ETV Bharat / bharat

କରିପାରିଲେନି ହୋମୱାର୍କ, ଦ୍ୱିତୀୟ ମହଲାରୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Dec 2, 2022, 10:29 PM IST

ହୋମୱାର୍କ କରିପାରିଲେନି ଛାତ୍ର, ଦ୍ବିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
ହୋମୱାର୍କ କରିପାରିଲେନି ଛାତ୍ର, ଦ୍ବିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲାରେ ଛାତ୍ରଙ୍କ ଅଭାବନୀୟ କାଣ୍ଡ । ହୋମୱାର୍କ ପୂରଣ ନ କରିବାରୁ ସ୍କୁଲ ଦ୍ବିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲାରେ ଛାତ୍ରଙ୍କ ଅଭାବନୀୟ କାଣ୍ଡ (Student jumps from 2nd floor of School) । ହୋମୱାର୍କ କରିନପାରିବା ପରେ ଶିକ୍ଷକଙ୍କ ଡରରେ ଦ୍ବିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରଙ୍କୁ ଗମ୍ଭୀର ଅବସ୍ଥାରେ ଜେଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକ ଛାତ ଉପରୁ ଡେଉଁଥିବାର ଦୃଶ୍ୟ ସ୍କୁଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣାଟି ବନ୍ନୋଦେବୀ ଅଞ୍ଚଳରେ ଅବସ୍ଥିତ ଏକ ସ୍କୁଲର ବୋଲି ଜଣାପଡ଼ିଛି ।

ଗବନାର ବାସିନ୍ଦା ସଞ୍ଜୀବ କୁମାର ସିଂ ସୁରକ୍ଷ ବିହାର ତ୍ରିମୂର୍ତ୍ତି ନଗରରେ ରୁହନ୍ତି ଏବଂ ଏକ ଦୁଗ୍ଧଜାତୀୟ ପଦାର୍ଥ ମିଳୁଥିବା ଦୋକାନ ଚଳାନ୍ତି । ତାଙ୍କର ଏକମାତ୍ର ପୁଅ ମୟଙ୍କ (୧୪ ) ଥାନା ବନ୍ନୋଦେବୀ ଅଞ୍ଚଳର ଏକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର । ସଞ୍ଜୀବ କୁମାର ଶୁକ୍ରବାର ସକାଳେ ମୟଙ୍କଙ୍କୁ ସ୍କୁଲକୁ ଛାଡିଥିଲେ। ବିଦ୍ୟାଳୟ ପରିଚାଳନା ଅନୁଯାୟୀ ଉର୍ଦ୍ଦୁ ଶିକ୍ଷକ କ୍ଲାସ ନେଉଥିଲେ। ଖାତା ଯାଞ୍ଚ ସମୟରେ ମୟଙ୍କର ହୋମୱାର୍କ ସରିନଥିଲା । ତାକୁ ପାଠ ପୁରା କରିବାକୁ କୁହାଯାଇଥିଲା । ସେ କାମ ଶେଷ କରୁଥିବା ବେଳେ ମଝିରେ ହଠାତ୍ କ୍ଲାସରୁ ବାହାରକୁ ଆସିଥିଲା । ଆଉ ଏହାପରେ ଦ୍ବିତୀୟ ମହଲାରୁ ଡେଇଁ ପଡିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- JNU ୟୁନିଭର୍ସିଟି କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ, ମୁହଁ ଖୋଲିଲେ କୁଳପତି

ମୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ଏକ ଡାକ୍ତରୀ ଟିମ ୭୨ ଘଣ୍ଟା ପର୍ଯ୍ୟନ୍ତ ମୟଙ୍କକୁ ନିରୀକ୍ଷଣରେ ରଖିଛନ୍ତି । ତାର ଚିକିତ୍ସା ଜାରି ରହିଛି । ସେପଟେ ପିତା ସଞ୍ଜୀବ ଅଭିଯୋଗ ଆଣିଛନ୍ତି ଯେ ମୟଙ୍କ ଏକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିଲା । ମାତ୍ର ତାକୁ ସାମିଲ ପାଇଁ ଦିଆଯାଉନଥିଲା । ଏଥିରେ କିଛି ଶିକ୍ଷକ ଓ ସିନିୟର ଛାତ୍ର ବାଧା ଉପୁଜାଇଥିଲା । ଏଥିଲାଗି ସେ ଚାପରେ ରହିଥିଲା । ସଞ୍ଜୀବଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.