ETV Bharat / bharat

‘ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ, କିନ୍ତୁ ପଦ ମୋତେ ନୁହେଁ ’

author img

By ETV Bharat Odisha Team

Published : Oct 19, 2023, 4:13 PM IST

‘ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ, କିନ୍ତୁ ପଦ ମତେ ନୁହେଁ ’
‘ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ, କିନ୍ତୁ ପଦ ମତେ ନୁହେଁ ’

ଗେହେଲଟ କହିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହାନ୍ତି, କିନ୍ତୁ ପଦ ଓ ଦାୟିତ୍ବ ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହେଁ । ମୁଖ୍ୟମନ୍ତ୍ରୀ ହେବା ନିଷ୍ପତ୍ତି ଦଳର ହାଇକମାଣ୍ଡ ନିର୍ଦ୍ଧାରଣ କରିବେ । ଅଧିକ ପଢନ୍ତୁ

ଜୟପୁର: କଂଗ୍ରେସ ଶାସିତ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ତାତି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଶାସନରେ ଥିବା କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଦଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ତଥାକଥିତ ମୁଖ୍ୟମନ୍ତ୍ରୀ ଚୌକି ଆଶାୟୀ ସଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆଜି ଗେହେଲଟଙ୍କ ପ୍ରତିକ୍ରିୟା ଆସିଛି । ସେ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ଚାହାନ୍ତି କିନ୍ତୁ ତାଙ୍କୁ ସେହି ପଦବୀ ଛାଡିବାକୁ ଚାହୁଁନାହିଁ ବୋଲି ଗେହେଲଟ କହିଛନ୍ତି ।

ଆଜି (ଗୁରୁବାର) ରାଜଧାନୀ ଜୟପୁରରେ ଏକ ପ୍ରେସମିଟକୁ ସମ୍ବୋଧିତ କରି ଗେହେଲଟ କହିଛନ୍ତି,‘‘ ମୁଁ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ସେହି ପଦବୀର ଦାୟିତ୍ବ ମତେ ଛାଡିବା ପାଇଁ ପ୍ରସ୍ତୁତ ନୁହେଁ । ସେହିପରି ସେ କ’ଣ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି କି ପ୍ରଶ୍ନରେ ଗେହେଲଟ କହିଛନ୍ତି, ତାଙ୍କୁ ପ୍ରଥମ ଥର ପାଇଁ କଂଗ୍ରେସର ତତ୍କାଳୀନ ହାଇକମାଣ୍ଡ ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ମୁଖ୍ୟମନ୍ତ୍ରୀ ଆସନରେ କି’ଏ ବସିବ, ସେକଥା ଦଳର ହାଇକମାଣ୍ଡ ନିର୍ଦ୍ଧାରିତ କରନ୍ତି ।

ଦଳୀୟ କନ୍ଦଳକୁ ସମ୍ପୂର୍ଣ୍ଣ ସ୍ବୀକାର ନକରି ଗେହେଲଟ କହିଛନ୍ତି, ସେ ଯୁବନେତା ସଚିନ ପାଇଲଟଙ୍କୁ ମଧ୍ୟ ସମର୍ଥନ କରନ୍ତି । ତାଙ୍କ ଗୋଷ୍ଠୀରେ ଥିବା ବିଧାୟକମାନେ ମଧ୍ୟ ଚଳିତ ଥର ନିର୍ବାଚନ ଲଢିବା ପାଇଁ ଟିକେଟ ପାଇବେ । ମାତ୍ର କିଛି ଜଣଙ୍କର ଟିକେଟ କଟିପାରେ । ଦଳରେ ଭଲ ବିକଳ୍ପ ଓ ଯୋଗ୍ୟତା ଆଧାରରେ ଟିକେଟ୍‌ ମିଳେ । କେହି ଭଲ ବିକଳ୍ପ ମିଳିଲେ କିଛି ବିଧାୟକଙ୍କର ଟିକେଟ କଟିପାରେ ବୋଲି ଗେହେଲଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Telangana Assembly poll: BRS ଉପରେ ବର୍ଷିଲେ ରାହୁଲ, କହିଲେ ତେଲେଙ୍ଗାନାକୁ ଗୋଟିଏ ପରିବାର ନିୟନ୍ତ୍ରଣ କରୁଛି

ତେବେ ଚଳିତ ଥର ମଧ୍ୟ ଗେହେଲଟଙ୍କ ନେତୃତ୍ବରେ ଦଳ ରାଜସ୍ଥାନରେ ନିର୍ବାଚନ ଲଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗେହେଲଟ ଓ ପାଇଲଟଙ୍କ ମଧ୍ୟରେ ଦୀର୍ଘ ମାସର ବିବାଦ ଲାଗି ରହିଛି । କିନ୍ତୁ ଗାନ୍ଧୀ ପରିବାରର ବେଶ ଆନୁଗତ୍ୟ କୁହାଯାଉଥିବା ଗେହେଲଟ ସବୁ ବିବାଦ ସତ୍ତ୍ବେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିଛନ୍ତି । ତେବେ ନିକଟରେ ରାଜନ୍ଦ୍ର ଗୁଢା ଗେହେଲଟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଛନ୍ତି । ସେ ଜାରି କରିଥିବା ନାଲି ଡାଏରୀ କଥା କହି ବିଜେପି ଗେହେଲଟ ସରକାରକୁ ଟାର୍ଗେଟ କରିବା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.