ETV Bharat / bharat

ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖିବା ଘଟଣା: ସଦାଚାର କମିଟିକୁ ବାଚସ୍ପତିଙ୍କ ସୁପାରିଶ

author img

By

Published : Jul 14, 2023, 4:15 PM IST

ସଦାଚାର କମିଟିକୁ ବାଚସ୍ପତିଙ୍କ ସୁପାରିଶ
ସଦାଚାର କମିଟିକୁ ବାଚସ୍ପତିଙ୍କ ସୁପାରିଶ

ତ୍ରିପୁରା ବିଧାନସଭା ଅଧିବେଶନ ସମୟରେ ଅଶ୍ଳୀଳ ଭିଡିଓ ଦେଖିବା ଘଟଣା ବିଧାୟକ ଯାଦବ ଲାଲ ନାଥ ପର୍ଣ୍ଣୋଗ୍ରାଫିକ୍ ଭିଡିଓ ଦେଖିବା ଘଟଣାର ତଦନ୍ତ କରିବ ସଦାଚାର କମିଟି । 9 ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ମାମଲାର ବିଚାର କରିବେ। ଅଧିକ ପଢନ୍ତୁ

ଅଗରତାଲା: ତ୍ରିପୁରା ବିଧାନସଭାରେ ବିଧାୟକଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାର ବିଚାର ପାଇଁ ସଦାଚାର କମିଟିକୁ ସୁପାରିଶ କରାଯାଇଛି । ଗତ ମାର୍ଚ୍ଚ ମାସରେ ବସିଥିବା ବିଧାନସଭା ବଜେଟ ଅଧିବେଶନ ସମୟରେ ବିଜେପି ବିଧାୟକ ଯାଦବ ଲାଲ ନାଥ ପର୍ଣ୍ଣୋଗ୍ରାଫିକ୍ ଭିଡିଓ ଦେଖୁଥିବା ଘଟଣା ନଜର ଆସିଥଲା । ଘଟଣା ପରେ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଘଟଣାକୁ ନେଇ ବିରୋଧୀଙ୍କ ହୋହଲ୍ଲା ପରେ CPI ଏବଂ କଂଗ୍ରେସର 5ଜଣ ବିଧାୟକଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ହେଲେ କିଛି ନିର୍ଦ୍ଦିଷ୍ଟ ନିୟମାବଳୀର ପାଳନ କରିବାକୁ ପଡ଼ିବ। କାରଣ ଏହି ପ୍ରସଙ୍ଗରେ ବର୍ତ୍ତମାନ କୌଣସି ଫଇସଲା ହୋଇପାରିବ ନାହିଁ ବୋଲି କହିଥିଲେ ବାଚସ୍ପତି । ହେଲେ ଏହାକୁ ବିରୋଧ କରିବାରୁ ଦିନକ ପାଇଁ 5 ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା ।

ତେବେ ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଯାଦବ ଲାଲ ନାଥଙ୍କୁ ଏନେଇ ସ୍ପଷ୍ଟୀକରଣ ରଖିବା ପାଇଁ ସମନ ଜାରି କରାଯାଇଥିଲା । ତେବେ ଏନେଇ ସ୍ପଷ୍ଟୀକରଣ ରଖିଥିଲେ ବିଧାୟକ ଯାଦବ ଲାଲ । ସେ କହିଥିଲେ, "ମତେ ଭଲ ଭାବରେ ଜଣା ଅଛି ଯେ, ଗୃହରେ ମୋବାଇଲ ବ୍ୟବହାର ନିଷେଧ । ହେଲେ ମୋର ଫୋନକୁ ବାରମ୍ବାର କଲ୍ ଆସୁଥିବାରୁ ମୁଁ ବାଧ୍ୟ ହୋଇ ଏହାକୁ ରିସିଭ କରିଥିଲି । ଆଉ ତା'ପରେ ଅଚାନକ ଅଶ୍ଳୀଳ ଭିଡିଓ ଆସିବାକୁ ଲାଗିଲା ।"

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଟିପରା ମୋଥା ପାର୍ଟି (TMP) ସୁପ୍ରିମୋ ପ୍ରଦ୍ୟୋତ ଦେବବରେମା । ସେ କହିଛନ୍ତି, "ବିଧାନସଭାରେ ବିଧାୟକଙ୍କ ଏଭଳି ଆଚରଣ ଯୋଗୁଁ ରାଜ୍ୟବାସୀଙ୍କୁ ଲଜ୍ଜିତ ହେବାକୁ ପଡିଛି। ତେଣୁ ବିଧାୟକ ଯାଦବ ଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।" ତେବେ ବିରୋଧୀଙ୍କ ତମାମ ଦାବି ପରେ ବର୍ତ୍ତମାନ ସଦାଚାର କମିଟିରେ ମାମଲା ପହଞ୍ଚିଛି । 9 ଜଣିଆ ସଦସ୍ୟ ବିଶିଷ୍ଟ ଏହି କମିଟି ମାମଲାର ବିଚାର କରିବେ ।

ଏହା ମଧ୍ୟ ପଢନ୍ତୁ...ବିବାଦରେ ବାଦଶାହ ! ଗୀତରେ ଆପତ୍ତିଜନକ ଶବ୍ଦ ସହ ଭୋଲେନାଥଙ୍କ ନାମକୁ ବ୍ୟବହାର କଲେ

ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ 2012ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାରଙ୍କ 2 ଜଣ ମନ୍ତ୍ରୀ ବିଧାନସଭା ଭିତରେ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ଭିଡିଓ ଭାଇରାଲ ପରେ ସେମାନଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହିପରି 14 ଡିସେମ୍ବର 2018ରେ ବିଧାନସଭା ଶୀତ ଅଧିବେଶନ ସମୟରେ ତତ୍କାଳୀନ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କ ନାଁରେ ମଧ୍ୟ ଆସିଥିଲା ସମାନ ଅଭିଯୋଗ। ଏହି ଘଟଣା ପରେ ବାଚସ୍ପତି ତାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିବା ସହ ଘଟଣାର ଅନୁସନ୍ଧାନ ପାଇଁ ସଦାଚାର କମିଟିଙ୍କୁ ଦାୟିତ୍ବ ମଧ୍ୟ ଦେଇଥିଲେ। ତେବେ କମିଟି ପରବର୍ତ୍ତୀ ସମୟରେ ଏହାର ତଦନ୍ତ କରି ନବ ଦାସଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.