ETV Bharat / bharat

ସଂକଟରେ ଉଦ୍ଧବ ଠାକରେ, ବିଜେପି ଠାରୁ ସମ୍ପର୍କ ଛିନ୍ନ କରିବା ପଡୁଛି ମହଙ୍ଗା !

author img

By

Published : Apr 25, 2023, 8:07 PM IST

Updated : Apr 25, 2023, 8:47 PM IST

Etv Bharat
Etv Bharat

ଗତ କିଛି ଦିନ ହେଲା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି । ଚର୍ଚ୍ଚା ହେଉଛି ମେ ’ 5 ତାରିଖ ସୁଦ୍ଧା ଅଜିତ ପାୱର 40 ଜଣ ଦଳୀୟ ବିଧାୟକଙ୍କୁ ନେଇ ବିଜେପିରେ ସାମିଲ ହୋଇଯିବେ । ଏହି ଚର୍ଚ୍ଚାରେ ଯଦିଓ ସେତେ ଦମ ନାହିଁ । କିନ୍ତୁ ଅଜିତ ପାୱାରଙ୍କ ନିର୍ଦ୍ଦିଷ୍ଟ କେତୋଟି ବୟାନ ଏହି ଚର୍ଚ୍ଚାକୁ ବଳ ଯୋଗାଉଛି । ଅଧିକ ପଢନ୍ତୁ

ମୁମ୍ବାଇ: ଅସ୍ତିତ୍ବ ବଞ୍ଚାଇବା ପାଇଁ ଚିନ୍ତିତ କି ଉଦ୍ଧବ ଠାକରେ? ପ୍ରତିଶୋଧ ନେବା ଉଦ୍ଧବଙ୍କର ଏକମାତ୍ର ଲକ୍ଷ୍ୟ କି? ଏମଭିଏ ଗଠବନ୍ଧନ ଅତୁଟ ରଖିବା ପାଇଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ କି ଉଦ୍ଧବ ଠାକରେ? ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବା ଆଶା ଛାଡିଦେଲେ କି ଉଦ୍ଧବ? ମହାରାଷ୍ଟ୍ର ରାଜନୀତି ପରିପ୍ରେକ୍ଷୀରେ ଶିବସେନା ପ୍ରମୁଖ ଥିବା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ଏବେ ଏଭଳି ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି ।

ବିଜେପି ଠାରୁ ସମ୍ପର୍କ ତୁଟାଇବା ଏବେ ଉଦ୍ଧବଙ୍କୁ ଭାରି ମହଙ୍ଗା ପଡୁଛି । କ୍ଷମତା ଗଲା । ସଂଗଠନ ଗଲା । ବିଶ୍ବସ୍ତ ନେତା ଦୂରେଇ ଗଲେ । ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱରଙ୍କ ଭରଷାରେ ରହିଛନ୍ତି ଉଦ୍ଧବ ଠାକରେ । କୌଣସି ମତେ ମହାବିକାଶ ଅଘାଡି (ଏମଭିଏ) କୁ ବଞ୍ଚାଇବା ଲକ୍ଷ୍ୟରେ ଉଦ୍ଧବ । ରାଜ୍ୟର ବର୍ତ୍ତମାନର ରାଜନୈତି ପରିସ୍ଥିତି ଦେଖି ଉଦ୍ଧବ ଏବେ ଏନସିପି ମୁଖ୍ୟ ଶରଦ ପାୱରଙ୍କ ନିଟକରେ ଆତ୍ମସମର୍ପଣ କରିଦେଇଛନ୍ତି । ଅର୍ଥାତ ଉଦ୍ଧବ ଏବେ କୌଣସି ସ୍ଥିତିରେ ଏମଭିଏ ଗଠବନ୍ଧନ ବଞ୍ଚାଇ ବିଜେପି ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ତେଣିକି ଏମଭିଏରୁ ଯିଏ ମୁଖ୍ୟମନ୍ତ୍ରୀ ହେଉଛି ହେଉ, କି ନେତୃତ୍ବ ଯାହା ପାଖରେ ରହୁଛି ରହୁ । ଉଦ୍ଧବଙ୍କ ଉଦ୍ଦେଶ୍ୟ କେବଳ ବିଜେପିକୁ କ୍ଷମତାଚ୍ୟୁତ କରିବା ଓ ବିଦ୍ରୋହୀ ଶିବସେନା ଗୋଷ୍ଠୀକୁ ବୁଦ୍ଧି ଶିଖାଇବା । ଏହି ଲକ୍ଷ୍ୟ ହାସଲ ପାଇଁ ଉଦ୍ଧବ ନିଜ ମୁଖ୍ୟମନ୍ତ୍ରୀ ଅଭିଳାଷ ସହ ନିଜ ଭବିଷ୍ୟତ ରାଜନୀତିକୁ ମଧ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ଗୁରୁ୍ତ୍ବପୂର୍ଣ୍ଣ କଥା ହେଉଛି ନିଜ ଇଛାକୁ ଏନସିପି ମୁଖ୍ୟ ପାୱାରଙ୍କ ନିକଟରେ ରଖିସାରିଛନ୍ତି ।

