ETV Bharat / bharat

Cabinet Decisions: କେନ୍ଦ୍ର କ୍ୟାବିନେଟର ମଞ୍ଜୁରି, ବଢିଲା କଞ୍ଚା ଝୋଟର MSP

author img

By

Published : Mar 22, 2022, 10:27 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (Cabinet Committee on Economic Affairs) ବୈଠକରେ ୨୦୨୨-୨୩ ବର୍ଷ ପାଇଁ କଞ୍ଚା ଝୋଟ (Raw Jute) ର ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Price) କୁ ମଞ୍ଜୁରି ଦେଇଛନ୍ତି। ଅଧିକ ପଢନ୍ତୁ

ବଢିଲା କଞ୍ଚା ଝୋଟର MSP
ବଢିଲା କଞ୍ଚା ଝୋଟର MSP

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (Cabinet Committee on Economic Affairs) ବୈଠକରେ ୨୦୨୨-୨୩ ବର୍ଷ ପାଇଁ କଞ୍ଚା ଝୋଟ (Raw Jute) ର ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Price) କୁ ମଞ୍ଜୁରି ଦେଇଛନ୍ତି। କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ମଞ୍ଜୁରି ପ୍ରଦାନ କରାଯାଇଛି ।

ବର୍ଷ ୨୦୨୨-୨୩ ଋତୁ ପାଇଁ କଞ୍ଚା ଝୋଟ (ଟିଡିଏନ 3 ସମତୁଲ୍ୟ ଠାରୁ ଆରମ୍ଭ କରି ଟିଡି5 ଗ୍ରେଡ) ର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି 4 ହଜାର 750 ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଉତ୍ପାଦନର ସର୍ବଭାରତୀୟ ଭାରଯୁକ୍ତ ବ୍ୟୟ ଉପରେ 60.53 ପ୍ରତିଶତ ଲାଭ ସୁନିଶ୍ଚିତ କରିବ । ଉତ୍ପାଦନର ସର୍ବଭାରତୀୟ ହାରାହାରି ବ୍ୟୟ ତୁଳନାରେ ଅତିକମରେ ଦେଢ ଗୁଣା ସ୍ତରର ଏମଏସପି ଦେବା ପାଇଁ ୨୦୧୮-୧୯ ବଜେଟରେ ସରକାର ଘୋଷଣା କରିଥିଲେ । ଏହି ଘୋଷଣା ଅନୁରୂପ ୨୦୨୨-୨୩ ବର୍ଷ ପାଇଁ କଞ୍ଚା ଝୋଟର ଏମଏସପି ବୃଦ୍ଧି କରାଯାଇଛି ।

ଏହା ଅତିକମରେ ୫୦ ପ୍ରତିଶତ ସର୍ବନିମ୍ନ ଲାଭ ସୁନିଶ୍ଚିତ କରିବ । ଝୋଟ ଉତ୍ପାଦନକାରୀମାନଙ୍କୁ ଉନ୍ନତ ପାରିଶ୍ରମିକର ଲାଭ ସୁନିଶ୍ଚିତ କରିବା ସହିତ ଉଚ୍ଚଗୁଣବତ୍ତା ଯୁକ୍ତ ଝୋଟର ଫାଇବରକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ ହେବ ।

ଭାରତୀୟ ଝୋଟ ନିଗମ (JCI) ମୂଲ୍ୟ ସମର୍ଥନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ନିଜର କାର୍ଯ୍ୟ ଜାରି ରଖିବ । ଏଥିସହିତ ପରିଚାଳନା କ୍ଷେତ୍ରରେ କୌଣସି ପ୍ରକାର କ୍ଷତି ହେଲେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଏହାର ଭରଣା କରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.