ETV Bharat / bharat

କୁପୱାରାରୁ 2 ସନ୍ଦିଗ୍ଧ ଆତଙ୍କୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By ETV Bharat Odisha Team

Published : Nov 28, 2023, 11:48 AM IST

two suspected individuals were apprehended
two suspected individuals were apprehended

କୁପୱାରାରୁ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କଲା ଜମ୍ମୁ କାଶ୍ମୀର ପୋଲିସ । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ସଫଳତା । କୁପୱାରାରେ ମିଳିତ ଅପରେସନରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନଥିବା ବେଳେ ଏକ ବଡ ଧରଣର ଆକ୍ରମଣ ଘଟାଇବା ପାଇଁ ସେମାନେ ଯୋଜନା କରୁଥିବା ପୋଲିସ ସନ୍ଦେହ କରୁଛି ।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଗୁଇନ୍ଦା ସୂଚନା ଆଧାରରେ ମିଳିତ ଅପରେସନ ଆରମ୍ଭ କରିଥିଲେ । ଆଜି ସକାଳ ସମୟରେ କୁପୱାରାର ଗୁଶି ବ୍ରିଜରେ ଏକ ମୋବାଇଲ୍ ଭେଇକିଲ୍ ଇଣ୍ଟରସେପ୍ଟ ପୋଷ୍ଟ (MVIP) ସ୍ଥାପନ କରାଯାଇଥିଲା । ଏହାପରେ ଏହି ରାସ୍ତା ଦେଇ ଯାଉଥିବା ଗାଡିଗୁଡିକୁ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ସନ୍ଦେହ କରି ପଚରାଉଚରା କରିଥିଲା । କିନ୍ତୁ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ପୋଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି, ସେଥିରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ, ପିସ୍ତଲ, ବିସ୍ଫୋରକ ସାମଗ୍ରୀ ରହିଛି । ଏହାକୁ ଉଭୟଙ୍କ ଠାରୁ ଜବତ କରାଯାଇ ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ

ଟଳିଥିଲେ ଦୁଇ ଆତଙ୍କୀ: ନଭେମ୍ବର 22 ତାରିଖର୍ କାଶ୍ମୀରର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଏନକାଉଣ୍ଟରେ ହୋଇଥିଲା । ଯାହା ଦୁଇ ଦିନ ଧରି ଜାରି ରହିଥିଲା । ଏଥିରେ ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସମେତ ମୋଟ 5 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲା ସେନା । ମୃତ ଆତଙ୍କୀ ହେଉଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜଣେ ଟପ୍ କମାଣ୍ଡର । ସେ ପୂର୍ବରୁ ଏକାଧିକ ହିଂସା ଓ ଆକ୍ରମଣରେ ସାମିଲ ଥିଲା । ନଭେମ୍ବର 15 ତାରିଖରେ ଉରୀ ସେକ୍ଟରରେ ଅନୁପ୍ରବେଶ ବେଳେ ଜଣେ ପାକିସ୍ତାନୀ ଆତଙ୍କୀ ସେନା ଗୁଳିରେ ନିହତ ହୋଇଥିଲା । ଖରାପ ପାଗ ଓ କମ ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ପଟରୁ କିଛି ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । ଏନେଇ ସୂଚନା ପାଇବା ପରେ ସୀମା ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଆକ୍ସନ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.