ETV Bharat / bharat

କାଳ ସାଜିଲା ଜାଭେଲିନ ଥ୍ରୋ, ଛାତ୍ରଙ୍କ ମୁଣ୍ଡରେ ବାଜିବାରୁ ଚାଲିଗଲା ଜୀବନ

author img

By ETV Bharat Odisha Team

Published : Sep 7, 2023, 2:00 PM IST

student killed by javelin
student killed by javelin

ଅଭ୍ୟାସ ଚାଲିଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ବାଜିଲା ଜାଭେଲିନ । ଘଟଣା ସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମୁମ୍ବାଇ: ଜାଭେଲିନ ଖେଳ ହେଲା କାଳ । ଜାଭେନିଲ ଥ୍ରୋ ଅଭ୍ୟାସ ଚାଲିଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ବାଜିଲା ଜାଭେଲିନ । ଜଣେ ଛାତ୍ର ଜାଭେଲିନ ଥ୍ରୋ କରୁଥିବା ବେଳେ ତାହା ଅନ୍ୟ ଜଣେ ଛାତ୍ରଙ୍କ ମୁଣ୍ଡରେ ବାଜିବା ପରେ ଘଟଣା ସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଏକ ସ୍କୁଲରେ । ଜାଭେଲିନ ଥ୍ରୋ ଅଭ୍ୟାସ ଚାଲିଥିବା ବେଳେ ଏପରି ଘଟଣା ଘଟିଥିଲା। ପୋଲିସ ଏନେଇ ତଦନ୍ତ ଚଳାଇଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଡେଓ୍ବେର ।

ବୁଧବାର ଅପରାହ୍ନରେ ମଙ୍ଗଳା ତାଲୁକା ଅନ୍ତର୍ଗତ ଗୋରେଗାଓଁର ପୁରଆର ଗ୍ରାମରେ ଥିବା ଆଇଏନଟି ଇଂରାଜୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍କୁଲ ପଡିଆରେ ଜାଭେଲିନ୍ ଫିଙ୍ଗିବା ଅଭ୍ୟାସ କରୁଥିଲେ । ମୃତକ ଜଣଙ୍କ ମଧ୍ୟ ଏଥିରେ ସାମିଲ ଥିଲେ । ଅନ୍ୟ ଜଣେ ଛାତ୍ର ଜାଭେଲିନ ଭିଙ୍ଗିବା ବେଳେ ତାହା ସିଧା ଯାଇ ଡେଓ୍ବେରଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଛାତ୍ରଙ୍କ ତଣ୍ଟିରେ ପଶିଗଲା ଜାଭେଲିନ ଷ୍ଟିକ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ହେବ ଖର୍ଚ୍ଚ

ଜଣେ ଅଧିକାରୀ କହିଛନ୍ତି ଯେ, ଅଭ୍ୟାସ ଚାଲିଥିବା ସମୟରେ ମୃତ ଛାତ୍ରଙ୍କ ଜଣେ ସହଯୋଗୀ ଜାଭେଲିନ ଭିଙ୍ଗିଥିଲେ । ଏହି ସମୟରେ ଡାଓ୍ବେର ଯୋତା ପିନ୍ଧୁଥିବା ବେଳେ ତାଙ୍କ ଆଡକୁ ଜାଭେଲିନଟି ଆସୁଥିବା ସେ ଜାଣି ପାରିନଥିଲେ । ଫଳରେ ଜାଭେଲିନ ତାଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ସେ ଟଳି ପଡିଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଲୁଡୁ ଖେଳ ହେଲା କାଳ: ପୁଅକୁ ପିଟିପିଟି ହତ୍ୟା କଲା ବାପା

ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଯେଉଁ ଛାତ୍ର ଜାଭେଲିନ ଭିଙ୍ଗିଥିଲେ ସେ ଜାଣି ଶୁଣି ଏମିତି କରିଥିଲେ ନା ଅଜାଣତରେ ଏମିତି ହୋଇଛି ନେଇ ପୋଲିସ ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି । ସ୍କୁଲରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯିବ।

2022 ଡିସେମ୍ବର ମାସରେ ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା । ଏହି ସମୟରେ ଜଣେ ଛାତ୍ରଙ୍କ ତଣ୍ଟିରେ ଜାଭେଲିନ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସଫଳ ଅସ୍ତ୍ରୋପଚାର କରିବା ପରେ ଛାତ୍ର ଜଣଙ୍କ ସୁସ୍ଥ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.