ETV Bharat / bharat

MP: ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଲା ସ୍ବାମୀ, ଶଶୁର ଘରକୁ ପଠାଇଲା ଭିଡିଓ

author img

By ETV Bharat Odisha Team

Published : Sep 6, 2023, 10:33 PM IST

ଯୌତୁକ ପାଇଁ ବର୍ବରକାଣ୍ଡ ଭିଆଇଲା ସୈତାନ ସ୍ବାମୀ । ସ୍ତ୍ରୀକୁ ବାନ୍ଧି କୂଅରେ ଟାଙ୍ଗିଲା । ଭିଡିଓ କରି ଶଶୁର ଘର ଲୋକଙ୍କୁ ପଠାଇଲା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

MP: ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଲା ସ୍ବାମୀ, ଭିଡିଓ କରି ଶଶୁର ଘରକୁ ପଠାଇଲା
MP: ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଲା ସ୍ବାମୀ, ଭିଡିଓ କରି ଶଶୁର ଘରକୁ ପଠାଇଲା

ଭୋପାଲ: ଯୌତୁକ ନିର୍ଯାତନାଜନିତ ହିଂସା ଓ ହତ୍ୟାକାଣ୍ଡ ପରି ଅପରାଧ ଅନେକ ସମୟରେ ସାମ୍ନାକୁ ଆସିଛି । ହେଲେ ଜଣେ ସ୍ବାମୀ ଯୌତୁକ ପାଇଁ ବର୍ବରତାର ସବୁ ସୀମା ଟପିଯାଇଛି । ପତ୍ନୀକୁ ବାନ୍ଧି କୂଅରେ ପାଣିରେ ବୁଡାଇଲା । ବର୍ବରତା କେବଳ ଏତିକିରେ ସୀମିତ ନଥିଲା, ବରଂ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଆର୍ତ୍ତଚିତ୍କାର କରୁଥିବା ବେଳେ ସ୍ବାମୀ ଭିଡିଓ ରେକର୍ଡ କଲା ଓ ସେହି ଭିଡିଓକୁ ଶ୍ୱଶୁର ଘରକୁ ମଧ୍ୟ ପଠାଇଲା । ଏପରି ଏକ ବର୍ବର ଘଟଣା ମଧ୍ୟ ପ୍ରଦେଶର ନିମଚରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏବେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣାଟି ନିମଚ ଜିଲ୍ଲାର ଜାବଦ ଥାନା ଅଧୀନ କିରପୁରା ଗ୍ରାମରେ ଘଟିଛି । ରାକେଶ ନାମକ ଜଣେ ଯୁବକ ଯୌତୁକ ଦାବି କରି ତାର ପତ୍ନୀଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲା । ବାପଘରୁ 5 ଲକ୍ଷ ଟଙ୍କା ଯୌତୁକ ନଆଣିଲେ ହତ୍ୟା କରିବା ପାଇଁ ଧମକ ମଧ୍ୟ ଦେଇ ଆସୁଥିଲା । ହେଲେ ବାରମ୍ବାର ନିର୍ଯାତନା ପରେ ଯୌତୁକ ପାଇବାରେ ସଫଳ ନହେବାରୁ ଏପରି ଅଭାବନୀୟ କାଣ୍ଡ ଘଟାଇବାକୁ ମଧ୍ୟ ପଛାଇ ନଥିଲା ଅଭିଯୁକ୍ତ ରାକେଶ ।

ଗତ 20 ତାରିଖରେ ପତ୍ନୀଙ୍କୁ ଏକ ଦଉଡିରେ ବାନ୍ଧି ଘର ନିକଟରେ ଥିବା କୂଅରେ ଟାଙ୍ଗିଥିଲା । କୂଅ ପାଣିରେ ହାତବନ୍ଧା ଅବସ୍ଥାରେ ଅଧା ବୁଡ଼ି ରହି ଜୀବନ ବଞ୍ଚାଇବା ପାଇଁ ଆର୍ତ୍ତଚିତ୍କାର କରୁଥିଲେ ପତ୍ନୀ । ଅଭିଯୁକ୍ତ ରାକେଶ ଏହି ବର୍ବରତାର ଭିଡିଓ ସୁଟ୍‌ କରିଥିଲା । ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ପଠାଇଥିଲା । ଶଶୁର ଘର ସଦସ୍ୟ ତୁରନ୍ତ ରାକେଶର ଘରେ ପହଞ୍ଚିଥିଲେ । ତେବେ କିଛି ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ବାପଘର ସଦସ୍ୟ ଓ ପଡ଼ୋଶୀଙ୍କ ଦ୍ବାରା ମହିଳାଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-Bihar: ଝଡ଼ ପବନରେ ବୁଡିଲା ଡଙ୍ଗା, 3 ଶିଶୁ ଓ ମହିଳାଙ୍କ ସମେତ 5 ମୃତ

ମାମଲା ଏବେ ଥାନାରେ ପହଞ୍ଚିଛି । ମହିଳାଙ୍କ ପରିବାର ସଦସ୍ୟ ଉକ୍ତ ଭିଡିଓ ସହ ଥାନାରେ ଦ୍ବାରସ୍ଥ ହେବା ପରେ ସୈତାନ ସ୍ବାମୀ ରାକେଶକୁ ପୋଲିସ ଗିରଫ କରିଛି । ଯୌତୁକ ନିବାରଣ ଆଇନ, ଘରୋଇ ହିଂସାରୁ ହତ୍ୟା ଉଦ୍ୟମ ପରି ଏକାଧିକ ସଙ୍ଗୀନ ଆକ୍ଟରେ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.