ETV Bharat / bharat

ବିବାହ ଦିନ ଅସୁସ୍ଥ ହେଲେ କନ୍ୟା, ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇଲେ ବର

author img

By

Published : Feb 24, 2023, 3:51 PM IST

Marriage in Hospital bed
Marriage in Hospital bed

ତେଲେଙ୍ଗାନାରେ ବଲିଉଡ ଫିଲ୍ମ 'ବିବାହ'ର ରିକ୍ରିଏସନ । ହସ୍ପିଟାଲ ବେଡରେ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ଯୁବକ । ଅଧିକ ପଢନ୍ତୁ

ବିବାହ ଦିନ ଅସୁସ୍ଥ ହେଲେ କନ୍ୟା, ହସ୍ପିଟାଲ ବେଡରେ ସିନ୍ଦୂର ପିନ୍ଧାଇଲେ ବର

ହାଇଦ୍ରାବାଦ: ତେଲେଙ୍ଗାନା ମଞ୍ଚେରିଅଲରେ ବଲିଉଡର ଲୋକପ୍ରିୟ ଫିଲ୍ମ 'ବିବାହ'ର ରିକ୍ରିଏସନ । ଏହି ଫିଲ୍ମରେ ଯେପରି ଅଭିନେତା ହସ୍ପିଟାଲ ବେଡରେ ଅଭିନେତ୍ରୀଙ୍କୁ ସାତ ଜନ୍ମର ସାଥୀ କରିଥିଲେ, ଏଠାରେ ରିଅଲ ଲାଇଫରେ ଘଟିଛି ସମାନ ଘଟଣା । ବିବାହ ପୂର୍ବ ଦିନ ଅସୁସ୍ଥ ହେବା ପରେ ସର୍ଜରୀ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବତୀଙ୍କୁ ବରମାଳା ପିନ୍ଧାଇଛନ୍ତି ବର । ଗୁରୁବାର ଏକ ଘରୋଇ ହସ୍ପିଟାଲରେ ଏପରି ଅସାଧାରଣ ବିବାହ ଦେଖିବାକୁ ମିଳିଛି ।

ହସ୍ପିଟାଲରେ ପରିବାର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଯୁବତୀଙ୍କୁ ବିବାହ କରିଛନ୍ତି ଯୁବକ । ମିଳିଥିବା ସୂଚନା ଅନୁସାରେ ମଞ୍ଚେରିଅଲ ଜିଲ୍ଲା ଚେନ୍ନୁର ମଣ୍ଡଳର ଯୁବତୀ ବନୋଥ ଶୈଳଜା ନିଜ ବିବାହ ପୂର୍ବ ଦିନ ଅସୁସ୍ଥ ହୋଇପଡିଥିଲେ । ତେବେ ସେ ଭୁପଲପଲି ଜିଲ୍ଲା ଜୟଶଙ୍କର ଗ୍ରାମର ହଟକର ତିରୁପତିଙ୍କୁ ଫେବୃଆରୀ ୨୩ ତାରିଖ ଦିନ ବିବାହ କରିବାକୁ ଯାଉଥିଲେ । ହେଲେ ହଠାତ ଏହା ପୂର୍ବ ଦିନ ସନ୍ଧ୍ୟା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ଶୈଳଜାଙ୍କୁ ତାଙ୍କ ପରିବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଡାକ୍ତର ଶୈଳଜାଙ୍କୁ ସର୍ଜରୀ ପାଇଁ ପ୍ରସ୍ତୁତ ହେବା ଲାଗି ପରାମର୍ଶ ଦେଇଥିଲେ ।

ଏହା ବି ପଢନ୍ତୁ- ମନିଲଣ୍ଡରିଂ ମାମଲାରେ ଏୟାରଓ୍ବେଜ ପୂର୍ବତନ ମୁଖ୍ୟ ନରେଶ ଗୋଏଲ ଓ ପତ୍ନୀଙ୍କୁ ଆଶ୍ବସ୍ତି

ଏହାପରେ କନ୍ୟା ଘର ବର ପକ୍ଷକୁ ଏନେଇ ଖବର ଦେଇଥିଲେ । ଶୈଳଜାଙ୍କ ଅସୁସ୍ଥତା ଖବର ପାଇ ତିରୁପତିଙ୍କ ପରିବାର ହସ୍ପିଟାଲରେ ପହଞ୍ଚିଥିଲେ । ବିବାହ ପୂର୍ବ ଦିନ (ଫେବୃଆରୀ ୨୨) ତିରୁପତିଙ୍କ ସମେତ ବର ପକ୍ଷର ପରିବାର ହସ୍ପିଟାଲରେ ରହିଥିବା ବେଳେ ଡାକ୍ତର ଶୈଳଜାଙ୍କ ସର୍ଜରୀ କରିଥିଲେ । ରିକଭରୀ ପାଇଁ ଶୈଳଜାଙ୍କୁ କିଛି ଦିନ ଲାଗି ବେଡ ରେଷ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏଣୁ ହସ୍ପିଟାଲ ବେଡରେ ଶୈଳଜାଙ୍କୁ ବିବାହ କରିବା ଲାଗି ତିରୁପତି ଉଭୟ ବର ଓ କନ୍ୟା ପକ୍ଷକୁ ରାଜି କରାଇଥିଲେ ।

ବିବାହ ଲାଗି ହୋଇଥିବା ସାଜସଜ୍ଜାକୁ ନେଇ ଉଭୟ ପକ୍ଷ ଚିନ୍ତିତ ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତିରୁପତିଙ୍କ ସହିତ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ଏହି ବିବାହ ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସମତି ଜଣାଇଥିଲେ । ଏହାପରେ ନିର୍ଦ୍ଧାରିତ ସମୟରେ ହସ୍ପିଟାଲରେ ଶୈଳଜାଙ୍କୁ ବିବାହ କରିଥିଲେ ତିରୁପତି । ହସ୍ପିଟାଲ ବେଡରେ ହିଁ ବିବାହ ଲାଗି ରହିଥିବା ସମସ୍ତ ରୀତିନୀତିକୁ ପାଳନ କରିଥିଲେ ଉଭୟ ବରକନ୍ୟା । ଏହି ବିବାହ ଉତ୍ସବରେ ହସ୍ପିଟାଲର କର୍ମଚାରୀଙ୍କ ସମେତ ଉଭୟ ପକ୍ଷର କିଛି ସମ୍ପର୍କୀୟ ଉପସ୍ଥିତ ରହିଥିଲେ ।

ତେବେ ଆଉ କିଛି ଦିନ ମଧ୍ୟରେ ଶୈଳଜାଙ୍କୁ ହସ୍ପିଟାଲରୁ ଡାକ୍ତର ଡିସଚାର୍ଜ କରିବେ ବୋଲି ସୂଚନା ମିଳିଛି । ସୂଚନା ଥାଉ କି ମଧ୍ୟପ୍ରଦେଶ ଖଣ୍ଡୱାରେ ମଧ୍ୟ ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ବିବାହ କରିବାକୁ ଯାଉଥିବା ଯୁବତୀ ଜଣକ ହଠାତ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ତାଙ୍କ ଶରୀରର ଅନେକ ସ୍ଥାନର ଆଘାତ ଲାଗିଥିବାରୁ ସେ ଚାଲିବାକୁ ଅକ୍ଷମ ଥିଲେ । ଏଭଳି ସ୍ଥିତିରେ ହସ୍ପିଟାଲରେ ହିଁ ସେ ବିବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.