ଏହାବି ପଢନ୍ତୁ- Operation Kaveri: 278 ଭାରତୀୟଙ୍କୁ ଧରି ସୁଦାନ ପୋର୍ଟ ଛାଡିଲା ନୌସେନା ଜାହାଜ

ଉଦ୍ଧବଙ୍କ ଏଭଳି ସ୍ଥିତି କାହିଁକି? ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟ ରାଜନୀତିରେ କେତେବେଳ କଣ ଘଟିବ କହିବା ମୁସ୍କିଲ । କାରଣ ମୂଳ ଶିବସେନାରୁ ବିଦ୍ରୋହ କରି ବିଦ୍ରୋହୀ ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସହ ଚାଲିଯାଇଥିବା ବିଧାୟକଙ୍କ ମଧ୍ୟରୁ 16 ଜଣ ବିଧାୟକଙ୍କ ସଦସ୍ୟତା କଣ ହେବ ତାହା ଚଳିତ ମାସ ଶେଷ ସୁଦ୍ଧା ସୁପ୍ରିମକୋର୍ଟ ରାୟ ଶୁଣାଇପାରନ୍ତି । ଯଦି ସୁପ୍ରିମକୋର୍ଟଙ୍କ ରାୟ ଉଦ୍ଧବ ଠାକରେଙ୍କ ସପକ୍ଷରେ ଯାଏ, ତେବେ 16 ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ହୋଇଯିବ । ଏଭଳି ସ୍ଥିତିରେ ବର୍ତ୍ତମାନର ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯିବ । ବିଜେପି ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିବା ଅସମ୍ଭବ ହୋଇପଡିବ । ଏପରି ସ୍ଥିତିରେ ରାଜ୍ୟରେ ଆଗୁଆ ନିର୍ବାଚନ ମଧ୍ୟ ଆଶଙ୍କା ରହିଛି ।

ସେପଟେ ସୁପ୍ରିମକୋର୍ଟଙ୍କ ସାମ୍ଭାବ୍ୟ ରାୟକୁ ଦୃଷ୍ଟିରେ ରଖି ବିଜେପି କଣ ରଣନୀତି କରୁଛି ତାହା ଆକଳନ କରିବା ମୁସ୍କିଲ । ଏପରି ସ୍ଥିତିରେ ଏବେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ତଥା ଏନସିପିର ନମ୍ବର 4 ନେତା କୁହାଯାଉଥିବା ଅଜିତ ପାୱାରଙ୍କ ଗତିବିଦ୍ଧ ଓ ବୟାନବାଜିକୁ ନେଇ ଏବେ ଆଶା ଆଶଙ୍କାରେ ଏନସିପି ସମେତ ପୁରା ଏମଭିଏ ଗଠବନ୍ଧନ ।

