ETV Bharat / bharat

ପଶୁଙ୍କ ଖାଦ୍ୟ ପାଇଁ 10 ଲକ୍ଷ ଟଙ୍କା ଦେଲେ ତାମିଲନାଡୁ ରାଜ୍ୟପାଳ

author img

By

Published : May 29, 2021, 8:04 AM IST

ପଶୁ କଲ୍ୟାଣ ବୋର୍ଡ ସିଏସଆର ପାଣ୍ଠିକୁ 10 ଲକ୍ଷ ଟଙ୍କା ଦେଲେ ତାମିଲନାଡୁ ରାଜ୍ୟପାଳ । ଅଧିକ ପଢନ୍ତୁ...

ପଶୁମାନଙ୍କ ଖାଦ୍ୟ ପାଇଁ 10 ଲକ୍ଷ ଟଙ୍କା ଦେଲେ ତାମିଲନାଡୁ ରାଜ୍ୟପାଳ
ପଶୁମାନଙ୍କ ଖାଦ୍ୟ ପାଇଁ 10 ଲକ୍ଷ ଟଙ୍କା ଦେଲେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ପଶୁ କଲ୍ୟାଣ ବୋର୍ଡ ସିଏସଆର ପାଣ୍ଠିକୁ 10 ଲକ୍ଷ ଟଙ୍କା ଦେଇଛନ୍ତି । ଏନେଇ ରାଜଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି । କୋରୋନା ସମୟରେ ବିପଥଗାମୀ ପଶୁମାନଙ୍କୁ ଖାଦ୍ୟ ଦେବା ଉଦ୍ଦେଶ୍ୟରେ ନିଜ ଅନୁଦାନରୁ ପଶୁ କଲ୍ୟାଣ ବୋର୍ଡ ସିଏସଆର ପାଣ୍ଠିକୁ 10 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ସେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟି.ଏସ୍ ଜବାହରଙ୍କୁ ଏକ ଚେକ୍ ଦେଇଥିଲେ। ତାମିଲନାଡୁ ଏବଂ ଏନଜିଓବାସୀଙ୍କୁ ବିପଥଗାମୀ ପଶୁମାନଙ୍କ କଲ୍ୟାଣ ଉପରେ ଦୃଷ୍ଟି ଦେବାକୁ ରାଜ୍ୟପାଳ ମଧ୍ୟ ନିବେଦନ କରିଛନ୍ତି । ଏଥି ସହ ପୁରୋହିତ ତାମିଲନାଡୁର ଲୋକଙ୍କୁ ମାସ୍କ ପିନ୍ଧିବା, ସୁରକ୍ଷିତ ଦୂରତା ରଖିବା ଏବଂ ଟୀକାକରଣ ପାଇଁ ଅନୁରୋଧ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.