ETV Bharat / bharat

କର୍ଣ୍ଣାଟକରେ ଲାଗୁ ହୋଇଥିବା ଗ୍ୟାରେଣ୍ଟିକୁ ଦେଶରେ ଲାଗୁ କରିବ କଂଗ୍ରେସ: ରାହୁଲ

author img

By ETV Bharat Odisha Team

Published : Aug 30, 2023, 7:42 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

କର୍ଣ୍ଣାଟକରେ ଲାଗୁ 5 ଗ୍ୟାରେଣ୍ଟିକୁ ଦେଶରେ ଲାଗୁ କରିବା ନେଇ ବିଚାର କରାଯାଉଥିବା କହିଲେ ରାହୁଲ ଗାନ୍ଧୀ । ଏହି ଗ୍ୟାରେଣ୍ଟିରେ ରାଜ୍ୟରେ ନିର୍ବାଚନ ଜିତିଥିଲା କଂଗ୍ରେସ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ 5 ଗ୍ୟାରେଣ୍ଟି ଘୋଷଣା କରି ନିର୍ବାଚନ ଲଢିଥିଲା କଂଗ୍ରେସ । ବିଜେପିକୁ କ୍ଷମତାରୁ ବେଦଖଲ କରି ସରକାର ଗଠନ କରିବାରେ ସଫଳ ମଧ୍ୟ ହେଲା । ଏବେ କଂଗ୍ରେସ ସରକାର ଘୋଷଣା କରିଥିବା 5 ଗ୍ଯାରେଣ୍ଟି ମଧ୍ୟରୁ 4ଟି ଲାଗୁ କରିସାରିଲାଣି । ରାଜ୍ୟରେ ଲାଗୁ କରାଯାଇଥିବା ଏହି ଯୋଜନାଗୁଡ଼ିକୁ ଦେଶରେ ଲାଗୁ କରିବା ନେଇ କଂଗ୍ରେସ ବିଚାର କରୁଥିବା କହିଛନ୍ତି ରାହୁଲ ଗାନ୍ଧୀ । ଏହାର ଅର୍ଥ ହେଉଛି, କଂଗ୍ରେସ ଏହି ଗ୍ୟାରେଣ୍ଟିକୁ ଜାତୀୟ ନିର୍ବାଚନୀ ଘୋଷଣା ପତ୍ର ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରିବାକୁ ଯାଉଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ
ଆଜି ମହୀଶୂରର ମହାରାଜା କଲେଜ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ 5 ଗ୍ୟାରେଣ୍ଟି ମଧ୍ୟରୁ ଗୋଟିଏ ‘ଗୃହଲକ୍ଷ୍ମୀ ଯୋଜନା’ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ରାହୁଲ । ଏହି ସଭାକୁ ସମ୍ବୋଧିତ କରିଛନ୍ତି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, "ରାଜ୍ୟରେ ମହିଳାଙ୍କ ମାଗଣା ବସ ଯାତ୍ରା ପାଇଁ ‘ଶକ୍ତି ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ‘ଗୃହଲକ୍ଷ୍ମୀ ଯୋଜନା’ରେ ପ୍ରତ୍ୟେକ ପରିବାରର ମହିଳାଙ୍କୁ ମାସିକ 2 ହଜାର ଟଙ୍କାର ଆର୍ଥିକ ସହାୟତା, ଗୃହଜ୍ୟୋତି ଯୋଜନାରେ ପ୍ରତ୍ୟେକ ପରିବାରକୁ ମାସିକ 200 ୟୁନିଟ ମାଗଣା ବିଜୁଳି, ଅନ୍ନଭାଗ୍ୟ ଯୋଜନାରେ ପ୍ରତ୍ୟେକ ପରିବାରକୁ 10 କେଜି ଚାଉଳ ମୁଣ୍ଡ ପିଚ୍ଛା ହିସାବରେ ମିଳୁଛି । ସେହିପରି ‘ଯୁବାନିଧି ଯୋଜନା’ରେ ପ୍ରତ୍ୟେକ ବେରୋଜଗାର ଶିକ୍ଷିତ ସ୍ନାତକ ଯୁବକ ଯୁବତୀଙ୍କୁ ମାସିକ 3 ହଜାର ଟଙ୍କା ଭତ୍ତା ଯୋଜନାକୁ କାର୍ଯ୍ୟକାରୀ କରାଯିବାକୁ ଯାଉଛି ।"

ତେବେ ଏହି ସବୁ ଯୋଜନାର ସଫଳ ରୁପାୟନ କର୍ଣ୍ଣାଟକରେ ହୋଇଛି । ନିର୍ବାଚନ ସୟମରେ ଦଳ ଘୋଷଣା କରିଥିବା 5ଟି ଗ୍ୟାରେଣ୍ଟି ମଧ୍ୟରୁ 4ଟି କାର୍ଯ୍ୟକାରୀ ହୋଇସାରିଲାଣି । ଆଉ ଗୋଟିଏ ମଧ୍ୟ ଲାଗୁ ହେବା ପ୍ରକ୍ରିୟାରେ ରହିଛି ବୋଲି ରାହୁଲ କହିଛନ୍ତି । କଂଗ୍ରେସ ଏହି ଗ୍ଯାରେଣ୍ଟି କାର୍ଡକୁ ମଧ୍ୟ ଦେଶପାଇଁ ଲାଗୁ କରିବାକୁ ଚିନ୍ତା କରୁଛି ବୋଲି ରାହୁଲ କହିଛନ୍ତି । ଏହି 5ଟି ଯୋଜନା ପାଇଁ କର୍ଣ୍ଣାଟକ ସରକାର ପ୍ରାୟ 56 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ରାହୁଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Telangana assembly poll: ଚିନ୍ତାରେ କଂଗ୍ରେସ, 119 ଆସନରେ 1009 ଆଶାୟୀ

ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବଶବରାଜ ବୋମ୍ମାଇ ସରକାର ବିରୋଧରେ 40 ପ୍ରତିଶତ ପିସି କାରବାରର ଅଭିଯୋଗ ଆଣିଥିଲା । ରାଜ୍ୟରେ ସୁଶାସନ ଦେବା ସହ ଏହି 5 ଗ୍ୟାରେଣ୍ଟି ଲାଗୁ କରିବା ଓ ଦରଦାମ ନିୟନ୍ତ୍ରଣ କରିବା ପ୍ରତିଶୃତିରେ ନିର୍ବାଚନ ଲଢିଥିଲା । ଏଥିରେ ଦଳ ସଫଳ ହେବା ସହ 137 ଆସନ ଜିତି ସରକାର ଗଠନ କରିବାରେ ସଫଳ ହୋଇଛି । ତେବେ ଏହି ଫଣ୍ଡାକୁ ସାଧାରଣ ନିର୍ବାଚନରେ ମଧ୍ୟ ଲାଗୁ କରିବା ନେଇ ଦଳ ବିଚାର ଆରମ୍ଭ କରିସାରିଲାଣି, ଏହା ରାହୁଲଙ୍କ ମନ୍ତବ୍ୟରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.