ETV Bharat / bharat

ମନିଲଣ୍ଡରିଂ ମାମଲାରେ ଏୟାରଓ୍ବେଜ ପୂର୍ବତନ ମୁଖ୍ୟ ନରେଶ ଗୋଏଲ ଓ ପତ୍ନୀଙ୍କୁ ଆଶ୍ବସ୍ତି

author img

By

Published : Feb 24, 2023, 2:28 PM IST

ମନି ଲଣ୍ଡରିଂ ମାମଲାରେ ଜେଟ ଏୟାରଓ୍ବେଜ ପୂର୍ବତନ ମୁଖ୍ୟ ନରେଶ ଗୋଏଲ ଓ ପତ୍ନୀ ଅନିତାଙ୍କୁ ମିଳିଲା ବେଲ । ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ମନିଲଣ୍ଡ୍ରିଂ ମାମଲାରେ ବେଲ ପାଇଲେ ନରେଶ ଗୋଏଲ ଓ ପତ୍ନୀ
ମନିଲଣ୍ଡ୍ରିଂ ମାମଲାରେ ବେଲ ପାଇଲେ ନରେଶ ଗୋଏଲ ଓ ପତ୍ନୀ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଲେ ଜେଟ ଏୟାରଓ୍ବେଜର ପୂର୍ବତନ ମୁଖ୍ୟ ନରେଶ ଗୋଏଲ ଓ ପତ୍ନୀ ଅନିତା ଗୋଏଲ । ଏହି ଉଦ୍ୟୋଗପତି ଦମ୍ପତି ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିଲେ । ଗତକାଲି (ଗୁରୁବାର) ଏହି ମାମଲାରେ ଦମ୍ପତିଙ୍କୁ ଆଶ୍ବସ୍ତି ମିଳିଛି । ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରୀତିରାଜ ଚୌହାନ ଏହି ମାମଲାର ଶୁଣାଣି କରି ନରେଶ ଓ ପତ୍ନୀ ଅନିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଏପ୍ରିଲ୍ 2019 ରେ କାର୍ଯ୍ୟ ବନ୍ଦ କରିବା ସମୟରେ ପ୍ରାୟ 8,500 କୋଟି ଟଙ୍କା ଋଣ ଥିବା ଏହି ବିମାନ କମ୍ପାନୀ ନିଜର ଆର୍ଥିକ ସଙ୍କଟ ସମ୍ପର୍କରେ ଅବଗତ ଥିଲା । କିନ୍ତୁ ସଂସ୍ଥାର ତତ୍କାଳୀନ ମୁଖ୍ୟ ନରେଶ ଗୋୟଲ ଆର୍ଥିକ ସଙ୍କଟ ବିଷୟରେ ଅବଗତ ଥିବା ସତ୍ତ୍ୱେ ଆକବର ଟ୍ରାଭେଲ୍ସ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥାରେ ଅର୍ଥ ବିନିଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । 2019ରେ ଆର୍ଥିକ କ୍ଷତି କାରଣ ଦର୍ଶାଇ ସଂସ୍ଥା ତାର ଫ୍ଲାଇଟ ଅପରେସନ ବନ୍ଦ କରିଦେଇଥିଲା । ଏହାପୂର୍ବରୁ ନରେଶ ଗୋଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହି ମାମଲାରେ ଆର୍ଥିକ ଦୁର୍ନୀତି ହୋଇଥିବା ଅନୁଭବ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: ୨୨ ବର୍ଷ ପୁରୁଣା ମାମଲାରେ ସପା ବିଧାୟିକା ବିଜମା ଯାଦବ ଦୋଷୀ ସାବ୍ୟସ୍ତ

ସେହିପରି ଆକବର ଟ୍ରାଭେଲ୍ସ ଦ୍ବାରା କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଠକେଇ ଓ ଜାଲିଆତି ମାମଲାରେ ଗୋଏଲ ଦମ୍ପତି ବିରୁଦ୍ଧରେ ଏଫଆଇଆର ରୁଜୁ କରିଥିଲା । ଟ୍ରାଭେଲ ଏଜେନ୍ସି ଅଭିଯୋଗ କରିଥିଲା ଯେ, ୨୦୧୮ ଅକ୍ଟୋବରରୁ ଏୟାରଲାଇନ ଦ୍ବାରା ବିମାନ ସଂଚଳନ ବନ୍ଦ ହେବା ପରେ ୪୬ କୋଟି ଟଙ୍କାର କ୍ଷତି ହୋଇଥିଲା । ପରେ 2020 ଫେବୃଆରୀରେ ନରେଶ ଗୋଏଲଙ୍କୁ ଗିରଫ କରିଥିଲା ସଂସ୍ଥା । ଉଭୟ ଦମ୍ପତିଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଛି ।

ଏହାମଧ୍ୟ ପଢନ୍ତୁ: ଥାନା ଭିତରେ ପଶି ପୋଲିସକୁ ହାଣିଲେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ, ବହୁ ପୋଲିସକର୍ମୀ ଆହତ

ନରେଶ ଗୋଏଲ ଜେଟ୍ ଏୟାରୱେଜ ପ୍ରତିଷ୍ଠା କରିଥିଲେ । ୧୯୯୩ ମସିହାରୁ ଜେଟ୍ ଏୟାରୱେଜ ଅପରେସନ ଆରମ୍ଭ ହୋଇଥିଲା । ୨୦୧୯ରେ ଆର୍ଥିକ ସଙ୍କଟ କାରଣରୁ ଏହି ଏୟାରଲାଇନ ନିଜର ଉଡାଣ ବନ୍ଦ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.