ETV Bharat / bharat

Telangana Assembly poll: BRS ଉପରେ ବର୍ଷିଲେ ରାହୁଲ, କହିଲେ ତେଲେଙ୍ଗାନାକୁ ଗୋଟିଏ ପରିବାର ନିୟନ୍ତ୍ରଣ କରୁଛି

author img

By ETV Bharat Odisha Team

Published : Oct 19, 2023, 2:03 PM IST

ତେଲେଙ୍ଗାନାରେ ନଭେମ୍ବର 30 ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ତେଲେଙ୍ଗାନା ଗସ୍ତ କରି ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Gandhi in Telangana
ରାହୁଲ ଗାନ୍ଧୀଙ୍କ ତେଲେଙ୍ଗାନା ଗସ୍ତ

ହାଇଦ୍ରାବାଦ: ତେଲେଙ୍ଗାନା ଉପରେ ପୁରା ନିୟନ୍ତ୍ରଣ ଗୋଟିଏ ପରିବାର ହାତରେ ରହିଛି ଏବଂ ସବୁଠୁ ଅଧିକ ଭଷ୍ଟ୍ରାଚାର ଏହି ରାଜ୍ୟରେ ରହିଛି । ବିଜେପି-ବିଆରଏସ-ଏଆଇଏମଆଇଏମ ଏହି 3 ଦଳ କଂଗ୍ରେସ ଦଳ ଉପରେ ଆକ୍ରମଣ କରୁଛନ୍ତି । ଜାତି ଭିତ୍ତିକ ଜନ ଗଣନା ଦେଶ ପାଇଁ ଏକ୍ସ-ରେ ପରି କାମ କରିବ । ସରକାର ଗଠନ ହେଲେ ଜାତିଭିତ୍ତିକ ଗଣନା ପ୍ରଥମ ପଦକ୍ଷେପ ହେବ । ସେ କହିଛନ୍ତି, "ମୁଁ ଯେବେ ଜାତିଭିତ୍ତିକ ଗଣନା କଥା କୁହେ ନା ପ୍ରଧାନମନ୍ତ୍ରୀ କିଛି କୁହନ୍ତି ନା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କିଛି କୁହନ୍ତି । ମୁଁ ଭାବୁଛି ତେଲେଙ୍ଗାନାରେ ନିର୍ବାଚନ ହାରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।" ତେଲେଙ୍ଗାନାର ଭୁପାଲପାଲ୍ଲିରେ ଏକ ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି ରାହୁଲ ଗାନ୍ଧୀ ।

  • #WATCH | "The whole control of Telangana state is in the hands of one family and corruption is highest in the state in the country...Look at BJP-BRS-AIMIM, these three parties attack the Congress party," says Congress MP Rahul Gandhi during 'Vijayabheri Yatra' in Telangana's… pic.twitter.com/49kCSvV0js

    — ANI (@ANI) October 19, 2023 " class="align-text-top noRightClick twitterSection" data=" ">

ତେଲେଙ୍ଗାନାର ଭୁପାଲପାଲ୍ଲିରେ ଜନସଭାକୁ ସମ୍ଭୋଧିତ କରି ବିଜେପି ବିଆରଏସକୁ ଆଟାକ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ''ମୁଁ ଭାବୁଛି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବେ । ତେଲେଙ୍ଗାନାରେ ରାଜା ଓ ପ୍ରଜା ମଧ୍ୟରେ ଲଢେଇ ହେବ । ପୂର୍ବରୁ ଦୂରରୁ ଲୋକ ରାଜ କରୁଥିଲେ । ଆମେ ଚାହୁଥିଲୁ ତେଲେଙ୍ଗାନା ଜନତା ତେଲେଙ୍ଗାନା ଉପରେ ରାଜ୍‌ କରୁ । ହେଲେ ଜାଣିବାକୁ ପାଇଲୁ 10 ବର୍ଷ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଜନତାଙ୍କଠୁ ଦୂରକୁ ଦୂର ଯାଉଛନ୍ତି । ତେଲେଙ୍ଗାନା ଗରିବ ଲୋକଙ୍କୁ କେବେ ରାଜ୍ୟର ଧନ ବିଷୟରେ କହିବ । ରାଜ୍ୟରେ ଗୋଟିଏ ପରିବାରର ରାଜ ହୋଇଛି । ତେଲେଙ୍ଗାନା ଉପରେ ପୁରା ନିୟନ୍ତ୍ରଣ ଗୋଟିଏ ପରିବାର ହାତରେ ରହିଛି । ଦେଶରେ ସବୁଠୁ ଅଧିକ ଭଷ୍ଟ୍ରାଚାର ତେଲେଙ୍ଗାନାରେ । ଅନ୍ୟ ଦେଶକୁ ତେଲେଙ୍ଗାନାର ଭଷ୍ଟ୍ରାଚାରର ଟେକ୍ନୋଲୋଜି ପଠାଯାଉଛି । ରାଜ୍ୟରେ ମହିଳା, ଯୁବର ଅଧିକ ସମସ୍ୟା ଭୋଗୁଛନ୍ତି ।''

