ETV Bharat / bharat

ମୋଦିଙ୍କୁ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା ପଡିଲା ମହଙ୍ଗା, କେଜ୍ରିଓ୍ବାଲଙ୍କୁ କୋର୍ଟରୁ ସମନ

author img

By ETV Bharat Odisha Team

Published : Sep 5, 2023, 10:41 PM IST

ମୋଦିଙ୍କ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା ପଡିଲା ମହଙ୍ଗା, କେଜ୍ରିଓ୍ବାଲଙ୍କ ବିରୋଧରେ କୋର୍ଟରୁ ସମନ
ମୋଦିଙ୍କ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହିବା ପଡିଲା ମହଙ୍ଗା, କେଜ୍ରିଓ୍ବାଲଙ୍କ ବିରୋଧରେ କୋର୍ଟରୁ ସମନ

ମୋଦିଙ୍କୁ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କହି ଅଡୁଆରେ କେଜ୍ରିଓ୍ବାଲ । ମେ’ 19 ତାରିଖ ଟ୍ବିଟ ମାମଲାରେ ପାଟନା ସିଭିଲ କୋର୍ଟରୁ ସମନ । ଅଧିକ ପଢନ୍ତୁ

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଆସିଛନ୍ତି । କେହି କେହି ତାଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ମିଥ୍ୟା ବୋଲି ମଧ୍ୟ କହିସାରିଛନ୍ତି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅଶିକ୍ଷିତ କହି ଅଡୁଆରେ ପଡିଛନ୍ତି । ଚଳିତବର୍ଷ ମେ’ 19 ତାରିଖରେ ଟ୍ବିଟରରେ କେଜ୍ରିଓ୍ବାଲଙ୍କ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଟାକ୍ଷପୂର୍ଣ୍ଣ ଟ୍ବିଟ ପାଇଁ ତାଙ୍କ ନାମରେ ମାମଲା ଦାଏର ହୋଇଥିଲା । ଆଜି ଏହି ମାମଲାରେ ପାଟନା ସିଭିଲ କୋର୍ଟର ଏମପି ଏମଏଲଏ କୋର୍ଟ କେଜ୍ରିଓ୍ବାଲଙ୍କ ବିରୋଧରେ ସମନ ଜାରି କରିଛି । ଅକ୍ଟୋବର 19 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି ।

  • पहले बोले 2000 का नोट लाने से भ्रष्टाचार बंद होगा। अब बोल रहे हैं 2000 का नोट बंद करने से भ्रष्टाचार ख़त्म होगा

    इसीलिए हम कहते हैं, PM पढ़ा लिखा होना चाहिए। एक अनपढ़ पीएम को कोई कुछ भी बोल जाता है। उसे समझ आता नहीं है। भुगतना जनता को पड़ता है।

    — Arvind Kejriwal (@ArvindKejriwal) May 19, 2023 " class="align-text-top noRightClick twitterSection" data=" ">

ମେ’ 19 ତାରିଖରେ ଟ୍ବିଟ କରି 2000 ଟଙ୍କିଆ କାର୍ଯ୍ୟକାରୀ କରିବା ଓ ଏହାକୁ ପୁଣି ବଜାରରୁ ଫେରସ୍ତ କରିବା ନିଷ୍ପତ୍ତି ପ୍ରସଙ୍ଗରେ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରିଥିଲେ । କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ । କେତେବେଳେ ସେ କହୁଛନ୍ତି 2 ହଜାର ଟଙ୍କିଆ ଲାଗୁ ଫଳରେ ଦୁର୍ନୀତି କମିଯିବ । ପରେ ପୁଣି ଏହି ନୋଟ ପ୍ରଚଳନ ବନ୍ଦ କରିବା ଫଳରେ ଦୁର୍ନୀତି ହ୍ରାସ ପାଇବ ବୋଲି କହୁଛନ୍ତି । ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ । ନହେଲେ ତାଙ୍କୁ କେହି କିଛି ପରାମର୍ଶ ଦେଇ ଚାଲିଯାଉଛନ୍ତି । ତାର ପରିଣାମ ଜନତାଙ୍କୁ ଭୋଗିବାକୁ ପଡୁଛି ।

କେଜ୍ରିଓ୍ବାଲଙ୍କ ଏହି ଟ୍ବିଟକୁ ନେଇ ବିହାରର ଆଇନଜୀବୀ ରବି ଭୂଷଣ କୁମାର ବର୍ମା ପାଟନା ସିଭିଲ କୋର୍ଟରେ ଏକ ଆବେଦନ କରିଥିଲେ । ଆବେଦନକାରୀ ତାଙ୍କ ଆବେଦନରେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଅଶିକ୍ଷିତ ବୋଲି କହିବା ଅନ୍ତର୍ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରିଛି । ପ୍ରଧାନମନ୍ତ୍ରୀଙ୍କର ସମର୍ଥକମାନେ ମଧ୍ୟ ଏଥିରେ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ମାମଲାର ଶୁଣାଣିରେ ନିମ୍ନ ଅଦାଲତ ଆଇପିସିର ଧାରା 332, 500 ଏବଂ 505 ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମନ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-INDIA- BHARAT Row: କେନ୍ଦ୍ରକୁ ଟାର୍ଗେଟ୍ କଲେ କେଜ୍ରିଓ୍ୱାଲ, କହିଲେ ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ?

ପୂର୍ବରୁ କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କର୍ଣ୍ଣାଟକର ଏକ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଯାଇ ମୋଦି ସାଙ୍ଗିଆ ବିବାଦୀୟ ବୟାନ ଦେଇଥିଲେ । ଯାହା ତାଙ୍କ ରାଜନୈତିକ ଜୀବନରେ ବଡ ସଙ୍କଟ ସୃଷ୍ଟି କରିଥିଲା । ସେ ଗୁଜୁରାଟର ଏକ ସ୍ଥାନୀୟ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ସହ 2ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଥିଲେ । ରାହୁଲଙ୍କୁ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଯାଇଥିଲା । ହେଲେ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ଆଇନଗତ ଲଢେଇ କରି ରାହୁଲ ଆଶ୍ବସ୍ତି ପାଇବା ସହ ସାଂସଦ ପଦ ମଧ୍ଯ ନିକଟରେ ଫେରି ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.