ETV Bharat / bharat

'ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ'

author img

By ETV Bharat Odisha Team

Published : Dec 18, 2023, 7:11 AM IST

" ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ "
" ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ "

Parliament security breach: ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ଦେଶରେ ବଢୁଛି ରାଜନୈତିକ ପାରଦ । ବିରୋଧୀ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଥିବାବେଳେ ଜବାବ ରଖିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

" ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ "

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଦେଶ ରାଜନୈତିକ ପାରଦ ମଧ୍ୟ ଉପର ମୁହାଁ ହେବାରେ ଲାଗିଛି । ସରାକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ଭିତରେ ଏହାରୁ ରାଜନୀତି ନକରାଯାଉ ବୋଲି କହିଛି ବିଜେପି । ଡିସେମ୍ବର ୧୩ ତାରିଖରେ ଦେଶର ନୂତନ ସଂସଦ ଗୃହରେ ସୁରକ୍ଷାର ବିଭ୍ରାଟ ଦେଖାଇ ଦେଇଥିଲା । ସଂସଦ ଭିତରେ 2 ଜଣ ବ୍ୟକ୍ତି ହାତରେ କଲର୍ସ ସ୍ମୋକ୍‌ ଧରି ଲୋକସଭାର ଦର୍ଶକ ଗ୍ୟାଲେରିରୁ ଡେଇଁ ଚାମ୍ବର ମଧ୍ୟକୁ ପଶିଆସୁଥିବା ଦେଖିବାକୁ ମିଳିଥିଲା । "ଏହାର କରାଣ ହେଉଛି ଦେଶରେ ବୋରୋଜଗାରୀ ବୃଦ୍ଧି, ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ।" ଏଭଳି କିଛି ପ୍ରତିକ୍ରିୟା ରଖି ଆସୁଛନ୍ତି ବିରୋଧୀ । ଯାହାର ଜବାବ ରଖିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ।

କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି," ସଂସଦରେ ଯେଉଁ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ହେଲା ସମସ୍ତେ ରାଜନୈତିକ ଦଳ ମିଶି କହିବା ଉଚିତ ଯେ ଏହି ଘଟଣାର ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ । କିନ୍ତୁ ଦୁର୍ଭାଗ୍ୟର ଯେ ବିରୋଧୀ ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି,"ତେଲେଙ୍ଗାନା ବିଲ୍‌ ଉପସ୍ଥାପନା ବେଳେ କଂଗ୍ରେସ ସାଂସଦ ଯେଉଁଭଳି ଭାବେ ପେପର ସ୍ପ୍ରେ' ଧରି ସଂସଦରେ କାଣ୍ଡ କରିଥିଲେ ତାହା ଦେଶ ଭୁଲି ନାହିଁ । କୌଣସି ସାଂସଦ ପାଖରୁ ବନ୍ଧୁକ ମିଳିବା ମଧ୍ୟ ଦେଶ ଭୁଲି ନାହିଁ । କିନ୍ତୁ ଏହିଭଳି ରାଜନୀତି କେବେ କରାଯାଇନାହିଁ । କଂଗ୍ରେସ ଏବଂ ବିରୋଧୀ ରାଜନୀତି କରିବାର ବାହାନା ଖୋଜିଛି । ଏହାସହ ସଂସଦକୁ ନଚଳାଇବା ପଇଁ ବାହାନା କରୁଛନ୍ତି । ଯଦି ବିରୋଧୀଙ୍କ ପାଖରେ ଚର୍ଚ୍ଚା କରିବା ପାଇଁ ବିଷୟ ନାହିଁ, ତାହାଲେ ଏଭଳି ଗମ୍ଭୀର ବିଷୟରେ ରାଜନୀତି ବି କରନ୍ତୁ ନାହିଁ । ଲୋକସଭା ବାଚସ୍ପତ୍ତି ପ୍ରଥମ ଦିନରେ ହିଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବିରୋଧୀଙ୍କୁ ଅଭିଯୋଗକୁ ଶୁଣିବା ସହ ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ଶୁଦ୍ଧା ଆଣିବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ୩ ରାଜ୍ୟରେ ନିର୍ବାଚନ ହାରିବା ପରେ ସେହି ବିଷକୁ ଏଡାଇବା ପାଇଁ ରାଜନୀତି କରୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ.....ଲୋକସଭାରେ ପଶିଲେ ସନ୍ଦିଗ୍ଧ: ସାଂସଦମାନେ ଭୟଭୀତ, 2 ଜଣଙ୍କୁ କାବୁ କଲେ ସୁରକ୍ଷା କର୍ମୀ, ପୁଣି ଚାଲିଲା ଗୃହ

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ୨ ଜଣ ସନ୍ଦିଗ୍ଧ ବ୍ୟକ୍ତି ଲୋକସଭା ସଦନର ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁପଡିଥିଲେ । ସନ୍ଦିଗ୍ଧଙ୍କୁ ସଂସଦର ସୁରକ୍ଷା କର୍ମୀ କାବୁ କରିଥିଲେ । ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ନାମ ନୀଲମ ସିଂହ ଏବଂ ଅମୋଲ ସିନ୍ଦେ । ଦିଲ୍ଲୀ ପୋଲିସ ଏହା ସ୍ପଷ୍ଟ କରିଥିଲା । ତେବେ ଏହା ଆତଙ୍କୀ ହମଲା ନୁହେଁ ତ ? ତାହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । 2 ଜଣ ବ୍ୟକ୍ତି ହାତରେ କଲର୍ସ ସ୍ମୋକ ଧରି ଲୋକସଭାର ଦର୍ଶକ ଗ୍ୟାଲେରିରୁ ଡେଇଁ ଚାମ୍ବର ମଧ୍ୟକୁ ପଶିଆସୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଉ ଜଣେ ମହିଳା ଓ ଜଣେ ପୁରୁଷ ସଂସଦ ବାହାରେ ମଧ୍ୟ କଲର୍ସ ସ୍ମୋକ ଧରି ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ମଧ୍ୟ ସଂସଦର ସୁରକ୍ଷାକର୍ମୀ କାବୁ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.