  • #WATCH | "Caste census will act as an x-ray for the nation. When I speak on caste census, neither the PM nor the Telangana CM say anything", says Congress MP Rahul Gandhi in Bhupalpally of Telangana. pic.twitter.com/iRrm59f4i8

    — ANI (@ANI) October 19, 2023 " class="align-text-top noRightClick twitterSection" data=" ">

ରାହୁଲ ଆହୁରି କହିଛନ୍ତି, ବିଜେପି-ବିଆରଏସ-ଏଆଇଏମଆଇଏମ ଏହି 3 ଦଳ କଂଗ୍ରେସ ଦଳ ଉପରେ ଆକ୍ରମଣ କରୁଛନ୍ତି । ଦେଶରେ ବିଜେପି ବିପକ୍ଷ ନେତାଙ୍କ ଉପରେ ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଲଗାଉଛି । ବିଜେପି ବିପକ୍ଷଙ୍କୁ ଡରାଇବାକୁ ମାମଲା ରୁଜ୍ଜୁ କରୁଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଉପରେ କାହିଁକି କିଛି ତଦନ୍ତ ହୋଇନାହିଁ । ମୁଁ ବିଜେପି ସହ ଲଢ଼ୁଛି ତେଣୁ ସେମାନେ ମୋ ନାମରେ 24ଟି କେସ କରିଛନ୍ତି । ଲୋକସଭା ସଦସ୍ୟତା ରଦ୍ଦ କରିଦେଲେ ଘର ନେଇଗଲେ ମୋତେ କିଛି ଫରକ ପଡିଲା ନାହିଁ । ସରକାର ଗଠନ ହେଲେ ଜାତିଭିତ୍ତିକ ଗଣନା ପ୍ରଥମ ପଦକ୍ଷେପ ହେବ । ମୁଁ ଯେବେ ଜାତିଭିତ୍ତିକ ଗଣନା କଥା କୁହେ ନା ପ୍ରଧାନମନ୍ତ୍ରୀ କିଛି କୁହନ୍ତି ନା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କିଛି କୁହନ୍ତି । ଜାତିଭାତ୍ତିକ ଗଣନା ଦେଶ ପାଇଁ ଏକ୍ସ-ରେ ପରି କାମ କରିବ ।''

ଏହା ବି ପଢନ୍ତୁ...Rahul in Chhattisgarh: ‘ସରକାର ଗଠନ ହେଲେ ପ୍ରଥମ ପଦକ୍ଷେପ ହେବ ଜାତିଭିତ୍ତିକ ଜନଗଣନା’

ଏହା ବି ପଢନ୍ତୁ...ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ପ୍ରକାଶ ଥାଉ କି, ଆସନ୍ତା ମାସରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ଦଳ ମଧ୍ୟ ଏଥିରୁ ବାଦ ପଡିନାହିଁ । ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଓ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 7 ତାରିଖରୁ ଭୋଟ ଆରମ୍ଭ ହେବ । ଏ ନେଇ ଏହି 5 ରାଜ୍ୟ ଗସ୍ତ କରୁଛନ୍ତି ରାଜନୈତିକ ଦଳ । ତେଲେଙ୍ଗାନାରେ ନଭେମ୍ବର 30 ତାରିଖରେ ଭୋଟ ଗ୍ରହଣ ହେବ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଜନାଦେଶ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.