ଲୋକସଭାରେ ପଶିଲେ ସନ୍ଦିଗ୍ଧ: ସାଂସଦମାନେ ଭୟଭୀତ, 2 ଜଣଙ୍କୁ କାବୁ କଲେ ସୁରକ୍ଷା କର୍ମୀ, ପୁଣି ଚାଲିଲା ଗୃହ

By ETV Bharat Odisha Team

Published : Dec 13, 2023, 2:34 PM IST

thumbnail

ନୂଆଦିଲ୍ଲୀ: ସଂସଦ ଆକ୍ରମଣର 22 ବର୍ଷ ପୂର୍ତ୍ତିରେ ଆଉ ଏକ ଅଘଟଣ । ଲୋକସଭାରେ କଲର ବମ୍ ଧରି ପଶିଲେ 2 ଜଣ ବ୍ୟକ୍ତି । ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ, ଦୁଇ ଜଣ ହଠାତ୍ ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁଥିଲେ ।  ଦୁହେଁ ଡେଇଁବା ପରେ ସେମାନଙ୍କଠାରୁ ହଳଦିଆ ରଙ୍ଗ ବାହାରି ଗୃହକୁ ଧୂଆଁ ମୟ କରି ଦେଇଥିଲା । ଏହାକୁ ନେଇ ଭୟଭୀତ ହୋଇଯାଇଥିଲେ ଗୃହରେ ଉପସ୍ଥିତ ସମସ୍ତ ସାଂସଦ । ଆଜି ଅପରାହ୍ନ 1ଟା 13 ମିନିଟରେ ଘଟିଥିଲା ଏହି ଘଟଣା । ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ଏଥିରେ 4 ଜଣ ସଂପୃକ୍ତ ଥିବା ଦିଲ୍ଲୀ ପୋଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି ।  ଅଘଟଣ ପରେ, ଲୋକସଭା ବନ୍ଦ ହୋଇଥିବା ବେଳେ, ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ଦୁଇ ଅଭିଯୁକ୍ତ ନୀଲମ ଏବଂ ଅମୋଲ, ମହୀଶୂର ସାଂସଦ ପ୍ରତାପ ସିହ୍ନାଙ୍କ ପାସ୍ ନେଇ ଲୋକସଭା ଭିତରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି । ଲୋକସଭା ଭିତରେ ସନ୍ଦିଗ୍ଧ ପ୍ରବେଶକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ଦଳର ସାଂସଦ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.