ETV Bharat / bharat

Tirupati Tirumala Temple: ସମ୍ପତ୍ତି ତାଲିକା ପ୍ରକାଶ, ଜାଣନ୍ତୁ କଣ ରହିଛି ସମ୍ପତ୍ତି

author img

By

Published : Sep 26, 2022, 7:42 PM IST

Tirupati Tirumala Temple: ସମ୍ପତ୍ତି ତାଲିକା ପ୍ରକାଶ, ଜାଣନ୍ତୁ କଣ ରହିଛି ସମ୍ପତ୍ତି
Tirupati Tirumala Temple: ସମ୍ପତ୍ତି ତାଲିକା ପ୍ରକାଶ, ଜାଣନ୍ତୁ କଣ ରହିଛି ସମ୍ପତ୍ତି

ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଧନୀ ମନ୍ଦିର ସଂସ୍ଥା ରୂପେ ପରିଚିତ ତିରୁମାଲା ତିରୁପତି ଦେବସ୍ଥାନମ୍‌ (TTD)ର ସାରା ଭାରତରେ ୮୫ ହଜାର ୭୦୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ପ୍ରଥମଥର ପାଇଁ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରିଛି TTD । ଅଧିକ ପଢନ୍ତୁ

ଅମରାବତୀ: ବିଶ୍ବର ଶ୍ରେଷ୍ଠ ଧନୀ ମନ୍ଦିର ସଂସ୍ଥା ଭାବେ ପରିଚିତ ତିରୁମାଲା ତିରୁପତି ଦେବସ୍ଥାନମ୍‌(TTD) ପ୍ରଥମଥର ପାଇଁ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରିଛି । TTD ପକ୍ଷରୁ କୁହାଯାଇଛି ଯେ, ସମଗ୍ର ଦେଶରେ ୯୬୦ଟି ସମ୍ପତ୍ତି ରହିଛି, ଯାହାର ମୂଲ୍ୟ ୮୫,୭୦୫ କୋଟି ଅଟେ । ଏନେଇ ଟିଟିଡି ଅଧିକାରୀମାନେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରୀ ଆକଳନ ଏବଂ ବଜାର ମୂଲ୍ୟ ସମ୍ପତ୍ତି ଗୁଡିକ ଅତି କମରେ ୧.୫ ଗୁଣ ଅଧିକ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ । ପ୍ରଥମ ଥର ଭାବେ ତିରୁମାଲା ତିରୁପତି ଦେବସ୍ଥାନମ୍‌ ଆନୁଷ୍ଠାନିକ ଭାବେ ନିଜ ସମ୍ପତ୍ତି ତାଲିକା ପ୍ରକାଶ କରିଛି ।

ଏହା ମଧ୍ୟ ପଢନ୍ତୁ: ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

ଟିଟିଡି ଅଧ୍ୟକ୍ଷ ଓ୍ବାଭି ଶୁଭ ରେଡ୍ଡି କହିଛନ୍ତି ଯେ(TTD chairman YV Subba Reddy), "୧୯୭୪ରୁ ୨୦୧୪ ମସିହାରେ((before the present YSRCP government came to power) ବିଭିନ୍ନ ଟିଟିଡି ଟ୍ରଷ୍ଟ ବିଭିନ୍ନ କାରଣରୁ ସରକାର ଅଧିନରେ ଥିବା ମନ୍ଦିରର ୧୧୩ଟି ସମ୍ପତ୍ତିକୁ ବିକ୍ରି କରିଛନ୍ତି । ଅବଶ୍ୟ ୨୦୧୪ ପରେ ଟ୍ରଷ୍ଟର ଆଉ କୌଣସି ସମ୍ପତ୍ତି ବିକ୍ରି କରାଯାଇ ନାହିଁ । ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କରେ TTDର ୧୪ ହଜାର କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ଓ ପ୍ରାୟ ୧୪ ଟନ ସୁନା ରହିଛି । "

ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ୨୦୨୧ ମସିହାରେ ୧୧ ଆରବ ଡଲାର ଅର୍ଥାତ ପାଖାପାଖି ୮୫ ହଜାର କୋଟି ଟଙ୍କା ଟାକ୍ସ ଦେଇଥିଲେ । ଯାହାକି ଆମେରିକାରେ ଏତେ ପରିମାଣରେ ଟାକ୍ସ ଦେବା ଏକ ରେକର୍ଡ ହୋଇଛି ।

ତିରୁମାଲା ତିରୁପତି ଦେବସ୍ଥାନମର ତଥ୍ୟ ଅନୁସାରେ, ଚଳିତ ବର୍ଷ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୁଣ୍ଡି ମାଧ୍ୟମରେ ମୋଟ ୭୦୦ କୋଟି ଟଙ୍କାରୁ ଅଧିକ ଦାନ ସଂଗ୍ରହ ହୋଇଛି। ଦିନକୁ ଦିନ ଟିଟିଡିର ଟ୍ରଷ୍ଟି ବୃଦ୍ଧି ପାଉଛି ଏବଂ ଏହି କାରଣରୁ ବର୍ତ୍ତମାନ ଟିଟିଡି ଆମେରିକା ଏବଂ ଦେଶର କିଛି ଅଂଶରେ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟ କରୁଥିବା କଥା କହିଛନ୍ତି ଟିଟିଡି ଅଧ୍ୟକ୍ଷ ଓ୍ବାଇଭି ସୁବା ରେଡ୍ଡି(TTD chairman YV Subba Reddy) ।

ସୂଚନାଯୋଗ୍ୟ ଯେ, ତିରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ରହିଥିଲେ ତାମିଲନାଡୁର ମୁସଲମାନ ଦମ୍ପତି(A Muslim couple donated one crore rupees to TTD) । ତାମିଲନାଡୁ ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ନିଜ ପରିବାର ସହ ଯାଇ ତିରୁପତି ଦେବସ୍ଥାନମ(TTD)କୁ ୧କୋଟି ଟଙ୍କା ଦାନ କରିଥିଲେ(chennai muslim family donation to tirumala) । ଏହି ବ୍ୟବସାୟୀ ଦମ୍ପତି TTDକୁ ଏକ ଚେକ୍ ପ୍ରଦାନ କରିଥିଲେ । ଯାହାକୁ ନେଇ ଏହି ଦମ୍ପତିଙ୍କ ନାମରେ ଅନେକ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.