ETV Bharat / bharat

INDIA- BHARAT Row: କେନ୍ଦ୍ରକୁ ଟାର୍ଗେଟ୍ କଲେ କେଜ୍ରିଓ୍ୱାଲ, କହିଲେ ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ?

author img

By ETV Bharat Odisha Team

Published : Sep 5, 2023, 8:23 PM IST

ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଗଲା ବୋଲି ଦେଶର ନାମ ପରିବର୍ତ୍ତନ ଉଦ୍ୟମ କହିଲେ କେଜ୍ରିଓ୍ବାଲ । ବିରୋଧୀ ମେଣ୍ଟର ନାମ ‘ଭାରତ’ ରଖାଗଲେ କ’ଣ ହେବ ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ

INDIA- BHARAT Row: ‘ଯଦି ‘ଇଣ୍ଡିଆ’ ମେଣ୍ଟ ନାମ ପରିବର୍ତ୍ତନ କରି ‘ଭାରତ’ ରଖେ !’
INDIA- BHARAT Row: ‘ଯଦି ‘ଇଣ୍ଡିଆ’ ମେଣ୍ଟ ନାମ ପରିବର୍ତ୍ତନ କରି ‘ଭାରତ’ ରଖେ !’

ନୂଆଦିଲ୍ଲୀ: ଏବେ ଇଣ୍ଡିଆ-ଭାରତ ନାମ ପରିବର୍ତ୍ତନ ପ୍ରସଙ୍ଗ ଜାତୀୟ ରାଜନୀତିକୁ ସରଗମର କରିବା ଆରମ୍ଭ କରିଛି । ଗତକାଲି ପର୍ଯ୍ୟନ୍ତ ଏକକ ନିର୍ବାଚନ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଜାରି ରଖିଥିବା ବିରୋଧୀ ଦଳମାନେ ଏବେ ଦେଶର ନାମ ପରିବର୍ତ୍ତନ ସମ୍ଭାବିତ ଚର୍ଚ୍ଚାକୁ ନେଇ ପୁଣି ସରକାରକୁ ଘେରିବାରେ ଲାଗିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ପ୍ରସଙ୍ଗକୁ ସିଧା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନାମକରଣ ସହ ଯୋଡିଛନ୍ତି । ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିବାରୁ କେନ୍ଦ୍ର ଏପରି ବିଚାର ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି ।

  • #WATCH | Delhi: "If an alliance of some parties become India, would they change the name of the country? The country belongs to 140 crore people, not to a party. Let's assume if the India alliance renames itself as Bharat, would they rename Bharat as BJP then?... What's this… pic.twitter.com/NGfyY9J9P7

    — ANI (@ANI) September 5, 2023 " class="align-text-top noRightClick twitterSection" data=" ">

ଆଜି ପ୍ରେସମିଟ କରି କେଜ୍ରିଓ୍ବାଲ କହିଛନ୍ତି, ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ବିଜେପି ସରକାର ଭୟଭୀତ ହୋଇପଡିଛି । ଦେଶର ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଅନେକ ପାର୍ଟି ମିଶି ବିଜେପି ବିରୋଧରେ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି । ସେମାନଙ୍କ ଭୋଟ କମିଯିବ ବୋଲି ଭାବି ବିଜେପି ଭୟଭୀତ ହୋଇପଡିଛି । ଯଦି ବିରୋଧୀ ମେଣ୍ଟ ଇଣ୍ଡିଆ ନାମ ରଖିଲେ, ତେବେ ଆମେ ଦେଶର ନାମ ପରିବର୍ତ୍ତନ କରିଦେବୁ ବୋଲି ସେମାନେ ଭାବୁଛନ୍ତି । ଦେଶ 140 କୋଟି ନାଗରିକଙ୍କର, କୌଣସି ରାଜନୈତିକ ପାର୍ଟିର ନୁହେଁ ।

ଯଦି ବିରୋଧୀ ମେଣ୍ଟ ତାର ନାମ ପରିବର୍ତ୍ତନ କରି ଇଣ୍ଡିଆ ପରିବର୍ତ୍ତେ ‘ଭାରତ’ ସ୍ଥିର କରେ, ତେବେ ସେମାନେ କ’ଣ ଦେଶର ଭାରତର ନାମକୁ ପରିବର୍ତ୍ତନ କରିଦେବେ କି ବୋଲି ପ୍ରଶ୍ନ କରିଛନ୍ତି । ଯଦି ସେମାନେ ଏପରି କରନ୍ତି ତେବେ ଭାରତର ନାମ କ’ଣ ରଖିବେ । କ’ଣ ଏମତି କରି ସେମାନେ ଥଟ୍ଟା କରୁଛନ୍ତି । ଦେଶ ହଜାର ବର୍ଷ ପୁରଣା । ତାର ସଂସ୍କୃତି ମଧ୍ୟ ସେତିକି ପୁରୁଣା । ହେଲେ ଏବେ କେବଳ ବିରୋଧୀ ଦଳମାନେ ‘ଇଣ୍ଡିଆ’ ମେଣ୍ଟ ନାମ ରଖିଲେ ବୋଲି ଦେଶର ନାମ ଇଣ୍ଡିଆରୁ ବାଦ ଦେବାକୁ ଯୋଜନା ହେଉଛି । ଏହା ପୂର୍ବରୁ ଏକାଧିକ କଂଗ୍ରେସ ନେତା ମଧ୍ୟ ଏହି ପ୍ରସଙ୍ଗରେ ନିଜର ଆପତ୍ତି ଦର୍ଶାଇ ସାରିଲେଣି ।

  • INDIA गठबंधन से ये लोग इतना बौखलाए हुए हैं कि देश का नाम तक बदल देंगे? अगर कल हमने अपने गठबंधन का नाम “भारत” रख लिया तो क्या “भारत” नाम भी बदल देंगे? pic.twitter.com/LS8ECPlNmF

    — Arvind Kejriwal (@ArvindKejriwal) September 5, 2023 " class="align-text-top noRightClick twitterSection" data=" ">

ଏହା ମଧ୍ଯ ପଢନ୍ତୁ :- Parliament Special Session: ଇଣ୍ଡିଆ ନାଁ ପରିବର୍ତ୍ତନ କରି ‘ଭାରତ’ କରିବାକୁ ଆସିବ ସଙ୍କଳ୍ପ !

ଚଳିତ 9 ତାରିଖରେ ଜି20 ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ନୈଶ୍ୟଭୋଜି ପାଇଁ କରାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି । ତେଣୁ ସରକାର ଦେଶର ସରକାରୀ ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ କରିବାକୁ ଯୋଜନା ରଖିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ପରିବର୍ତ୍ତନ ନେଇ ସରକାରୀ ସ୍ତରରେ କୌଣସି ଠୋସ ତଥ୍ୟ ମଧ୍ୟ ସାମ୍ନାକୁ ଆସିନାହିଁ । 18 ତାରିଖରୁ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ନାମ ପରିବର୍ତ୍ତନ ନେଇ ଏକ ସଙ୍କଳ୍ପ ସଂସଦରେ ଆଗତ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.