ETV Bharat / bharat

ଆଦିବାସୀ ପରମ୍ପରାରେ ପତ୍ନୀଙ୍କୁ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି

author img

By

Published : Jun 4, 2022, 9:35 AM IST

ଆଦିବାସୀ ପରମ୍ପରାରେ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍
ଆଦିବାସୀ ପରମ୍ପରାରେ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍

ଆଦିବାସୀ ପରମ୍ପରାରେ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍ (Uday Umesh Lalit ) । ଅଧିକ ପଢନ୍ତୁ

ଅମରାବତୀ: ପୁନଃ ବିବାହ କଲେ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍ (Uday Umesh Lalit ) । ତାହା ପୁଣି ଆଦିବାସୀ ପରମ୍ପରା । ଆଦିବାସୀ ବେଶ ପୋଷାକ ସହ ସୁଜ୍ଜିତ ହୋଇ ମଣ୍ତପରେ ବସିଥିଲେ ଜଷ୍ଟିସ ଉଦୟଙ୍କ ସହ ତାଙ୍କ ଧର୍ମପତ୍ନ ଅମିତା ଉଦୟ ଲଲିତ୍ (Amita Uday Lalith ) । ଆଦିବାସୀ ବାଜା ସାଙ୍ଗକୁ ବିବାହ ଉତ୍ସବରେ ସାମିଲ ହୋଇଥିଲେ କିଛି ସ୍ଥାନୀୟ ଆଦିବାସୀଙ୍କ ସହ ଆଉ କିଛି ହାଇପ୍ରୋଫାଇଲ ଲୋକେ ।

ଆଦିବାସୀ ପରମ୍ପରାରେ ପୁନଃ ବିବାହ କଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ୍

ଘଟଣାଟି ଥିଲା ପୁରା ଏମିତି । ବୁଧବାର ଦିନ ବିଚାରପତି ଦମ୍ପତି ଆନ୍ଧ୍ର ପ୍ରଦେଶରେ ଥିବା (Araku Valley ) ଆରାକୁ ଉପତ୍ୟକାକୁ ବୁଲିବାକୁ ଯାଇଥିଲେ । ଆଉ ସେଠାକାର ଆଦିବାସୀଙ୍କ ଜୀବନ ଶୈଳୀ ସେମାନଙ୍କୁ ବେଶ ଭଲ ଲାଗିଥିଲା । ଆଦିବାସୀଙ୍କ ଏ ପରମ୍ପରାରେ ନିଜକୁ କିଛି ସମୟ ପାଇଁ ହଜେଇ ଦେଇଥିଲେ ଉଭୟେ । ଆନ୍ଧ୍ର ପ୍ରଦେଶ ଆଲୁରୀ ସିତାରାମରାଜ ଜିଲ୍ଲା (Alluri Sitaramaraj District )ର (Pedalabudu Village) ପେଡାଲବୁଡୁ ଗାଁରେ ହୋଇଥିଲା ବିବାହ ଉତ୍ସବର ଆୟଜନ।

ପେଡାଲବୁଡୁ ସରପଞ୍ଚଙ୍କ ସହଯୋଗ(Pedalabudu Sarpanch Petteli Dasubabu )ରେ ଆରମ୍ଭ ହୋଇଥିଲା ଲଲିତ ଦମ୍ପତିଙ୍କ ବିବାହ ପ୍ରସ୍ତୁତି । ଉଭୟଙ୍କୁ ଆଦିବାସୀ ବେଶ ପୋଷାକରେ ସଜା ଯାଇ ମଣ୍ତପକୁ ଅଣାଯାଇଥିଲା । ପରେ ରିତିନିତି ଅନୁସାରେ ହାତ ଗଣ୍ଠି ପଡିବା ସହ ପରସ୍ପରକୁ ମାଳ ଫୁଲମାଳ ପିନ୍ଧାଇ ଥିଲେ । ଏହାସହ ଆଦିବାସୀଙ୍କ ପାରମ୍ପାରିକ ନାଚଗୀତରେ ଝୁମିଥିଲେ ଉଭୟେ । ତେବେ,ଏ ବିବାହ ଉତ୍ସବରେ ଆନ୍ଧ୍ର ପ୍ରଦେଶର ବିଚାରପତି ପ୍ରଶାନ୍ତ କୁମାର ମିଶ୍ର(AP High Court Justice Prashant Kumar Mishra) ଓ ହାଇକୋର୍ଟ ଜଜ ଅମାନୁଲ୍ଲା ଖାନ୍(High Court Judge Amanullah Khan) ସାମିଲ ହୋଇଥିଲେ । ତେବେ, ଆଦିବାସୀ ପରମ୍ପରାରେ ବିବାହ କରିଥିବାରୁ ବେଶ ଖୁସି ଥିବା କହିଛନ୍ତି ଜଷ୍ଟିସ ଉଦୟ ଉମେଶ ଲଲିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.