ETV Bharat / bharat

19th Asian Games: ଅରୁଣାଚଳପ୍ରଦେଶ କ୍ରୀଡାବିତଙ୍କୁ ଦେଶରେ ପୁରାଇଲାନି ଚୀନ, ଭାରତର କଡ଼ା ଜବାବ

author img

By ETV Bharat Odisha Team

Published : Sep 22, 2023, 6:08 PM IST

19th Asian Games
19th Asian Games

ଅରୁଣାଚଳପ୍ରଦେଶ କ୍ରୀଡାବିତଙ୍କୁ ଦେଶରେ ପୁରାଇଲାନି ଚୀନ । ଏହାପରେ ନିଜ ଗସ୍ତକୁ ରଦ୍ଦ କଲେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ବିରୋଧରେ ଭେଦଭାବପୂର୍ଣ୍ଣ ଆଚରଣ କଲା ଚୀନ । ୧୯ତମ ଏସିଆନ ଗେମ୍ସ ଲାଗି ଚୀନ ଗସ୍ତରେ ଥିବା ଅରୁଣାଚଳପ୍ରଦେଶର କ୍ରୀଡାବିତଙ୍କୁ ଦେଶରେ ପୁରାଇନଲାନି ଚୀନ । ଅରୁଣାଚଳପ୍ରଦେଶର ୩ କ୍ରୀଡାବିତ୍‌ଙ୍କୁ ଦେଶରେ ପ୍ରବେଶ ଲାଗି ଅନୁମତି ଦେଇନଥିବା ଚୀନର ଷଡ଼ଯନ୍ତ୍ରଙ୍କୁ ଭାରତ ଦୃଢ ନିନ୍ଦା କରିଛି । ଦିଲ୍ଲୀରେ ଥିବା ଚୀନ ଦୂତାବାସ ଓ ବେଜିଂରେ ଥିବା ଭାରତୀୟ ଦୂତାବାସଙ୍କ ମାଧ୍ୟମରେ ଏହାକୁ ଭାରତ ନିନ୍ଦା କରିଛି । ଏହାପରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ନିଜ ଚୀନ ଗସ୍ତକୁ ମଧ୍ୟ ରଦ୍ଦ କରିଛନ୍ତି ।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, "ଚୀନ ସଦାସର୍ବଦା ଜାତୀୟତା ଆଧାରରେ ଭାରତର କ୍ରୀଡାବିତଙ୍କ ସହିତ ଭେଦଭାବପୂର୍ଣ୍ଣ ବ୍ୟବହାର କରିଆସୁଛି । ଭାରତ ଚୀନର ଏପରି ବ୍ୟବହାରକୁ କଡ଼ା ନିନ୍ଦା କରୁଛି । ଅରୁଣାଚଳପ୍ରଦେଶ ଭାରତର ଅଭିନ୍ନ, ଅବିଭକ୍ତ ଅଂଶ ଥିଲା, ଅଛି ଓ ରହିବ ମଧ୍ୟ ।" ସେ ଆହୁରି କହିଛନ୍ତି ଯେ ଭାରତୀୟ କ୍ରାଡାବିତ୍‌ଙ୍କୁ ଏସିଆନ ଗେମ୍ସ ଲାଗି ଚୀନରେ ପ୍ରବେଶ ନ କରିବା ଭଳି ପଦକ୍ଷେପ ଏସିଆ ଖେଳର ନିୟମ ଓ ନୀତିକୁ ଉଲ୍ଲଙ୍ଘନ କରିଛି । ଏଥିରେ ସାମିଲ ଥିବା ସଦସ୍ୟ କ୍ରାଡାବିତଙ୍କ ସହିତ କୌଣସି ଭେଦଭାବପୂର୍ଣ୍ଣ ବ୍ୟବହାର କରିପାରିବେ ନାହିଁ ବୋଲି ନିୟମ ରହିଛି ।

ଏହା ବି ପଢନ୍ତୁ- China's new map: ଭାରତ ସହ ସ୍ବର ମିଳାଇଲେ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଓ ତାଇଓ୍ବାନ

ସେପଟେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ କ୍ରାଡାବିତଙ୍କ ସହିତ ଚୀନର ଏପରି ବ୍ୟବହାରକୁ ସହଜରେ ଗ୍ରହଣ କରିନାହାନ୍ତି । ସେ ନିଜର ଚୀନ ଗସ୍ତକୁ ରଦ୍ଦ କରିଥିବା ଜଣାପଡ଼ିଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ୧୯ତମ ଏସିଆନ ଗେମ୍ସ ଲାଗି ଅତିଥି ଭାବରେ ଚୀନ ଗସ୍ତ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ଯୋଜନା ରହିଥିଲା । ମାତ୍ର ଭାରତୀୟ କ୍ରୀଡାବିତଙ୍କୁ ଚୀନ ଦେଶରେ ଏଣ୍ଟ୍ରି ନ ଦେବା ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ନିଜ ଗସ୍ତକୁ ରଦ୍ଦ କରିଛନ୍ତି ।

କଣ ପୁରା ମାମଲା? ସୂଚନା ଥାଉ କି ଚୀନର ଝାଙ୍ଗଝୋଉ ଠାରେ ଆୟୋଜିତ ହୋଇଛି ୧୯ତମ ଏସିଆନ ଗେମ୍ସ । ଏଥିରେ ୩ ଜଣ ଅରୁଣାଚଳପ୍ରଦେଶ ଅଂଶଗ୍ରହଣ କରିଥିଲେ । ମାତ୍ର ଚୀନ ସେମାନଙ୍କୁ ପ୍ରବେଶ କରିବା ଲାଗି ଅନୁମତି ଦେଇନଥିଲା । ଚୀନ ଅରୁଣାଚଳପ୍ରଦେଶକୁ ନିଜର ଅଂଶ ବୋଲି ଦାବି କରିଆସୁଛି । ଅରୁଣାଚଳପ୍ରଦେଶର ନାଗରିକଙ୍କୁ ଭାରତୀୟ ଭାବେ ଚୀନ ଅସ୍ବୀକାର କରିଥାଏ । ଗତ ଜୁଲାଇ ମାସରେ ମଧ୍ୟ ସମାନ ଭାବରେ ଅରୁଣାଚଳପ୍ରଦେଶ କ୍ରୀଡାବିତଙ୍କୁ ଚୀନ ପ୍ରବେଶ ଅନୁମତି ଦେଇନଥିଲା । ଏହାକୁ ସେତେବେଳେ ମଧ୍ୟ ଭାରତ କଡ଼ା ବିରୋଧ କରିଥିଲା । ଦ୍ବିତୀୟ ଥର ଲାଗି ଚୀନ ପୁଣି ଏପରି ନିନ୍ଦନୀୟ କାର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.