ETV Bharat / bharat

Gujarat assembly election 2022: ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ, ମିଳିବନି ସ୍ବତନ୍ତ୍ର ସୁବିଧା

author img

By

Published : Dec 9, 2022, 9:03 PM IST

Updated : Dec 9, 2022, 9:44 PM IST

Gujarat assembly election 2022: ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ, ମିଳିବନି ସ୍ବତନ୍ତ୍ର ସୁବିଧା
Gujarat assembly election 2022: ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ, ମିଳିବନି ସ୍ବତନ୍ତ୍ର ସୁବିଧା

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ରେ କମ ସଂଖ୍ୟକ ଆସନ ଯୋଗୁଁ ବିରୋଧୀ ଦଳର ମାନ୍ୟତା ହରାଇଛି କଂଗ୍ରେସ । ଫଳରେ ବିରୋଧୀ ଦଳ ନେତାଙ୍କୁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେବେ କଂଗ୍ରେସ ବିଧାୟକ ଦଳ ନେତା । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ (Gujarat assembly election 2022)ରେ ଐତିହାସିକ ବିଜୟ ହାସଲ କରିଛି ବିଜେପି (Historical victory of BJP) । ମୋଟ ୧୮୨ ସିଟରୁ ବିଜେପି ଖାତାକୁ ଯାଇଛି ୧୫୬ଟି ସିଟ୍‌ । ସେପଟେ କଂଗ୍ରେସ ୧୮ଟି ସିଟ୍‌ ହାତେଇବାରେ ମଧ୍ୟ ସଫଳ ହୋଇପାରିନି (Congress party is unable to get even 18 seats) । ଫଳରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇଛି । ନିୟମ ଅନୁସାରେ ବିରୋଧୀ ଦଳ ନିକଟରେ ସର୍ବନିମ୍ନ ୧୮ଟି ସିଟ୍‌ ନଥିଲେ ଉକ୍ତ ଦଳକୁ ସ୍ବତନ୍ତ୍ର ବିରୋଧୀ ଦଳ କାର୍ଯ୍ୟାଳୟ ଦିଆଯାଏ ନାହିଁ । ଏଠାରେ କଂଗ୍ରେସର ସମାନ ଅବସ୍ଥା ହୋଇଛି । ଫଳସ୍ବରୂପ କଂଗ୍ରେସ ସ୍ବତନ୍ତ୍ର ବିରୋଧୀ ଦଳ ଅଫିସ ପାଇବା ଲାଗି ଅଯୋଗ୍ୟ ହୋଇଛି ।

ବିରୋଧୀ ଦଳ ମାନ୍ୟତା ଲାଗି କଣ ରହିଛି ନିୟମ ?

ଗୁଜୁରାଟର ବିରୋଧୀ ଦଳର ନିୟମ ଅନୁସାରେ, ବିରୋଧୀ ଦଳର ମାନ୍ୟତ ପାଇବା ଲାଗି ଏକ ବିରୋଧୀ ଦଳକୁ ମୋଟ ଆସନର ସର୍ବନିମ୍ନ ୧୦ ପ୍ରତିଶତ ବା ୧୮ଟି ସିଟ୍‌ ବିଜୟୀ ହେବା ଜରୁରୀ । ମାତ୍ର କଂଗ୍ରେସ ଏହି ଟାର୍ଗେଟ ପୂରଣ କରିବାରେ ଅସଫଳ ହୋଇଛି । ଫଳରେ ବିରୋଧୀ ଦଳର ନେତାଙ୍କୁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସୁବିଧା ସୁଯୋଗ ଆଉ ମିଳିବ ନାହିଁ । ନିୟମ ଅନୁସାରେ ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ ପାହ୍ୟା ସହିତ ସ୍ବତନ୍ତ୍ର ସୁବିଧା ସୁଯୋଗ ମିଳିଥାଏ ।

ଏହା ବି ପଢନ୍ତୁ- Gujarat Assembly Poll Result: କାମ କଲା ବିଜେପିର ରଣନୀତି, ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌ ହରାଇଲା କଂଗ୍ରେସ

ଗୃହରେ ବଦଳିବ କଂଗ୍ରେସ ଆସନ

ଗୁଜୁରାଟରେ କଂଗ୍ରେସ ଏବେ ବିରୋଧୀ ଦଳର ମାନ୍ୟତା ହରାଇଛି । ଏଭଳି ସ୍ଥିତିରେ ବିରୋଧୀ ଦଳ ଗଠନ ପାଇଁ କଂଗ୍ରେସର ସର୍ବନିମ୍ନ ୧୮ଜଣ ବିଧାୟକ ରହିବା କଥା । ତେବେ କଂଗ୍ରେସର ନବନିର୍ବାଚିତ ବିଧାୟକ ସଂଖ୍ୟା ମାତ୍ର ୧୭ ଜଣ । ସେହିପରି ୫ ଜଣ ଆମ ଆଦମ ପାର୍ଟିର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୩ଜଣ ସ୍ବାଧୀନ ବିଧାୟକ ଏବଂ ସମାଜବାଦୀ ପାର୍ଟିର ମାତ୍ର ଜଣେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଧାନସଭାର ପ୍ରଥମ ମହଲାରେ କଂଗ୍ରେସ ଦଳକୁ ଏକ ଅଫିସ ଗୃହ ମିଳିବ । ତେବେ କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳୁନଥିବାରୁ ବିରୋଧୀ ଦଳର ନେତାଙ୍କୁ ମିଳିବାକୁ ଥିବା ସ୍ବତନ୍ତ୍ର ବଙ୍ଗଳା ସହିତ କାର, କାର୍ଯ୍ୟାଳୟ, ସିକ୍ୟୁରିଟି ବ୍ୟବସ୍ଥା ମିଳିବ ନାହିଁ ।

ଚାକିରୀ ହରାଇଲେ ବିରୋଧୀ ଦଳ କାର୍ଯ୍ୟାଳୟର କର୍ମୀ:-

ସୂତ୍ରର ଖବର ଅନୁସାରେ ୧୪ତମ ବିଧାନସଭାରେ ବିରୋଧୀ ଦଳର କାର୍ଯ୍ୟାଳୟରେ ୧୮ ଜଣ ନିଯୁକ୍ତି ପାଇଥିଲେ । ମାତ୍ର କମ ସଂଖ୍ୟକ ଆସନ ଯୋଗୁଁ ବିରୋଧୀ ଦଳର ମାନ୍ୟତା ହରାଇଥିବା କଂଗ୍ରେସ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା କର୍ମଚାରୀ ମଧ୍ୟ ଏବେ ବେରୋଜଗାର ହୋଇଛନ୍ତି । କାରଣ ବିରୋଧୀ ଦଳ ନଥିବାରୁ ଏଥି ନିମନ୍ତେ ଆଉ କୌଣସି କର୍ମଚାରୀ ରହିବେ ନାହିଁ । ଫଳରେ ଏବେ ୧୫ତମ ବିଧାନସଭା ଅଧିବେଶନ ଗୁଡିକରେ ବିଧାୟକମାନେ ଗୃହ କାର୍ଯ୍ୟ କରିବା ଲାଗି ବହୁ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।

Last Updated :Dec 9, 2022, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.