ETV Bharat / bharat

Telangana assembly poll: ଚିନ୍ତାରେ କଂଗ୍ରେସ, 119 ଆସନରେ 1009 ଆଶାୟୀ

author img

By ETV Bharat Odisha Team

Published : Aug 30, 2023, 6:45 PM IST

ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ଭିଡ । 119 ଆସନରେ 1009 ଆଶାୟୀ ଆବେଦନ କରିଥିବା ଦଳ ଦେଲା ସୂଚନା । ପୂର୍ବରୁ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି କେସିଆର । ଅଧିକ ପଢନ୍ତୁ

Telangana assembly poll: ଚିନ୍ତାରେ କଂଗ୍ରେସ, 119 ଆସନରେ 1 ହାଜରରୁ ଅଧିକ ଆଶାୟୀ
Telangana assembly poll: ଚିନ୍ତାରେ କଂଗ୍ରେସ, 119 ଆସନରେ 1 ହାଜରରୁ ଅଧିକ ଆଶାୟୀ

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ପାଇଁ ତେଲେଙ୍ଗାନାରେ ଶାସନରେ ଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତ ଏକକାଳୀନ ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଆଗରେ ଏବେ ଟିକେଟ ଆବଣ୍ଟନ ଚିନ୍ତା । କାରଣ ମୋଟ 119 ଆସନ ପାଇଁ ହଜାରରୁ ଅଧିକ ଆଶାୟୀ ଟିକେଟ ଲବିରେ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ଏକାଧିକ ମପାଦଣ୍ଡ ଆଧାରରେ ଯୋଗ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି । ଖୁବଶିଘ୍ର ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସହ ଟିକେଟ ବଣ୍ଟନ ଆରମ୍ଭ ହେବା ନେଇ କହିଛନ୍ତି ତେଲେଙ୍ଗାନା AICC ପ୍ରଭାରୀ ମାଣିକ ରାଓ ଠାକରେ ।

ଇଟିଭି ଭାରତକୁ ସବିଶେଷ ତଥ୍ୟ ଦେଇ ମାଣିକ ରାଓ କହିଛନ୍ତି, କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ପାଇଁ ଆଶାୟୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ମୋଟ 119 ଆସନ ପାଇଁ 1,009 ଆଶାୟୀ ପ୍ରାର୍ଥୀଙ୍କର ଆବେଦନ ପ୍ରଦେଶ କଂଗ୍ରେସ କମିଟି ନିକଟରେ ପହଞ୍ଚିଛି । କିଛି ଆସନରେ ଆଶାୟୀଙ୍କ ସଂଖ୍ୟା ପ୍ରାୟ 15 ମଧ୍ୟ ରହିଛି । କିଛି ଆସନରେ ଏହି ସଂଖ୍ୟା ପ୍ରାୟ 6 ରହିଛି । ଯାହା କଂଗ୍ରେସର ଲୋକପ୍ରିୟତାକୁ ଦର୍ଶାଉଛି ।

ତେବେ ଦଳ ଟିକେଟ ପାଇଁ ଆବେଦନ କରିବା ବାବଦକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କଠାରୁ 50 ହଜାର ଟଙ୍କା ଆପ୍ଲିକେସନ ଫି ଓ ଏସ/ଏସଟି ବର୍ଗର ଆଶାୟୀ ପ୍ରାର୍ଥୀଙ୍କଠାରୁ 25 ହଜାର ଟଙ୍କାର ଆବେଦନ ଫି ନେଉଥିବା ଚର୍ଚ୍ଚା ହେଉଥିଲା । ଏହାକୁ ରାଜ୍ୟ ପ୍ରଭାରୀ ମାଣିକ ରାଓ ଖଣ୍ଡନ କରିଛନ୍ତି । କଂଗ୍ରେସ ଟିକେଟ ଆବେଦନ ପାଇଁ କୌଣସି ଫି୍‌ ନିଏ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ପାଇଁ ଆଶାୟୀଙ୍କ ମଧ୍ୟରେ ଭଲ ରେସପନ୍ସ ରହିଛି । ତେଣୁ ଆଶାୟୀ ସଂଖ୍ୟା ଭଲ ରହିଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରି ଟିକେଟ ମିଳିବା ନେଇ ମାଣିକ ରାଓ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Telangana Assembly Poll: ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କଲା BRS, ମାତ୍ର 7 ଆସନରେ ପରିବର୍ତ୍ତନ

ଏହା ପୂର୍ବରୁ ଚଳିତ ମାସ 21 ତାରିଖରେ ପ୍ରାର୍ଥୀ ଘୋଷଣା କରିସାରିଛି ଶାସକ ଭାରତ ରାଷ୍ଟ୍ର ସମିତି (BRS) । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ ମାତ୍ର ଗୋଟିଏ ପର୍ଯ୍ୟାୟରେ ଦଳ ରାଜ୍ୟର ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଏଥିରେ ମାତ୍ର 7ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚଳିତ ବର୍ଷ ମୁଖ୍ଯମନ୍ତ୍ରୀ କେସିଆର ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିବେ । କେସିଆରଙ୍କ ଦଳ ବିରୋଧରେ ମୁଖ୍ୟ ବିରୋଧୀ ଭାବେ କଂଗ୍ରେସ ଓ ଦ୍ବିତୀୟ ବିରୋଧୀ ଭାବେ ଭାରତୀୟ ଜନତା ପାର୍ଟି ରହିଛି । ହେଲେ ଆନ୍ଧ୍ର ପ୍ରଦେଶରୁ ବିଭକ୍ତ ହୋଇ ସ୍ବତନ୍ତ୍ର ରାଜ୍ୟ ଗଠନ ହେବା ପରଠାରୁ କେସିଆରଙ୍କ ଦଳ ଟିଆରଏସ କ୍ଷମତା ବଜାୟ ରଖିଛି । ଏହା ପରବର୍ତ୍ତୀ ସମୟରେ ବିଆରଏସ ଭାବେ ପରିବର୍ତ୍ତିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.