ETV Bharat / bharat

Tamil Nadu: ଜାତିବାଦର ଘୃଣ୍ୟ ମାନସିକତା, ଦଳିତଙ୍କ ଦ୍ବାରା ପ୍ରସ୍ତୁତ ବ୍ରେକଫାଷ୍ଟ ଖାଇଲେନି ସ୍କୁଲ ପିଲା

author img

By ETV Bharat Odisha Team

Published : Sep 6, 2023, 11:03 PM IST

ବ୍ରେକଫାଷ୍ଟ ପ୍ରସ୍ତୁତିକୁ ନେଇ ମଧ୍ୟ ଜାତିବାଦର ଘୃଣ୍ୟ ମାନସିକତା
ବ୍ରେକଫାଷ୍ଟ ପ୍ରସ୍ତୁତିକୁ ନେଇ ମଧ୍ୟ ଜାତିବାଦର ଘୃଣ୍ୟ ମାନସିକତା

ତାମିଲନାଡୁ କରୁରରେ ଜାତିବାଦର ଘୃଣ୍ୟ ମାନସିକତା । ସ୍କୁଲରେ ବ୍ରେକଫାଷ୍ଟ ପ୍ରସ୍ତୁତିକୁ ନେଇ ବିବାଦ । ବ୍ରେକଫାଷ୍ଟ ଖାଇଲେନି ସ୍କୁଲ ପିଲା । ଅଧିକ ପଢନ୍ତୁ

ଚେନ୍ନାଇ: ସ୍କୁଲରେ ପିଲାଙ୍କୁ ମୁକ୍ତ ବ୍ରେକଫାଷ୍ଟ (ପ୍ରାତଃ ଭୋଜନ) ଯୋଗାଇବା ପାଇଁ ତାମିଲନାଡୁ ସରକାର ଆରମ୍ଭ କରିଛନ୍ତି ଯୋଜନା । ହେଲେ ସ୍କୁଲରେ ମଧ୍ୟ ଜାତିବାଦ ଘୃଣ୍ୟ ମାନସିକତା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପାଚିକା ଭାବେ ଜଣେ ଦଳିତ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ଖାଇବାକୁ ମନା କରିଦେଇଛନ୍ତି କିଛି ଛାତ୍ରଛାତ୍ରୀ । କରୁର ଭେଲାନଚେତିୟୁର ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଅଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଭେଲାନଚେତିୟୁର ୟୁନିୟନ ପ୍ରାଇମେରୀ ସ୍କୁଲ୍‌ରେ ସରକାରଙ୍କ ଏହି ବ୍ରେକଫାଷ୍ଟ ଯୋଜନାରେ ପାଚିକା ଭାବେ ଜଣେ ଦଳିତ ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା । ସ୍କୁଲ୍‌ର ପ୍ରାୟ ଅଧା ଛାତ୍ରଛାତ୍ରୀ ଏହି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଖାଇବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଓ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସ୍ଥାନୀୟ ଜିଲ୍ଲାପାଳଟି ପ୍ରଭୁ ଶଙ୍କର ସ୍କୁଲ୍‌ ପରିଦର୍ଶନ କରିଛନ୍ତି । ବ୍ରେକଫାଷ୍ଟରେ ପ୍ରସ୍ତୁତ ଖାଦ୍ୟର ମାନ ଯାଞ୍ଚ କରିବା ସହ ପାରିପାର୍ଶ୍ବିକ ସ୍ଥିତି ମଧ୍ୟ ଯାଞ୍ଚ କରିଥିଲେ । ସମ୍ପୃକ୍ତ ପାଚିକାଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ଖାଦ୍ୟ ଖାଇବାକୁ ମନା କରିଥିବା ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କ ସହ ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ । ସ୍କୁଲ୍‌ ପରି ଶିକ୍ଷାନୁଷ୍ଠାନରେ ଏପରି ଜାତିବାଦ ପ୍ରସଙ୍ଗ ଉଠାଇ ଭେଦଭାବ ସୃଷ୍ଟି କରିବା ଓ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଘୃଣ୍ୟ ମାନସିକତାକୁ ବିସ୍ତାର ନକରିବା ପାଇଁ ସ୍ଥାନୀୟ ଅଭିଭାବକଙ୍କୁ ଜିଲ୍ଲାପାଳ ପରାମର୍ଶ ସହ ଚେତାବନୀ ମଧ୍ୟ ଦେଇଥିଲେ । ଏପରି ଘଟଣା ଆଉ ଥରେ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ଜିଲ୍ଲା ପ୍ରାଶାସନ କହିଛି ।

ଏହା ମଧ୍ୟ ପଢନ୍ତୁ :-MP: ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଲା ସ୍ବାମୀ, ଶଶୁର ଘରକୁ ପଠାଇଲା ଭିଡିଓ

ତେବେ ଏହି ପାଚିକା ମହିଳାଜଣଙ୍କ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜିଲ୍ଲାପାଳଙ୍କ ଅନୁଧ୍ୟାନ ବେଳେ ସାମ୍ନାକୁ ଆସିଛି । ସେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଭଲ ପାଆନ୍ତି । ତେଣୁ ସେ ସ୍କୁଲରେ ଆଗ୍ରହ ସହକାରେ କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କୁ କହିଥିଲେ । ଜିଲ୍ଲାପାଳ ମଧ୍ୟ ତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ପିଲାଙ୍କୁ ଏପରି ମାନସିକତାକୁ ଦୂରେଇ ରଖିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.