ଗତ କିଛି ଦିନ ହେଲା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି । ଚର୍ଚ୍ଚା ହେଉଛି ମେ ’ 5 ତାରିଖ ସୁଦ୍ଧା ଅଜିତ ପାୱର 40 ଜଣ ଦଳୀୟ ବିଧାୟକଙ୍କୁ ନେଇ ବିଜେପିରେ ସାମିଲ ହୋଇଯିବେ । ଏହି ଚର୍ଚ୍ଚାରେ ଯଦିଓ ସେତେ ଦମ ନାହିଁ । କିନ୍ତୁ ଅଜିତ ପାୱାରଙ୍କ ନିର୍ଦ୍ଦିଷ୍ଟ କେତୋଟି ବୟାନ ଏହି ଚର୍ଚ୍ଚାକୁ ବଳ ଯୋଗାଉଛି । ଅଜିତ କହୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ସେ ଆଶାୟୀ । 2024 ନୁହେଁ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏହା ପୂର୍ବରୁ ଅଜିତ ପାୱାର ଏନସିପିର କେତେକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହୋଇନାହାଁନ୍ତି । ଏପରିକି ଏନସିପି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିବା ଷ୍ଟାର ପ୍ରଚାର ତାଳିକାରେ ଅଜିତଙ୍କୁ ସ୍ଥାନ ଦେଇନାହିଁ । ଏହି ସବୁ ଗତିବିଦ୍ଧି ଏବେ ଅଜିତ ଓ ଏନସିପିକୁ ନେଇ ଚର୍ଚ୍ଚା ବଢିଛି । କିନ୍ତୁ ପ୍ରଶ୍ନ ଉଠୁଛି ରାଜନୀତିର ଅନ୍ୟତମ ଚାଣକ୍ୟ ତଥା ଭେଟେରାନ ଶରଦ ପାୱାର କଣ ଏତେ ସହଜରେ ଦଳକୁ ଭାଙ୍ଗିଦେବାକୁ ସୁଯୋଗ ଦେବେ? କଣ ଅଜିତ ପାୱାରଙ୍କୁ ଭରଷା କରି ପାୱାର ସାହେବଙ୍କୁ ଧକ୍କା ଦେବେ ଦଳୀୟ ବିଧାୟକ? ନା ଏହା ଏକ କନଫ୍ୟୁଜନ ସୃଷ୍ଟି ହୋଇଛି? ନା ଶରଦ ପାୱାର ପୁତୁରା ଅଜିତ ପାୱାରଙ୍କ ମାଧ୍ୟମରେ କିଛି ବଡ ଖେଳ ଖେଳୁଛନ୍ତି ? କାରଣ ଶରଦ ପାୱାର କହିସାରିଛନ୍ତି 2024 ଯାଏ ଏମଭିଏ ଗଠବନ୍ଧନ ରହିବ କି ନାହିଁ ସେ ଜାଣନ୍ତି ନାହିଁ । ଏହି ବୟାନ ଏବେ ଏମଭିଏ କ୍ୟାମ୍ପରେ ଚହଳ ପକାଇ ଦେଇଛି ।

ଯଦି ସୁପ୍ରିମକୋର୍ଟଙ୍କ ରାୟ ଉଦ୍ଧବଙ୍କ ବିପକ୍ଷରେ ଯାଏ, ଏହା ତାଙ୍କ ପାଇଁ ବଡ ଧକ୍କା ହେବ। ଯଦି ସପକ୍ଷରେ ଯାଏ, ବିଜେପିର ରଣନୀତି ଉଦ୍ଧବଙ୍କ ଚିନ୍ତା ବଢାଇ ଦେଇପାରେ । କାରଣ ବର୍ତ୍ତମାନ ଉଦ୍ଧବ ଠାକରେଙ୍କ ସେତେ ଶକ୍ତି ନାହିଁ ଯେ ବିଜେପିକୁ ଏକାକି ମୁକାବିଲା କରିପାରିବେ । ବିଜେପି ବିରୋଧରେ ଲଢିବାକୁ ହେଲେ ଶରଦ ପାୱାରଙ୍କ ସମର୍ଥନ ଜରୁରୀ । ଏହି ସବୁ ସ୍ଥିତି ଦେଖି ଉଦ୍ଧବ ଠାକରେ ଚାହୁଁଛନ୍ତି କୌଣସି ମତେ ଏମଭିଏ ଗଠବନ୍ଧନ ଅତୁଟ ରହୁ । ଆଗାମୀ ନିର୍ବାଚନରେ ମେଣ୍ଟର ନେତୃତ୍ବ ଯିଏ ନେଉଛି ନେଉ, ଯିଏ ମୁଖ୍ୟମନ୍ତ୍ରୀ ହେଉଛି ହେଉ ... କିନ୍ତୁ ଏମଭିଏ ବଞ୍ଚିକି ରହୁ । ଏମଭିଏ ଜରିଆରେ ବିଜେପି ଠାରୁ ପ୍ରତିଶୋଧ ନେଇହେବ ବୋଲି ଉଦ୍ଧବ ଚିନ୍ତା କରୁଛନ୍ତି ।

Last Updated :Apr 25, 2023, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.