ETV Bharat / bharat

ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ

author img

By ETV Bharat Odisha Team

Published : Nov 23, 2023, 9:39 PM IST

2ୟ ଦିନରେ ପହଞ୍ଚିଲା ରଜୈରୀ ଏନକାଉଣ୍ଟର । ପାହାଡିଆ କ୍ଷେତ୍ର ଓ ଲୋ-ଭିଜିବିଲିଟି ଆତଙ୍କୀଙ୍କୁ ସୁହାଉଛି । ଏବେ ସୁଦ୍ଧା 5 ଯବାନ ଶହୀଦ । 2 ଆତଙ୍କୀଙ୍କୁ ନିପାତ କଲା ସେନା । ଅଧିକ ପଢନ୍ତୁ

ରଜୌରୀ ଏନକାଣ୍ଟରରେ 5 ଶହୀଦ, 2 ଆତଙ୍କୀ ନିପାତ
ରଜୌରୀ ଏନକାଣ୍ଟରରେ 5 ଶହୀଦ, 2 ଆତଙ୍କୀ ନିପାତ

ଶ୍ରୀନଗର: ଗତକାଲି ପୂର୍ବାହ୍ନରୁ କାଶ୍ମୀରର ରଜୌରୀ ସେକ୍ଟରରେ ଆରମ୍ଭ ହୋଇଥିବା ଏନକାଉଣ୍ଚର ଏବେ ମଧ୍ୟ ଜାରି ରହିଛି । ଏଥିରେ ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସମେତ ମୋଟ 5 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇସାରିଲେଣି । ଆଜି ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଛି । ମୃତ ଆତଙ୍କୀଙ୍କ ମଧ୍ୟରେ ପାକିସ୍ତାନରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା(LET) ର ଜଣେ ଟପ କମାଣ୍ଡର ରହିଛି । ସେ ପୂର୍ବରୁ ଏକାଧିକ ହିଂସା ଓ ଆକ୍ରମଣରେ ସାମିଲ ଥିଲା । ସୁରକ୍ଷାବଳର ତାଲିକାରେ ଥିବା କୁଖ୍ୟାତ ଆତଙ୍କୀକୁ ଆଜି ନିପାତ କରାଯାଇଛି ।

ଗତକାଲି ପୂର୍ବାହ୍ନରେ ରଜୌରୀ ସେକ୍ଟରରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପ୍ରଥମେ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ 63-ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ ଏମ.ଭି ପ୍ରାଞ୍ଚଳ (Captain MV Pranjal)। ଏହା ପରେ ସେନାର ଅତିିରିକ୍ତ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଏନକାଉଣ୍ଟର ଆରମ୍ଭ କରିଥିଲେ । ଏବେ ସୁଦ୍ଧା ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ସ୍ଥଳସେନାର 2 କ୍ୟାପଟେନ ପାହ୍ୟାର ଅଧିକାରୀ ରହିଛନ୍ତି । ଏମାନଙ୍କ ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୋରର କ୍ୟାପଟେନ ଏମ.ଭି ପ୍ରାଞ୍ଜଳ, ଉତ୍ତର ପ୍ରଦେଶ ଆଗ୍ରା କ୍ୟାପଟେନ ଶୁଭମ ଗୁପ୍ତା, ପୁଞ୍ଚ ନିବାସୀ ହାବିଲଦାର ଅବଦୁଲ ମଜିଦ, ଉତ୍ତରାଖଣ୍ଡନ ନୈନିତାଲର ଲାନ୍ସନାୟକ ସଞ୍ଜୟ ବିଷ୍ଟ ଓ ଉତ୍ତର ପ୍ରଦେଶ ଅଲିଗଡର ପାରାଟୁପର ସଚିନ ଲାଓର ରହିଛନ୍ତି ।

ତେବେ ଅନ୍ୟ ଏକ ବଡ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ଗତକାଲିଠାରୁ ଏକାଧିକ ଆତଙ୍କୀଙ୍କୁ ସେନା ରଜୌରୀ ସେକ୍ଟରରେ କର୍ଡନ କରି ଏନକାଉଣ୍ଟର କରିବାକୁ ଅପରେସନ ଜାରି ରଖିଥିବା ବେଳେ ଆତଙ୍କୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ପଟୁ ମଧ୍ୟ ଅନୁପ୍ରବେଶ ଉଦ୍ୟମ ହୋଇଛି । ଲୋ-ଭିଜିବିଲିଟିର ସୁଯୋଗ ନେଇ ରଜୌରୀ ସେକ୍ଟର ସଲଗ୍ନ ସୀମାରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲେ ସୁଦ୍ଧା ତାହାକୁ ପଣ୍ଡ କରାଯାଇଛି । ଏବେ ମଧ୍ୟ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇ ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ପୋଞ୍ଜି ମନିଲଣ୍ଡ୍ରିଂ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ED ସମନ

ଘାଟିରେ ଏନକାଉଣ୍ଟର ହେବା ସମୟରେ ଆତଙ୍କୀଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ରେଞ୍ଜର୍ସ ସିଜ-ଫାଏର ଉଲ୍ଲଙ୍ଘନ କରି ଆତଙ୍କୀଙ୍କୁ କଭର-ଫାଏର ଦିଏ । ଭାରତୀୟ ସୁରକ୍ଷାବଳର ଅପେରନକୁ ପ୍ରଭାବିତ କରିବା ଓ ପାକିସ୍ତାନୀ ଆତଙ୍କୀଙ୍କୁ ଖସିିଯିବାରେ ସକ୍ଷମ ହେବା ପାଇଁ ଏହି କଭର ଫାଏର ପାକିସ୍ତାନ ରେଞ୍ଜର୍ସ ବାରମ୍ବାର କରିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.