UP Assembly Poll: BJPକୁ ଝଟକା ପରେ ଝଟକା, ଦଳ ଛାଡିଲେ ଆଉ ଜଣେ ମନ୍ତ୍ରୀ

author img

By

Published : Jan 13, 2022, 4:01 PM IST

ବିଜେପିକୁ କ୍ରମାଗତ ଝଟକା, ଦଳ ଛାଡିଲେ ତୃତୀୟ ମନ୍ତ୍ରୀ ଧରମ ସିଂ ସାଇନି

ଦଳ ଛାଡିଲେ ଉତ୍ତର ପ୍ରଦେଶ ମନ୍ତ୍ରୀ ଧରମ ସିଂ ସାଇନି । ବିଜେପି ଶିବିର ଛାଡିଥିବା ୩ୟ ମନ୍ତ୍ରୀ ତାଲିକାରେ ଧରମ । ପୂର୍ବରୁ ମଧ୍ୟ ଯୋଗୀ କ୍ୟାବିନେଟ ଛାଡିଥିଲେ ୨ ମନ୍ତ୍ରୀ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ରହିଥିବା ଦଳବଦଳ ପ୍ରକ୍ରିୟାରେ ଆଜି ଆଉ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶିବିର ଛାଡିଛନ୍ତି । ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଥିବା ଧରମ ସିଂ ସାଇନି ଆଜି (ଗୁରୁବାର) ବିଜେପିରୁ ଇସ୍ତଫା ଦେଇଛନ୍ତିି । ଇସ୍ତଫା ଦେବା କ୍ରମରେ ସେ ବିଜେପିର ୩ୟ ମନ୍ତ୍ରୀ ତଥା ନବମ ବିଧାୟକ । ଧରମ ସିଂ ସାଇନି ରାଜ୍ୟ ଖାଦ୍ୟ (ସ୍ବାଧୀନ), ଆୟୁଷ ଏବଂ ଡ୍ରଗ୍ସ ପ୍ରଶାସନ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିଲେ ।

  • UP: After quitting as a minister, Dharam Singh Saini meets Samajwadi Party president Akhilesh Yadav

    "I welcome him to the Samajwadi Party," Yadav tweets pic.twitter.com/jPhHd66tOx

    — ANI UP/Uttarakhand (@ANINewsUP) January 13, 2022 " class="align-text-top noRightClick twitterSection" data=" ">

ନିକଟ ଅତୀତରେ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଓ ଦାରା ସିଂ ଚୌହାନ ମଧ୍ୟ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିବା ବେଳ ଏହି ତାଲିକାର ତୃତୀୟ ସ୍ଥାନକୁ ଆସିଛନ୍ତି ଧରମ ସିଂ ସାଇନି । ତେବେ ଇସ୍ତଫା ପରେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଅଖିଳେଶ ମଧ୍ୟ ତାଙ୍କୁ ଦଳକୁ ସ୍ବାଗତ କରିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

ବିଧାନସଭା ନିର୍ବାଚନକୁ ଏକ ମାସରୁ କମ ଥିବା ସମୟ ଥିବାବେଳେ ନିକଟରେ ଶାସକ ବିଜେପିରୁ ୩ ମନ୍ତ୍ରୀଙ୍କ ସମତେ ମୋଟ ୯ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି । ତେବେ ଏହି ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଅନୁମାନ କରୁଛନ୍ତି । ନିର୍ବାଚନ ନିକଟବର୍ତ୍ତୀ ସମୟରେ ଏପରି ଦଳଡିଆଁ ପର୍ବ କିଛି ନୂଆ ପ୍ରସଙ୍ଗ ହୋଇ ନଥିବା ବେଳେ ଏହା ଉତ୍ତର ପ୍ରଦେଶ ରାଜନୀତି ଉପରେ କଣ ପ୍ରଭାବ ପକାଇବ ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.