ETV Bharat / bharat

Bihar: ଦୁଇ PFI ସଦସ୍ୟଙ୍କୁ ଗିରଫ କଲା NIA, ମାରଣାସ୍ତ୍ର ଜବତ

author img

By

Published : Aug 5, 2023, 10:28 PM IST

ଦୁଇ PFI ସଦସ୍ୟଙ୍କୁ ଗିରଫ କଲା NIA, ମାରଣାସ୍ତ୍ର ଜବତ
ଦୁଇ PFI ସଦସ୍ୟଙ୍କୁ ଗିରଫ କଲା NIA, ମାରଣାସ୍ତ୍ର ଜବତ

ବିହାରର ମୋତିହାରୀରେ ଦୁଇ PFI ସଦସ୍ୟଙ୍କୁ ଗିରଫ କଲା NIA । ଏକାଧିକ ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ

ଦୁଇ PFI ସଦସ୍ୟଙ୍କୁ ଗିରଫ କଲା NIA, ମାରଣାସ୍ତ୍ର ଜବତ

ପାଟନା: ବିହାରର ମୋତିହାରୀରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଶ୍ଚିମ ଚମ୍ପାରନ୍ (ମୋତିହାରୀ)ର ଚାକିଆର ଅଫିସର କଲୋନୀରୁ ଆତଙ୍କୀ ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ପାଇଁ ଭାରତ ସରକାରଙ୍କ ଦ୍ବାରା ପ୍ରତିବନ୍ଧିତ ଘୋଷିତ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI)ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଛି । ଏହି ଅପରେସନରେ କେନ୍ଦ୍ରୀୟ ସଂସ୍ଥା ସହ ଜିଲ୍ଲା ପୋଲିସ ଟିମ ମଧ୍ୟ ସାମିଲ ହୋଇଥିଲା । ଏହି ମିଳିତ ଅପରେସନରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଥିବା ସ୍ଥାନୀୟ ଏସ.ପି କାନ୍ତେଶ କୁମାର ମିଶ୍ର ନିଶ୍ଚିତ କରିଛନ୍ତି । ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ସେମାନଙ୍କଠାରୁ ଏକାଧିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି । ସେମାନେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ମଧ୍ୟ ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ।

ଗିରଫ ହେଲେ 2 PFI ସଦସ୍ୟ:

ଗିରଫ ହୋଇଥିବା PFI ସଦସ୍ୟଙ୍କ ମଧ୍ୟରୁ ଜଣେ ସହିଦ ରଜା ଏବଂ ଅନ୍ୟଜଣେ ଫୈସଲ ଅଲି ବୋଲି ପୋଲିସ କହିଛି । ଉଭୟ ଅଭିଯୁକ୍ତ ବାଲି ବାଲାଷ୍ଟ ଏବଂ ଟେକ୍ସଟାଇଲ୍ ବ୍ୟବସାୟର ଆଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିଲେ । ହେଲେ ଏମାନଙ୍କର ସମ୍ପର୍କ PFI ସହ ରହିଥିଲା । ଏମାନେ ଏକାଧିକ ଅପରାଧିକ ଓ ଦେଶ ବିରୋଧୀ କାର୍ଯ୍ୟାକଳାପରେ ସାମିଲ ଥିବା ପୋଲିସ ଓ କେନ୍ଦ୍ରୀୟ ସଂସ୍ଥା ଇନପୁଟ ସୂଚନା ଆଧାରରେ ଜାଣିବାକୁ ପାଇଥିଲା ।

ଏହା ମଧ୍ଯ ପଢନ୍ତୁ:-Maharashtra: ଥାଣେରୁ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କଲା NIA

ଆଜି ମହାରାଷ୍ଟ୍ର ଥାଣେ ଜିଲ୍ଲାର ଭିଓ୍ବାଣ୍ଡି ତାଲୁକାରରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଥିଲା । ଏଥିରେ ଜଣେ ISIS ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଏହି ସନ୍ଦିଗ୍ଧର ନାମ ଅକିବ ନାଚାନ ବୋଲି ସୂଚନା ମିଳିଛି । ତାକୁ ଏନଆଇଏ ଟିମ ପଦଘା ବୋରିଭାଲି ଗ୍ରାମରୁ ଗିରଫ କରିଛି । ଏହି ସମାନ ସ୍ଥାନରୁ ଗତମାସ (ଜୁଲାଇ) ଶାର୍ଜିଲ ଶେଖ, ଜୁଲଫିକର ଅଲ୍ଲୀ ବୋରଦଓ୍ବାଲା ନାମକ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କୁ ମଧ୍ଯ କେନ୍ଦ୍ରୀୟ ସଂସ୍ଥା ଗିରଫ କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଜେରା ପରେ ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ଉକ୍ତ ସ୍ଥାନରେ ପୁଣି ସଂସ୍ଥା ଚଢାଉ କରିଥିଲା । ଆଜି ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରିଛି ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.