ETV Bharat / bharat

Budget 2022-23: ଚାଲିବ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ

author img

By

Published : Feb 1, 2022, 12:14 PM IST

finance minister Nirmala Sitaraman
Budget 2022-23 : ଚାଲିବ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ର ଆର୍ଥିକ ବଜେଟ ଉପସ୍ଥାପନ କରୁଛନ୍ତି। ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଉଛି ଚଳିତ ଆର୍ଥିକ ବର୍ଷର ବଜେଟ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ର ଆର୍ଥିକ ବଜେଟ ଉପସ୍ଥାପନ କରୁଛନ୍ତି। ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଦଶମ ଆର୍ଥିକ ବଜେଟ । କୋରୋନା କଟକଣା ମଧ୍ୟରେ ଦେଶରେ ଅର୍ଥନୀତିକୁ ନୂତନ ଜୀବନ ଦେବା ପାଇଁ ପ୍ରସ୍ତୁତ ହୋଇଛି ନୂଆ ବ୍ୟବସ୍ଥା। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ଆଗାମୀ ୩ ବର୍ଷରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହା ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନା ଅନୁଯାୟୀ କାର୍ଯ୍ୟକାରୀ କରାଯିବ। ଏହା ସହ ରେଳବାଇର ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ସୂଚନାଥାଉକି ସାରା ବିଶ୍ବକୁ କୋରୋନା ମହାମାରୀ ଯୋଗୁଁ ଦେଶରେ ଅର୍ଥନୀତିରେ ଅବ୍ୟବସ୍ଥା ଦେଖାଦେଇଥିଲା । ତେବେ ଧୀରେ ଧୀରେ ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଘଟୁଥିବାବେଳେ ଆଗାମୀ ଆର୍ଥିକ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନୂଆ ବ୍ୟବସ୍ଥା କରିଛନ୍ତି ସରକାର। ସରକାର ଦେଶର ଜିଡିପି ଅଭିବୃଦ୍ଧି ଧ୍ୟାନ ଦେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ରେଳ ବିଭାଗ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପ୍ରତି ଧ୍ୟାନ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.