ETV Bharat / bharat

ପ୍ରେମିକା ଉପରେ ଗାଡି ଚଢାଇବା ଘଟଣା, ମୁଖ୍ୟ ଅଭିଯୁକ୍ତକୁ ଗିରଫର ୨୪ ଘଣ୍ଟା ମଧ୍ୟରେ ଜାମିନ

author img

By ETV Bharat Odisha Team

Published : Dec 18, 2023, 7:51 PM IST

Court grants bail to accused Ashwajit Gaikwad
Court grants bail to accused Ashwajit Gaikwad

Court grants bail to accused Ashwajit Gaikwad: ଥାନେରେ ପ୍ରେମିକା ଉପରେ ଗାଡି ଚଢାଇବା ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫର ୨୪ ଘଣ୍ଟା ମଧ୍ୟରେ ମିଳିଲା ଜାମିନ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ଥାନେରେ ପ୍ରେମିକା ଉପରେ ପ୍ରେମିକ ଗାଡି ଚଢାଇଦେବା ଘଟଣା । ଗତକାଲି (ରବିବାର) ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶ୍ବଜିତ ଗାଏକୱାଡ ଗିରଫ ହେବା ପରେ ଆଜି ଥାଣେ କୋର୍ଟ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଅଶ୍ବଜିତ ଗାଏକୱାଡ, ରୋମିଲ ପାଟିଲ ଓ ସାଗ ସେଜକୁ ୧୫ ହଜାର ଟଙ୍କା ବଦଳରେ ଜାମିନ ପ୍ରଦାନ କରିଛନ୍ତି ।

ରବିବାର ସନ୍ଧ୍ୟାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଘଟଣାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାସହିତ ଏହି ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ହୋଇଥିବା ଯାନକୁ ମଧ୍ୟ ଜବତ କରାଯାଇଥିଲା । ତେବେ ଆଜି ଥାନେ କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରାଯିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ବରିଷ୍ଠ ଆଇଏଏସ ଅଧିକାରୀ ଅନିଲ ଗାଏକୱାଡଙ୍କ ପୁଅ ଅଶ୍ବଜିତ ଗାଏକୱାଡ ।

ଏହା ବି ପଢନ୍ତୁ- ପ୍ରେମିକା ଉପରେ ପ୍ରେମିକ ଗାଡ଼ି ଚଢାଇ ଦେବା ଘଟଣା, ପୀଡ଼ିତାଙ୍କ ଉପରେ ଚାପ ପକାଉଛି ପୋଲିସ !

ସୂଚନା ଥାଉ କି ଅଭିଯୁକ୍ତ ଜଣକ ବଡ଼ ବଡ଼ିଆଙ୍କ ପୁଅ ହୋଇଥିବାରୁ ପୋଲିସ ପ୍ରଥମେ ମାମଲା ରୁଜୁ କରିନଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରେମିକା ଜଣକ ସୋସିଆଲ ମିଡିଆରେ କିଛି ଭିଡିଓ ସହିତ ପୋଷ୍ଟ କରିବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ଏହାପରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ବିରୋଧରେ ଇଣ୍ଡିଆନ ପେନାଲ କୋଡର ଧାରା ୨୭୯, ୩୩୮, ୩୨୩, ୫୦୪ ଓ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ରବିବାର କିଛି ପୋଲିସ ଅଫିସର ପୀଡ଼ିତାଙ୍କ ନିକଟକୁ ଆସି ଏକ ପେପରରେ ଦସ୍ତଖତ କରିବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ପୀଡ଼ିତା । ପୀଡ଼ିତାଙ୍କ ନିକଟରେ ତାଙ୍କ ପରିବାର ସଦସ୍ୟ ଓ ଓକିଲ ନଥିବାରୁ ସେ ଦସ୍ତଖତ କରିବାକୁ ମନା କରିଦେଇଥିଲେ । ଏହାପରେ ପୋଲିସ ଅଫିସରମାନେ କ୍ରୋଧିତ ହୋଇପଡ଼ିଥିଲେ । ତଥାପି ସେ ଦସ୍ତଖତ ନ କରିବା ପରେ ପୋଲିସ ଅଫିସରମାନେ ଚାଲିଯାଇଥିଲେ । ସେ ଅଭିଯୁକ୍ତ ସହିତ ପ୍ରାୟ ସାଢେ ୪ ବର୍ଷ ହେବ ସମ୍ପର୍କରେ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.