ETV Bharat / bharat

ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Dec 8, 2023, 9:08 AM IST

Updated : Dec 8, 2023, 10:43 AM IST

ତେଲେଙ୍ଗାନା ପୂର୍ବ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି
ତେଲେଙ୍ଗାନା ପୂର୍ବ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି

BRS Chief KCR Hospitalized: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫାର୍ମ ହାଉସରେ ପଡିଯାଇ ଆହତ ହେବା ପରେ ତାଙ୍କ ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ପାର୍ଟିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ । ଗୁରୁବାର ମଧ୍ୟରାତ୍ରିରେ ତାଙ୍କୁ ସୋମାଜିଗୁଡା ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ଏରାଭାଲ୍ଲି ସ୍ଥିତ ଫାର୍ମ ହାଉସରେ ପଡିଯିବାରୁ ସେ ଆହତ ହୋଇଛନ୍ତି । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ.. ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାଭାଲ୍ଲି ସ୍ଥିତ ଫାର୍ମ ହାଉସରେ ଗୋଡ଼ ଖସିଯିବାରୁ ତଳେ ପଡିଯାଇ ଆହତ ହୋଇଥିଲେ ବିଆରଏସ ପାର୍ଟିର ମୁଖ୍ୟ ତଥା ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଯେଉଁଥିପାଇଁ ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର ହିପ ସର୍ଜରୀ କରାଯାଇଥିବା ନେଇ ଜଣାପଡିଛି । ହସ୍ପିଟାଲରେ ଏକ ଡାକ୍ତରୀ ଟିମ ତାଙ୍କ ଚିିକିତ୍ସା କରୁଛନ୍ତି । ତେବେ ଫାର୍ମ ହାଉସରେ ତଳେ ପଡିଯିବାରୁ ତାଙ୍କ ଅଣ୍ଟା ତଳକୁ ଆଘାତ ଲାଗିଥିଲା ।

ଅନ୍ୟପଟେ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ବିଭିନ୍ନ ଦଳର ନେତାମାନଙ୍କ ସୁଅ ଛୁଟିଛି । ସୋସିଆଲ ମିଡିଆରେ ତାଙ୍କ ଶୁଭେଚ୍ଛୁ ମାନେ ସୁସ୍ଥ ହେବା ନେଇ କାମନା କରିଛନ୍ତି । ଆଉ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେସିଆରଙ୍କ ସ୍ବାସ୍ଥ୍ୟବସ୍ଥାରେ ଖୁବ ଶୀଘ୍ର ସୁଧାର ଆସୁ ବୋଲି କାମନା କରିଛନ୍ତି । ସେପଟେ କେସିଆରଙ୍କ ଝିଅ କବିତା କଲଭାକୁନ୍ତଲା ମଧ୍ୟ ଏନେଇ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି," ବିଆରଏସ ସୁପ୍ରିମୋ କେସିଆର ସାମାନ୍ୟ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସମର୍ଥନ ଓ ଶୁଭେଚ୍ଛୁଙ୍କ ପ୍ରାର୍ଥନାରେ ବାପା ଖୁବଶୀଘ୍ର ସେ ସୁସ୍ଥ ହେବେ । ସମସ୍ତ ଭଲ ପାଇବା ପାଇଁ ଧନ୍ୟବାଦ ।"

  • Distressed to know that former Telangana CM Shri KCR Garu has suffered an injury. I pray for his speedy recovery and good health.

    — Narendra Modi (@narendramodi) December 8, 2023 " class="align-text-top noRightClick twitterSection" data=" ">

ତେବେ ତେଲେଙ୍ଗାନାରେ ଦୀର୍ଘ 9 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି କେସିଆର । ଲଗାତର ତୃତୀୟ ବିଜୟ ହାସଲ ସହ ହ୍ୟାଟ୍ରିକ କରିବାକୁ କେସିଆର ଆଶା ବାନ୍ଧିଥିଲେ ମଧ୍ୟ କଂଗ୍ରେସ ତାଙ୍କ ଆଶା ଧୂଳିସାତ କରି ରାଜ୍ୟର ଶାସନ ଭାର ହାତକୁ ନେଇଛି । ବର୍ତ୍ତମାନ ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

  • BRS supremo KCR Garu sustained a minor injury and is currently under expert care in the hospital. With the support and well-wishes pouring in, Dad will be absolutely fine soon.
    Grateful for all the love 🙏🏼

    — Kavitha Kalvakuntla (@RaoKavitha) December 8, 2023 " class="align-text-top noRightClick twitterSection" data=" ">

2012ରେ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ କେସିଆରଙ୍କର ମୁଖ୍ୟ ଭୂମିକା ଥିଲା । ଯାହାର ପୂରା ରାଜନୈତିକ ଫାଇଦା କେସିଆରଙ୍କୁ ମିଳିଥିଲା । ସ୍ବତନ୍ତ୍ର ରାଜ୍ୟ ଗଠନ ପରେ 2014ରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ କେସିଆର । 2018ରେ ପୁଣି ଥରେ ବିଜୟୀ ହୋଇଥିଲେ କେସିଆର । ତେବେ 2023ରେ ଫେଲ୍ ମାରିଛି କେସିଆରଙ୍କ କିମିଆ । ସରକାର ବିରୋଧୀ ହାୱାର ଶିକାର ହୋଇଛନ୍ତି କେସିଆର । ଯେଉଁଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 8, 2023, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.