ETV Bharat / bharat

China's new map: ଭାରତ ସହ ସ୍ବର ମିଳାଇଲେ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଓ ତାଇଓ୍ବାନ

author img

By ETV Bharat Odisha Team

Published : Aug 31, 2023, 10:19 PM IST

ନୂଆ ମ୍ୟାପରେ ଭାରତ ସମେତ ଏକାଧିକ ପଡୋଶୀ ରାଷ୍ଟ୍ରର ଅଞ୍ଚଳକୁ ନିଜର ଦର୍ଶାଇଛ ବେଜିଂ । ଆପତ୍ତି ଉଠାଇଲେ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଓ ତାଇଓ୍ବାନ । ଅଧିକ ପଢନ୍ତୁ

ଭାରତ ସହ ସ୍ବର ମିଳାଇଲେ ଫିଲିପାଇନ୍ସ, ମାଲେସିୟା, ଭିଏତନାମ ଓ ତାଇଓ୍ବାନ
ଭାରତ ସହ ସ୍ବର ମିଳାଇଲେ ଫିଲିପାଇନ୍ସ, ମାଲେସିୟା, ଭିଏତନାମ ଓ ତାଇଓ୍ବାନ

ହାଇଦ୍ରାବାଦ: ବିସ୍ତାରବାଦୀ ଚୀନ ଏବେ ନୂତନ ଭାବେ ଜାରି କରିଥିବା ଜାତୀୟ ମାନଚିତ୍ରରେ ଭାରତର ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ପୂର୍ବ ଲଦାଖର ଅକ୍ସାଇ ଚୀନକୁ ନିଜର ଅଧିକୃତ ଅଞ୍ଚଳ ବୋଲି ଦର୍ଶାଇଛି । ହେଲେ କେବଳ ଭାରତ ନୁହେଁ ବରଂ ଚୀନ ଅନ୍ୟ ଏକାଧିକ ପଡୋଶୀ ଦେଶର ସୀମା ଅତିକ୍ରମ କରି ସେଗୁଡିକ ମଧ୍ୟ ତାର ଅଞ୍ଚଳ ବୋଲି ଦର୍ଶାଇବାକୁ ପଛାଇନାହିଁ । ଚୀନ ଜାରି କରିଥିବା ନୂତନ ସଂସ୍କରଣ ମ୍ୟାପରେ ଚୀନ ସୀମା ସଂଲଗ୍ନ ଏହି ଦେଶଗୁଡିକର ଏକାଧିକାଂଶ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ନୂଆ ମ୍ୟାପ୍‌ରେ ସ୍ଥାନିତ କରିଛି । ଚୀନର ଏପରି ବିସ୍ତାରବାଦୀ ନୀତିକୁ ନିନ୍ଦା କରିଛନ୍ତି ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଓ ତାଇଓ୍ବାନ ।

ସୋମବାର(28 ତାରିଖ) ଚୀନର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଦେଶର 2023 ସଂଶୋଧିତ ଜାତୀୟ ମାନଚିତ୍ର ଜାରି କରିଥିଲା । ଏଥିରେ ପୂର୍ବ ଭାରତୀୟ ରାଜ୍ଯ ଅରୁଣାଚଳ ପ୍ରଦେଶ ଓ ପୂର୍ବ-ଲଦାଖ କ୍ଷେତ୍ରରେ ଥିବା ଅକ୍ସାଇ ଚୀନକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଥିଲା ବେଜିଂ । ଏହାକୁ ନୂଆଦିଲ୍ଲୀ ନିନ୍ଦା କରିବା ସହ ଏପରି ଦାବି ଭିତ୍ତିହୀନ ବୋଲି କହିଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଥିଲେ, ଏହି ଭିତ୍ତିହୀନ ଦାବି ଫଳରେ କେବେ ଅନ୍ୟ ଦେଶର ଅଞ୍ଚଳ ଚୀନର ହୋଇଯିବ ନାହିଁ । ତେବେ ଏବେ ମିଳିଥିବା ସୂଚନା ଅନୁସାରେ, ଚୀନ ଭାରତ ସମେତ ଅନ୍ୟ ପ୍ରାୟ 5ଟି ଦେଶର ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏହାକୁ ମ୍ୟାପ୍‌ରେ ନିଜ ଅଞ୍ଚଳ ଭାବେ ଦର୍ଶାଇବାକୁ ପଛାଇନାହିଁ ।

ଫିଲିଫାଇନ୍ସର ପଶ୍ଚିମ ଫିଲିଫାଇନ୍ସ ସାଗର ଅଞ୍ଚଳ ଓ ମାଲେସିଆର ସାମୁଦ୍ରିକ ସୀମା ମଧ୍ୟ ବେଜିଂ ମ୍ୟାପରେ ଅତିକ୍ରମ କରିଛି । ଏହା ସହ ଦ୍ବିପରାଷ୍ଟ୍ର ଭିଏତନାମ ଓ ତାଇଓ୍ବାନ ମଧ୍ୟ ଚୀନର ବିସ୍ତାରବାଦୀ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ନାହାନ୍ତି । ଏହି ଦେଶମାନଙ୍କର ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳକୁ ମଧ୍ୟ ଚୀନର ନିଜର ଅଧିକୃତ ଅଞ୍ଚଳ ଭାବେ ଦର୍ଶାଇ ନୂଆ ମାନଚିତ୍ର ପରିସୀମାରେ ସ୍ଥାନ ଦେଇଛି ।

ଏହା ମଧ୍ୟ ପଢନ୍ତୁ :-China releases new map: ଚୀନର ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସାମିଲ

ଆସନ୍ତା ମାସରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଚୀନ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କ ପ୍ରତ୍ୟେକ୍ଷ ଅଂଶଗ୍ରହଣ ନେଇ ଅନିଶ୍ଚିତତା ଲାଗିରହିଛି । ହେଲେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ଜିନପିଙ୍ଗ ସହ ଦୁଇ ଦେଶର ସୀମା ବିବାଦ ଓ ପୂର୍ବ-ଲଦାଖ କ୍ଷେତ୍ରରେ ଉତ୍ତେଜନା ହ୍ରାସ କରି ଶାନ୍ତି ନିଶ୍ଚିତ କରିବା ଦିଗରେ କଥା ହୋଇଥିଲେ । ଏହା ସତ୍ତ୍ବେମଧ୍ୟ ଚୀନ ନୂଆ ମାନଚିତ୍ର ଏପରି ବିସ୍ତାରବାଦୀ ନୀତିର ପ୍ରତିଫଳନ ଦୁଇ ଦେଶର ସୀମା ବିବାଦକୁ ପୁଣି ଅଶାନ୍ତ କରିବା ପରି ସ୍ଥିତି ସୃଷ୍ଟି କରିଛି । ଅବଶ୍ୟ ଚୀନର ଏପରି କାର୍ଯ୍ୟକଳାପ ପ୍ରଥମ ଥର ମଧ୍ୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.