ ସବୁ ରାଜ୍ୟ ଉପରେ ଆକ୍ରମଣ କହିଲେ ରାହୁଲ

ଆଜି ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟର ବଡ ତଥା ପ୍ରମୁଖ ଦଳ କଂଗ୍ରେସ ମଧ୍ୟ ଏହି ଏକକ ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିଛି । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯାଇଥିଲା । ହେଲେ କଂଗ୍ରେସ ନେତା ଅଧିର ଏହି କମିଟିରେ ସାମିଲ ହେବା ପାଇଁ ମନା କରିଛନ୍ତି । ଆଜି ରାହୁଲ ଗାନ୍ଧୀ କହିଛନ୍ତି, ଏହି ବିଚାର ସମଗ୍ର ଦେଶ ଓ ସମସ୍ତ ରାଜ୍ୟଗୁଡିକ ଉପରେ ଆକ୍ରମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.