ETV Bharat / bharat

ଦୁର୍ଘଟଣାରେ ଚାଲିଗଲା ଜୀବନ, ଜଙ୍ଗଲରେ ବାପା ମୃତଦେହ ସହ ରାତି କାଟିଲା କୁନି ଶିଶୁ

author img

By

Published : Jul 3, 2023, 7:43 PM IST

Etv Bharat
Etv Bharat

ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଚାଲିଗଲା ବାପାର ଜୀବନ । ଘଞ୍ଚ ଅନ୍ଧକାର ଜଙ୍ଗଲ ମଧ୍ୟରେ ବାପା ମୃତଦେହ ନିକଟରେ ରାତି କାଟିଲା 3 ବର୍ଷର ଶିଶୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଘନଘନ ଅନ୍ଧକାର ଜଙ୍ଗଲ ମଧ୍ୟରେ ଭଗବାନଙ୍କ ଭରସାରେ କୁନି ଶିଶୁ । ଦୁର୍ଘଟଣାରେ ଜଙ୍ଗଲ ମଧ୍ୟରେ ଚାଲିଗଲା ପିତାର ଜୀବନ । ହେଲେ କୁନି ଶିଶୁ ବା କଣ ଜାଣିବ ତା ପିତା ଆଉ ଏ ଦୁନିଆରେ ନାହାନ୍ତି । ସେ ବାପା ବାପା ଡାକିବା ସହ କାନ୍ଦି କାନ୍ଦି ଶେଷରେ ଥକି ଯାଇଥିଲା । ଆଉ ତା' ପରେ ବାପାର ମୃତଦେହ ପାଖରେ ହିଁ ଶୋଇ ପଡ଼ିଥିଲା । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ତେଲେଙ୍ଗାନା ନିଜାମବାଦ ଜିଲ୍ଲାର ଭେଙ୍ଗଲାପଡୁ ଅଞ୍ଚଳରେ । ଏହାପରେ ଦୁର୍ଘଟଣାସ୍ଥଳରୁ 3 ବର୍ଷର କୁନ ଶିଶୁକୁ ପୋଲିସ ଉଦ୍ଧାର କରିଛି ।

ମିଳିଥିବା ସୂଚନା ଅନୁସାରେ ନିଜାମବାଦ ଜିଲ୍ଲାର ଭେଙ୍ଗଲାପଡୁ ଅଞ୍ଚଳର ମାଲାବତ ରେଡ୍ଡି (34)ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମାଲାବତ ନିଜ 3ବର୍ଷର ଶିଶୁ ସହିତ ଗତ ଜୁନ 21 ତାରିଖରେ କାମାରେଡି ଜିଲ୍ଲା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଫେରିବା ସମୟରେ ତାଙ୍କ ଗାଡ଼ି ବ୍ୟାରିକେଡକୁ ଧକା ଦେଇଥିଲା । ସଦାଶିବନଗର ଡାଗି ଜଙ୍ଗଲ ନିକଟ ଜାତୀୟ ରାଜପଥ 44ଠାରେ ଘଟିଥିଲା ଏହି ଦୁର୍ଘଟଣା । ବିଳମ୍ବିତ ରାତି ହୋଇଥିବାରୁ ଏ ଘଟଣା ସମ୍ପର୍କରେ କେହି ଜାଣି ପାରିନଥିଲେ । ଦୁର୍ଘଟଣା ପରେ ରାସ୍ତା କଡ଼ ଜଙ୍ଗଲ ଭିତରେ ବାପ-ପୁଅ ପଡ଼ିଯାଇଥିଲେ ।

ଏହା ବି ପଢନ୍ତୁ- Train Tragedy: ବାହାନଗା ବେଦନାକୁ ମାସେ, କଳାରାତିରେ ମୃତ୍ୟୁ ନେଇ ଆସିଥିଲା କରମଣ୍ଡଳ

ଏହି ଦୁର୍ଘଟଣାରେ ପିତାର ମୃତ୍ୟୁ ଘଟିଥିବା ବେଳେ କୁନି ଶିଶୁଟି ବର୍ତ୍ତିଯାଇଥିଲା । ଆଉ ବାପାକୁ ଉଠାଇବା ଲାଗି ଶିଶୁଟି ବହୁ ଚେଷ୍ଟା କରିଥିଲା ଓ କିଛି ସମୟ ପରେ ବାପାର ମୃତଦେହ ନିକଟରେ ଶୋଇ ପଡ଼ିଥିଲା । ତେବେ ସକାଳେ ସେହି ବାଟ ଦେଇ ଯାଉଥିବା ଜଣେ ପୂଜକ ଦୁର୍ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ବାସିନ୍ଦା ଓ ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହ ଓ କୁନି ଶିଶୁଟିକୁ ଉଦ୍ଧାର କରିଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ବିଧାୟକ ଗୋବର୍ଦ୍ଧନ ମୃତକଙ୍କ ପରିବାରକୁ ଭେଟିଛନ୍ତି । ସେମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହି ଘଟଣା ଏବେ ନିଜାମବାଦ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୃତକଙ୍କ ଗାଁରେ ଖେଳିଯାଇଛି ଶୋକର ଛାୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.