ETV Bharat / bharat

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର NDAର ଉପରାଷ୍ଟ୍ରପତି ପ୍ରାର୍ଥୀ

author img

By

Published : Jul 16, 2022, 7:59 PM IST

Updated : Jul 16, 2022, 8:25 PM IST

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖର ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖର ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ଧନଖର 2019 ଜୁଲାଇ 30 ତାରିଖରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟରତ ରହିଛନ୍ତି । ପୂର୍ବରୁ ଧନଖର 1989 ରୁ 1991 ପର୍ଯ୍ୟନ୍ତ ଲୋକସଭାର ସାଂସଦ ମଧ୍ୟ ରହିସାରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ । ଆଜି ନୂଆଦିଲ୍ଲୀରେ ବିଜେପି ଦଳୀୟ ବୈଠକ ପରେ ପ୍ରେସମିଟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘୋଷଣା । ଆଜି ଦଳ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଧନଖର 2019 ଜୁଲାଇ 30 ତାରିଖରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟରତ ରହିଛନ୍ତି । ପୂର୍ବରୁ ଧନଖର 1989 ରୁ 1991 ପର୍ଯ୍ୟନ୍ତ ଲୋକସଭାର ସାଂସଦ ମଧ୍ୟ ରହିସାରିଛନ୍ତି । ସେ ଜଣେ ଆଇନଜୀବୀ ମଧ୍ୟ । ସୁପ୍ରିମକୋର୍ଟରେ ସେ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପଶ୍ଚିମବଙ୍ଗରେ ରାଜ୍ୟପାଳ ଥିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ପାଇଁ ଚର୍ଚ୍ଚାକୁ ଆସିଥିଲେ ଧନଖର । ଆଜି ପୂର୍ବାହ୍ନରେ ଧନଖର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାକ୍ଷତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 16, 2022, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.