ETV Bharat / bharat

ମଙ୍ଗଳବାର ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି

author img

By

Published : Mar 1, 2021, 7:47 PM IST

Updated : Mar 1, 2021, 8:18 PM IST

ମଙ୍ଗଳବାର ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି
ମଙ୍ଗଳବାର ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି

ମଙ୍ଗଳବାର ସୁପ୍ରିମକୋର୍ଟର ବିଚାରପତିଙ୍କୁ ଦିଆଯିବ କୋଭିଡ ଟିକା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଉଭୟ ଭ୍ୟାକ୍ସିନ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ବିଚାରପତିମାନଙ୍କୁ କୁହାଯାଇନାହିଁ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ ଟିକା ନେଇଛନ୍ତି ଦେଶର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ତେବେ ମଙ୍ଗଳବାର ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଦିଆଯିବ କୋଭିଡ ଟିକା ।

ପୂର୍ବରୁ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରୁ କୌଣସି ଗୋଟିଏ ଟିକାର ଡୋଜ୍‌ ଚୟନ କରିବାକୁ ସୁପ୍ରିମକୋର୍ଟର ଜଜମାନଙ୍କୁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା । ହେଲେ ପରେ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଉଭୟ ଭ୍ୟାକ୍ସିନ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ବିଚାରପତିମାନଙ୍କୁ କୁହାଯାଇନାହିଁ । ଏହା କେବଳ କୋ-ୱିନ ସିଷ୍ଟମ ଉପରେ ନିର୍ଭର କରେ ବୋଲି କୁହାଯାଇଛି ।

ସୁପ୍ରିମକୋର୍ଟ କ୍ଷେତ୍ରରେ ସରକାରୀ ସୁବିଧା, କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ଟୀକାକରଣ କ୍ଷେତ୍ରରେ ବ୍ୟବହୃତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ମଙ୍ଗଳବାର ଟିକା ନେବେ ।

Last Updated :Mar 1, 2021, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.